ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ସ୍ଥିତି ବେହାଲ୍ : 288ଟି ରାସ୍ତା ବନ୍ଦ
·1 year ago·1 min read

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ସ୍ଥିତି ବେହାଲ୍ । ଭୂସ୍ଖଳନ ଓ ବନ୍ୟା ଯୋଗୁଁ 288ଟି ରାସ୍ତା ବନ୍ଦ ରହିଛି । ମଣ୍ଡିରେ 60 ଟି ରାସ୍ତା, କୁଲ୍ଲୁରେ 37 ଟି, ଶିମଲାରେ 21 ଟି, କାଙ୍ଗଡାରେ 5ଟି, କିନ୍ନୋରରେ 4ଟି ଏବଂ ହମିରପୁର ଜିଲ୍ଲାରେ ଗୋଟିଏ ରାସ୍ତା ବନ୍ଦ ରହିଛି ।
ଏହା ବ୍ୟତୀତ 44ଟି ବିଦ୍ୟୁତ୍ ଏବଂ 67ଟି ଜଳ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଛି । ଭାରୀ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସହ ଲୋକେ ଫସି ରହିଛନ୍ତି । ଏବେ ସୁଦ୍ଧା ଅନେକ ଲୋକଙ୍କ ମୃତ୍ୟୁ ଘଟିଲାଣି । ବିଶେଷ କରି ବନ୍ୟା ଯୋଗୁଁ ବହୁ କ୍ଷତିଗ୍ରସ୍ତ ହୋଇଛି ବାଠୁ ଗାଁ । 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବିପନ୍ନଙ୍କ ପାଖେ ରିଲିଫ୍ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: