Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିମାଚଳରେ ପୁଣି ଚାଞ୍ଚଲ୍ୟ, ସଚିବାଳୟକୁ ଆସିଲା ବୋମା ବିସ୍ଫୋରଣ ଧମକ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ହିମାଚଳରେ ପୁଣି ଚାଞ୍ଚଲ୍ୟ, ସଚିବାଳୟକୁ ଆସିଲା ବୋମା ବିସ୍ଫୋରଣ ଧମକ !

ହିମାଚଳ ପ୍ରଦେଶରେ ପୁଣି ଚାଞ୍ଚଲ୍ୟ । ସଚିବାଳୟକୁ ମିଳିଲା ବୋମା ଧମକ । ଭୟରେ ଥରିଲେ ଅଫିସର । ଯିଏ ଯୁଆଡ଼େ ପାରିଲେ ଦଉଡ଼ିଲେ । ଅଫିସରଙ୍କୁ ତୁରନ୍ତ ଜାରି କରାଗଲା ହାଇଆଲର୍ଟ । ଖବର ପାଇ ପୋଲସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ସଚିବାଳୟରେ ପହଞ୍ଚିଛି । ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ପହଞ୍ଚିଛି । ପୁରା ଘଟଣାର ତଥ୍ୟ ସଂଗ୍ରହ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ବୋମା ନିଷ୍କ୍ରିୟକାରୀ ଦଳ ଶିମଲାର ହିମାଚଳ ସଚିବାଳୟରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରିଛି ।


ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ପ୍ରବୋଧ ସକ୍ସେନା କହିଛନ୍ତି ଯେ, ଚିନ୍ତା କରିବାର କିଛି ନାହିଁ। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସନ୍ଧାନ କରାଯାଉଛି। ସେ କହିଛନ୍ତି ଯେ, ଏହି ଧମକ ଏକ ଇମେଲ ମାଧ୍ୟମରେ ଆସିଥିଲା । ଆମର ତଦନ୍ତକାରୀ ସଂସ୍ଥା ତଥା ସାଇବର ଏକ୍ସପର୍ଟ ଟିମ୍‌ ବର୍ତ୍ତମାନ ଏହି ଇମେଲ କେଉଁଠାରୁ ଆସିଛି ସେନେଇ ଯାଞ୍ଚ କରୁଛନ୍ତି ।


କିଛି ଦିନ ପୂର୍ବରୁ ହିମାଚଳର ମଣ୍ଡି ଡିସି କାର୍ଯ୍ୟାଳୟକୁ ବିସ୍ଫୋରଣ କରିବାର ଧମକ ଆସିଥିଲା। ଡିସି କାର୍ଯ୍ୟାଳୟକୁ ଧମକ ଦେବା ପରେ ବର୍ତ୍ତମାନ ସଚିବାଳୟକୁ ମଧ୍ୟ ସାମନ ଧମକ ଦିଆଯାଇଛି। ଏହି ଧମକ ପାଇବା ପରେ ସଚିବାଳୟରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ସତର୍କତାମୂଳକ ଭାବେ ବୋମା ନିଷ୍କାସନକାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଛି। ଏହି ଟିମ୍ ରାତିରେ ସଚିବାଳୟକୁ ମଧ୍ୟ ତଲାସୀ ନେଇଥିଲେ ଏବଂ ଘଟଣାସ୍ଥଳରେ କୌଣସି ବିସ୍ଫୋରକ ସାମଗ୍ରୀ ପାଇ ନଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କୁହାଯାଉଛି କେହି ଜଣେ ଜାଣିଶୁଣି ମିଛ ଧମକ ଦେଇଥାଇପାରେ । ତେଣୁ ଯାହା ବି ହେଉ ଏଭଳି ଧମକପୂର୍ଣ୍ଣ ମେଲ୍‌ ପଠାଇବା ଅପରାଧ ବୋଲି ବିବେଚନା କରାଯାଇଛି । ଦୋଷୀ ଯିଏ ବି ହୋଇଥାଉ ନା କାହିଁକି, ତାକୁ ଧରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯିବ । ଏହାସହ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Sponsored
Himachal: Authorities on alert after bomb threats to offices of chief secy, Mandi DC | Argus News