ହିମାଂଶୀଙ୍କୁ ମିଳିଛି Big Boss 19ର ଅଫର୍

Key Points
ବର୍ତ୍ତମାନ ହିମାଂଶୀଙ୍କୁ 'ବିଗ୍ବସ୍ ୧୯' ର ଅଫର୍ ମିଳୁଥିବା ଚର୍ଚ୍ଚା ହେଉଛି । ବିଗ୍ବସ୍ର ନିର୍ମାତା ହିମାଂଶୀଙ୍କୁ ନିଜ ଶୋ'ରେ ଆଣିବାକୁ ଚାହୁଁଛନ୍ତି । ହିମାଂଶୀ ପେହେଲଗାମ ଘଟଣା ପରଠୁ ଦର୍ଶକଙ୍କ ସହ ଯୋଡି ହୋଇ ଯାଇଛନ୍ତି ।
ହିମାଂଶୀ ନରୱାଲଙ୍କୁ ଆସିଛି ବିଗବସ୍ର ଅଫର୍ । ପେହେଲଗାମ୍ ଆତଙ୍କୀ ଆକ୍ରମଣରେ ସହିଦ୍ ହୋଇଥିବା ଭାରତୀୟ ଜବାନ ବିନୟ ନରୱାଲଙ୍କ ପତ୍ନୀ ହେଉଛନ୍ତି ହିମାଂଶୀ ନରୱାଲ । ବିନୟଙ୍କ ମୃତ୍ୟୁ ପରେ ପୁରା ଭାଙ୍ଗି ପଡିଥିଲେ ହିମାଂଶୀ ଏବଂ ତାଙ୍କ ପରିବାର । ବିବାହକୁ ମାତ୍ର କିଛିମାସ ପୁରିଥିବା ବେଳେ ଉଭୟ ହନିମୁନ ପାଇଁ କାଶ୍ମୀରର ପେହେଲଗାମ୍ ଆସିଥିଲେ । ହେଲେ ସେଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିଜ ସ୍ଵାମୀଙ୍କୁ ହରାଇଥିଲେ । ହିମାଂଶୀ । ଯାହାକୁ ନେଇ କେବଳ ସେ ନୁହେଁ, ପୁରା ଦେଶ ଦୁଃଖରେ ଭାଙ୍ଗି ପଡିଥିଲେ ।
ତେବେ ବର୍ତ୍ତମାନ ହିମାଂଶୀଙ୍କୁ 'ବିଗ୍ବସ୍ ୧୯' ର ଅଫର୍ ମିଳୁଥିବା ଚର୍ଚ୍ଚା ହେଉଛି । ବିଗ୍ବସ୍ର ନିର୍ମାତା ହିମାଂଶୀଙ୍କୁ ନିଜ ଶୋ'ରେ ଆଣିବାକୁ ଚାହୁଁଛନ୍ତି । ହିମାଂଶୀ ପେହେଲଗାମ ଘଟଣା ପରଠୁ ଦର୍ଶକଙ୍କ ସହ ଯୋଡି ହୋଇ ଯାଇଛନ୍ତି । ମେକର୍ସ କିଛି ଏମିତି ପ୍ରତିଯୋଗୀଙ୍କୁ ବିଗ୍ବସ୍ରେ ଆଣିବାକୁ ଚାହୁଁଛନ୍ତି, ଯେଉଁମାନେ ପୂର୍ବରୁ ହିଁ ଲୋକଙ୍କ ସହ ପରିଚିତ ଅଛନ୍ତି । ତେବେ ହିମାଂଶୀଙ୍କ ବିଗବସ୍ ଆସିବା ଏବେ ଯାଏଁ କୌଣସି କନଫର୍ମ ହୋଇନାହିଁ ।
ସୋସିଆଲ ମିଡିଆରେ ମଧ୍ୟ ଏହି ଖବରକୁ ମିଛ ବୋଲି କୁହାଯାଉଛି । କାରଣ ହିମାଂଶୀ ପେହେଲଗାମ ଘଟଣା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ତା ପୂର୍ବରୁ ତାଙ୍କର କୌଣସି ପରିଚୟ ନଥିଲା । ତେବେ ହିମାଂଶୀ ବିଗ୍ବସ୍କୁ ଆସିବା କେତେ ସତ କେତେ ମିଛ ତାହା ଆଗକୁ ଜଣା ପଡିବ ।