Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video: ଧସିଲା ପାହାଡ଼, ଗର୍ଜନ କରି ମାଡ଼ି ଆସିଲା ବନ୍ୟା ପାଣି !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Viral Video: ଧସିଲା ପାହାଡ଼, ଗର୍ଜନ କରି ମାଡ଼ି ଆସିଲା ବନ୍ୟା ପାଣି !

Key Points

ପାହାଡ଼ ଧସି ରାସ୍ତା ଅବରୋଧ ।

ଲାହୌଲ ସ୍ପିତିର ଜିସପାରେ ମସେରନ ନାଳରେ ବନ୍ୟା ପ୍ରବାହିତ ହୋଇଥିଲା।

ବନ୍ୟା ଯୋଗୁଁ ରାସ୍ତାରେ କାଠକୁଟା, ପଥର, ଇଟା, କାଚ, ପ୍ଲାଷ୍ଟିକ, ବଡ଼ବଡ଼ ପଥର, କାଦୁଅମାଟି ପଡ଼ି ରହିଛି।

ସାରା ଦେଶରେ ଏବେ ବର୍ଷା ଲାଗି ରହିଛି । ବିଭିନନ ସ୍ଥାନରେ ପାଣି ଜମୁଛି । ଅନେକ ସ୍ଥାନରେ ବନ୍ୟା ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ହିମାଚଳ ପ୍ରଦେଶ ସ୍ଥିତି ଭାରି ଭୟଙ୍କର ହୋଇଛି । ଶୁକ୍ରବାର ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହେତୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।


ରାସ୍ତା ଘାଟ ଜାମ୍ । ପାହାଡ଼ ଧସି ରାସ୍ତା ଅବରୋଧ । ଶୁକ୍ରବାର ଅପରାହ୍ନରେ ଲାହୌଲ ସ୍ପିତିର ଜିସପାରେ ମସେରନ ନାଳରେ ବନ୍ୟା ପ୍ରବାହିତ ହୋଇଥିଲା। ବନ୍ୟା ଯୋଗୁଁ ରାସ୍ତାରେ କାଠକୁଟା, ପଥର, ଇଟା, କାଚ, ପ୍ଲାଷ୍ଟିକ, ବଡ଼ବଡ଼ ପଥର, କାଦୁଅମାଟି ପଡ଼ି ରହିଛି। ଯେଉଁ କାରଣରୁ ମନାଲି-ଲେହ ରାସ୍ତାରେ ଯାନବାହନର ଯାତାୟତ ଠପ ହୋଇଯାଇଛି। ଉଭୟପାର୍ଶ୍ବରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ବନ୍ୟାପାଣି ଚାଷୀଙ୍କ କ୍ଷେତରେ ମଧ୍ୟ ପଶିଛି । ଫଳରେ ସବୁ ଫସଲ ନଷ୍ଟ ହୋଇଯାଇଛି । ବହୁ କଷ୍ଟରେ ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Gems of Himachal (@GemsHimachal) August 1, 2025

ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ବାଦଲଫଟା ବର୍ଷା କାରଣରୁ ପାହାଡ଼ ଧସି ଆସୁଥିଲା ସେତେବେଳେ ରାସ୍ତା ଉପରେ ଛିଡ଼ା ହୋଇଥିଲେ ଅନେକ ପର୍ଯ୍ୟଟକ । ସେମାନେ ଏହି ଘଟଣାର ମୁକ ସାଖି । ପାହାଡ଼ ଧସିବାର ଦୃଶ୍ୟକୁ ସେମାନେ ନିଜ ମୋବାଇଲରେ କଏଦ୍ କରିଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକି ଏବେ ଖୁବ୍‌ ଭାଇରାଲ ହବାରେ ଲାଗିଛି । ଏହି ଭିଡିଓକୁ ଯିଏ ଦେଖୁଛି ସିଏ କହୁଛି, ସତେ ଯେମିତି ମାଟି ଚାଲି ଚାଲିଯାଉଛି । ପୃଥିବୀ ଘୁଞ୍ଚି ଘୁଞ୍ଚି ଯାଉଛି ।

ସ୍ଥାନୀୟ ଲୋକେ କହିଛନ୍ତି, "ହଠାତ୍ ପାହାଡ଼ରୁ ଏକ ଜୋରଦାର ଶବ୍ଦ ଆସିବା ଆରମ୍ଭ ହେଇଥିଲା । କ’ଣ ହୋଇଛି ବୁଝିବା ପୂର୍ବରୁ କିଛି ସମୟ ମଧ୍ୟରେ ଡ୍ରେନରେ ପ୍ରବଳ ବନ୍ୟାପାଣି ଆସିଯାଇଥିଲା। ଡ୍ରେନ ବନ୍ୟାପାଣିର ପ୍ରଚଣ୍ଡ ଶବ୍ଦ ଶୁଣି ଘରୁ ଲୋକେ ବାହାରି ଆସିଥିଲେ। ଏପରି ପରିସ୍ଥିତିରେ, ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଥିଲା।'


ଅନ୍ୟପଟେ ବନ୍ୟାପାଣିରେ ଧୋଇଯାଇଥିବା ରାସ୍ତା ପୁନରୁଦ୍ଧାର ପାଇଁ ଘଟଣାସ୍ଥଳକୁ ମେସିନ୍ ପଠାଇଛି ସ୍ଥାନୀୟ ପ୍ରଶାସନ । ଖରାପ ପାଗକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ନଦୀ ଏବଂ ଡ୍ରେନ୍କୁ ଯିବାକୁ ବାରଣ କରାଯାଇଛି। କାରଣ ଯେଭଳି ଭାବେ ବର୍ଷା ଜାରି ରହିଛି କୌଣସି ପରିସ୍ଥିତିରେ ଏସବୁ ସ୍ଥାନରେ ପାଣି ଭରି ଯାଇ ବିପଦସଙ୍କୁଳ ଅବସ୍ଥାକୁ ଆସିପାରେ ବୋଲି ଆଶଙ୍କା କରାଯାଉଛି ।


Sponsored
Himachal Pradesh: Heavy rains flood many parts of Una; roads, infrastructure damaged | Argus News