Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠୁ ଆରମ୍ଭ ରାଷ୍ଟ୍ରୀୟ ନବବର୍ଷ , ସାରା ଦେଶରେ ଉତ୍ସାହ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜିଠୁ ଆରମ୍ଭ ରାଷ୍ଟ୍ରୀୟ ନବବର୍ଷ , ସାରା ଦେଶରେ ଉତ୍ସାହ

ଆଜି ହିନ୍ଦୁ ନବବର୍ଷ । ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରେ ହିନ୍ଦୁ ନବବର୍ଷର ଆରମ୍ଭ ହୋଇଥାଏ । ଏହି ଦିନଠୁ ନବରାତ୍ରୀର ଆରମ୍ଭ ହୋଇଥାଏ ।ହିନ୍ଦୁ ନବବର୍ଷକୁ ବିକ୍ରମ ସମ୍ୱତ ତଥା ନବ ସମ୍ୱତ୍ସର ଭାବରେ ଜଣାଯାଇଥାଏ । କାରଣ ଏହାକୁ ଆଧାର କରାଯାଇ ନବ ସମ୍ୱତ୍ସରର ରାଜା ତୟ ହୋଇ ଥାଆନ୍ତି । ଏହାକୁ ଦେଖି ନବବର୍ଷ କେମିତି କଟିବ ତାହାର ମଧ୍ଯ ଆକଳନ କରାଯାଏ । ଏହି ନବବର୍ଷ ବିକ୍ରମ ସମ୍ୱତ ୨୦୮୨ ଅଟେ । ମାନ୍ଯତା ରହିଛି ଯେ, ଭଗବାନ ବ୍ରହ୍ମା ଏହି ଦିନରେ ସୃଷ୍ଟିର ରଚନା କରିଥିଲେ । ଫଳରେ ଏହି ଦିନ ବେଶ୍ ମହତ୍ତ୍ୱ ରଖେ ହିନ୍ଦୁ ଧର୍ମରେ ।


ହିନ୍ଦୁ ନବବର୍ଷ ଆରମ୍ଭ ସମୟରେ ମୀନ ରାଶିରେ ୬ ଗ୍ରହର ଯୋଗ ରହିଛି । ସୂର୍ଯ୍ୟ, ଚନ୍ଦ୍ରମା, ବୁଧ, ଶୁକ୍ର, ଶନି ଏବଂ ରାହୁ ମୀନ ରାଶିରେ ଗୋଚର କରୁଛନ୍ତି । ତେବେ ନୂଆବର୍ଷକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ନବବର୍ଷ ପାଳନ ଦେଖିବାକୁ ମିଳିଛି । ରାଜଧାନୀ ଉପକଣ୍ଠ ନହରକଣ୍ଟା ସ୍ଥିତ ଶ୍ରୀ ଜୟଦେବ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ହିନ୍ଦୁ ନବବର୍ଷ ପାଳନ କରିଛନ୍ତି ।ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମିଶି ହନୁମାନ ଚାଳିଶା ପାଠ ସହିତ ବୃକ୍ଷରୋପଣ କରିଥିଲେ । ଶେଷରେ ପଣା ବଣ୍ଟନ କରିଥିଲେ । ସେହପରି କେଉଁଝର, ଭଦ୍ରକ, ଢେଙ୍କାନାଳ ଆଦି ସ୍ଥାନରେ ହିନ୍ଦୁ ନବବର୍ଷ ପାଳନ କରାଯାଇଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hindu New Year begins today | Argus News