Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି

Smruti Parija
Browse all articles by Smruti Parija
·12 months ago·1 min read
ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି

Key Points

ହିମାଚଳ ପ୍ରଦେଶରେ ବର୍ଷାର ବିପର୍ଯ୍ୟୟ 

୨୧ ଜୁଲାଇ ପର୍ଯ୍ୟନ୍ତ ବର୍ଷା ଜାରି

ଜୁନ୍ ୨୦ ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ୧୦୬ ଜଣଙ୍କର ମୃତ୍ୟୁ

ହିମାଚଳ ପ୍ରଦେଶରେ ବର୍ଷାର ବିପର୍ଯ୍ୟୟ । ସିମଲା, ବିଳାସପୁର ଏବଂ ସୋଲାନର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଚମ୍ବା, କାଙ୍ଗଡ଼ା, ମଣ୍ଡି ଏବଂ ସିରମୌର ଜିଲ୍ଲାର କିଛି ସ୍ଥାନରେ ଝଡ଼ତୋଫାନ ସହିତ ପ୍ରବଳ ବର୍ଷା ହେବା ସହ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୧ ଜୁଲାଇ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର କ୍ରମ ଜାରି ରହିବ। ବର୍ଷା ଯୋଗୁଁ ରାଜ୍ୟର ସର୍ବାଧିକ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି ।


ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ ଜୁନ୍ ୨୦ ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ୧୦୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ମଧ୍ୟରୁ ୬୨ ଜଣଙ୍କର ମୃତ୍ୟୁ ସିଧାସଳଖ ବର୍ଷା ସମ୍ବନ୍ଧୀୟ ବିପର୍ଯ୍ୟୟ ଯେପରିକି ଭୂସ୍ଖଳନ, ବନ୍ୟା, ବାଦଲ ଫଟା ବର୍ଷା, ବଜ୍ରପାତ ଯୋଗୁଁ ହୋଇଛି । ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ୧୯୯ ରାସ୍ତା ଯାତାୟାତ ପାଇଁ ବନ୍ଦ ଅଛି, ସେଗୁଡ଼ିକୁ ଖୋଲିବା ପାଇଁ ପ୍ରୟାସ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
himachal-pradesh-heavy-rains-cause-havoc | Argus News