Bangladesh News / ବାଂଲାଦେଶ ସରକାରରେ ହିନ୍ଦୁ ମନ୍ତ୍ରୀଙ୍କ ରାଜ୍

Key Points
ବାଂଲାଦେଶରେ ନୂଆ ସରକାର ନ୍ଦୁ ହେଲେ ମନ୍ତ୍ରୀ ଭେଟିଲେ ଓମ୍ ବିର୍ଲା
ବାଂଲାଦେଶରେ ଗଠନ ହେଲା ନୂଆ ସରକାର
ବାଂଲାଦେଶ ସରକାରରେ ହିନ୍ଦୁ ମନ୍ତ୍ରୀଙ୍କ ରାଜ୍
ମୋଦିଙ୍କୁ ଆସିଲା ନିମନ୍ତ୍ରଣ ଭେଟିବାକୁ ଗଲେ ଓମ୍ ବିର୍ଲା
ଅର୍ନ୍ତଜାତୀୟ ଖବର (Feb-19): ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଏବେ ଅତ୍ୟାଚାର କମିବ । ହିନ୍ଦୁଙ୍କୁ ବାରମ୍ବାର ହତ୍ୟା ଉପରେ ରୋକ ଲାଗିବ । କାରଣ ଏବେ ବାଂଲାଦେଶ ଉପରେ ରାଜ କରିବ ଭାରତ । କାହିଁକି ନା ବାଂଲାଦେଶ ସରକାରରେ ଏବେ ମନ୍ତ୍ରୀ ହୋଇଛନ୍ତି ହିନ୍ଦୁ । ଏବେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବନ୍ଦ ହେବ । ବାଂଲାଦେଶରେ ହିନ୍ଦୁ ମାନଙ୍କର ଶକ୍ତି ବଢ଼ିବ । ଭାରତ ନେଇଛି କଠୋରୋ ପଦକ୍ଷେପ । ଏକ ତରଫା ବିଜୟ ହାସଲ କରିଛି ବିଏନ୍ପି ମାନେ ବାଂଲାଦେଶ ନ୍ୟାସନାଲିଷ୍ଟା ପାର୍ଟି। ସେଖ ହସିନାଙ୍କ ଦଳ ଭାଙ୍ଗିବା ପରେ ୟୁନୁସ ଅନ୍ତରିଣ ସରକାରରେ ଦାୟିତ୍ବ ତୁଲାଇଥିଲେ। ଆଉ ଏବ ସମସ୍ତଙ୍କୁ ପଛରେ ପକାଇ ବିଏନ୍ପି ସରକାର ଗଠନ କରିଛି।
ବାଂଲାଦେଶର ନୂଆ ସରକାରରେ ମନ୍ତ୍ରୀ ହୋଇଛନ୍ତି ଦୁଇ ଜଣ ହିନ୍ଦୁ । ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଇଛି। ଏବେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମିବ । ଯେଉଁ ମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କୁ ନ୍ୟାୟ ମିଳିବ। ସୂଚନା ମୁତାବକ ମଙ୍ଗଳବାର ବାଂଲାଦେଶ ରାଜନୀତିରେ ଏକ ନୂତନ ଅଧ୍ୟାୟ ଯୋଡା ହୋଇଛି ।
ଦେଖନ୍ତୁ ଏହି ଖବର: ବାଂଲାଦେଶର ଶପଥ ନେଲେ ତାରିକ ରହମାନ, ଆଉ ହିନ୍ଦୁଙ୍କ ଉପରେ ହେବନି ଆକ୍ରମଣ...
ଦୀର୍ଘଦିନର ରାଜନୈତିକ ଅସ୍ଥିରତା ଓ ଅନିଶ୍ଚିତତା ପରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ମୁଖ୍ୟ ତାରିକ ରହମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ବାଂଲାଦେଶ ସରକାରରେ ଦୁଇଜଣ ହିନ୍ଦୁ ନେତାଙ୍କୁ ସାମିଲ କରାଯାଇଛି। ନିତାଇ ରାୟ ଚୌଧୁରୀ ଓ ଦୀପେନ ଦିୱାନ ଚକମାଙ୍କୁ ତାରିକ ସରକାରରେ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି ।
ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଅନେକ ଦେଶର ପ୍ରତିନିଧି ଢାକାରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ହୋଇଥିଲେ ସୁଦ୍ଧା ଭାରତର ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲା । ଯାହା ନୂତନ ସରକାରଙ୍କ ସହିତ ସମ୍ପର୍କ ପ୍ରତି ନୂଆଦିଲ୍ଲୀର ସକାରାତ୍ମକ ମନୋଭାବକୁ ସୂଚିତ କରିଥିଲା ।
📱 Get Argus News App
✨Related Topics
Explore more stories