Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିମାଚଳ ପ୍ରଦେଶ ରାଜନୀତିରେ ହଟଚମଟ, ସଙ୍କଟରେ କଂଗ୍ରେସ ସରକାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହିମାଚଳ ପ୍ରଦେଶ ରାଜନୀତିରେ ହଟଚମଟ, ସଙ୍କଟରେ କଂଗ୍ରେସ ସରକାର

ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ରାଜନୀତିରେ ହଟଚମଟ । ସଙ୍କଟରେ କଂଗ୍ରେସ ସରକାର । ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ବିଜେପି ନେତା ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ନେତାମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଫ୍ଲୋର ଟେଷ୍ଟ ସହ ୩ଟି ଦାବି ରଖିଛି ବିଜେପି । ସେପଟେ କଂଗ୍ରେସର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଗତକାଲି କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବା ପରେ ସୃଷ୍ଟି ହୋଇଛି ହଲଚଲ । ଗତକାଲି ରାଜ୍ୟସଭା ପାଇଁ ଭୋଟିଂ ଥିଲା । ହିମାଚଳପ୍ରଦେଶରେ କ୍ରସ ଭୋଟିଂରେ ଜିତିଥିଲେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ । ଆଉ ହାରିଥିଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭୀ । ଏହାପରେ ଆରମ୍ଭ ହୋଇଥିଲା ହଟଚମଟ । ସେପଟେ ଦିଲ୍ଲୀରୁ ହିମାଚଳ ପ୍ରଦେଶ ଆସୁଛନ୍ତି କଂଗ୍ରେସର ପର୍ଯ୍ୟବେକ୍ଷକ । କଂଗ୍ରେସର ୫ରୁ ୬ ଜଣ ବିଧାୟକଙ୍କୁ ହରିଆଣାରେ ଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Himachal Pradesh political crisis key developments | Argus News