India vs Bangladesh / ଏକାଠି କାମ କରୁଥିଲେ, ହିନ୍ଦୁ ବୋଲି ଗୁଳି ମାରିଦେଲା !

Key Points
ଗତ ୨୫ ତାରିଖରେ ଅମୃତ ମଣ୍ଡଳଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ । ଆଜି ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାଁ ବଜେନ୍ଦ୍ର ବିଶ୍ବାସ । ଏହି ଘଟଣା ମୈମନସିଂ ଜିଲ୍ଲାରେ ଘଟିଛି । ଏହି ସ୍ଥାନରେ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ଜନତା ପିଟି ପିଟି ହତ୍ୟା କରିଥିଲେ । ବଜେନ୍ଦ୍ରଙ୍କୁ ତାଙ୍କ ସହକର୍ମୀ ନୋମାନ ମିଆଁ ଗୁଳିକରି ହତ୍ୟା କରିଛନ୍ତି । ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଥିଲେ ବି ପୋଲିସ ବିଳମ୍ବରେ ଏହି ଘଟଣାର ସୂଚନା ଦେଇଛି ।
ଉଭୟ ଭାଲୁକା ଉପଜିଲ୍ଲାର ଲାବିବ ଗ୍ରୁପ୍ ପୋଷାକ କାରଖାନା ସୁଲତାନ ସ୍ୱେଟର୍ସ ଲିମିଟେଡରେ ସୁରକ୍ଷାକର୍ମୀଭାବେ କାମ କରୁଥିଲେ । ପୋଲିସ ନୋମାନକୁ ଗିରଫ କରିଛି। ବଜେନ୍ଦ୍ର ଅନସାର ନାମକ ସିକ୍ୟୁରିଟ ସଂସ୍ଥାର କର୍ମଚାରୀ ଥିଲେ। କାରଖାନାକୁ ସୁରକ୍ଷା ଦେବା ପାଇଁ କୋଡ଼ିଏ ଜଣ ଅନସାର ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା। ଦଶ ଦିନ ମଧ୍ୟରେ ବାଂଲାଦେଶରେ ୩ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଗଲାଣି । ଗତ ୨୫ ତାରିଖରେ ଅମୃତ ମଣ୍ଡଳଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ଅନ୍ୟପଟେ ବାଂଲାଦେଶରେ ହିଂସା ଥମିବା ନାଁ ନେଉନାହିଁ। ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗ୍ରାମରେ ପୁଣି ୫ ଜଣ ହିନ୍ଦୁଙ୍କ ଘରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି। ମିଳିଥିବା ସୂଚନାନୁଯାୟୀ ଆକ୍ରମଣକାରୀ ଏକ ଘରେ କିଛି ପୋଷାକ ପୂରାଇ ଏଥିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ହିନ୍ଦୁ ପରିବାର ଏବେ ଭୟରେ ଅଛନ୍ତି।
ଯେଉଁମାନଙ୍କ ଘରେ ନିଆଁ ଲାଗିଛି ସେମାନେ କହିଛନ୍ତି, ଘର ବାହାରପଟୁ ବନ୍ଦ ରହିଥିବାରୁ ଆମେ ଫସି ଯାଇଥିଲୁ। ୨ ପ୍ରଭାବିତ ପରିବାରର ୮ ଜଣ ସଦସ୍ୟ କୌଶଳକ୍ରମେ ବାହାରକୁ ବାହାରି ଆସିବାରେ ସକ୍ଷମ ହୋଇଥିବା କହିଛନ୍ତି। କିନ୍ତୁ ସେମାନଙ୍କର ସବୁ ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଢାକାଠାରୁ ୨୪୦ କିମି ଦୂରରେ ଏହି ଘଟଣା ଘଟିଛି। ଫିରୋଜପୁର ଏସ୍ପି ମହମ୍ମଦ ମନଜୁର ଅହମଦ ସିଦ୍ଦିକି ନିଆଁ ଲାଗି ଯାଇଥିବା ସ୍ଥାନକୁ ଯାଇ ଅଭିଯୋଗକାରୀଙ୍କୁ ଆଶ୍ବାସନା ଦେଇଛନ୍ତି।
ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ସେ କହିଛନ୍ତି। ସ୍ଥାନୀୟ ପୋଲିସ ଏହି ମାମଲାରେ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଉକ୍ତ ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
📱 Get Argus News App
✨Related Topics
Explore more stories