Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହିନ୍ଦୁସ୍ତାନ ଜିନ୍ଦାବାଦ, ଭାରତ ମାତ କି ଜୟ ସ୍ଲୋଗାନରେ କମ୍ପୁଛି ସାରା ଭାରତ

National

ହିନ୍ଦୁସ୍ତାନ ଜିନ୍ଦାବାଦ, ଭାରତ ମାତ କି ଜୟ ସ୍ଲୋଗାନରେ କମ୍ପୁଛି ସାରା ଭାରତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହିନ୍ଦୁସ୍ତାନ ଜିନ୍ଦାବାଦ, ଭାରତ ମାତ କି ଜୟ ସ୍ଲୋଗାନରେ କମ୍ପୁଛି ସାରା ଭାରତ

Key Points

ହିନ୍ଦୁସ୍ତାନ ଜିନ୍ଦାବାଦ, ଭାରତ ମାତ କି ଜୟ ସ୍ଲୋଗାନରେ କମ୍ପୁଛି ସାରା ଭାରତ
ଅପରେସନ ‘ସିନ୍ଦୂର’ ପରେ ସାରା ଭାରତରେ ଉତ୍ସବର ମାହୋଲ
ବାଣ ଫୁଟାଇ, ରଙ୍ଗ ଲଗାଇ, ମିଠା ଖୁଆଇ ଖୁସି ମନାଉଛନ୍ତି ହିନ୍ଦୁସ୍ତାନୀ
ପହଲଗାମ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଲା ଭାରତ
ଭାରତୀୟ ସେନା ନେଲା ପହଲଗାମ ଆକ୍ରମଣର ପ୍ରତିଶୋଧ
ତିନି ସେନାର ମିଳିତ ଅପରେସନରେ ଆତଙ୍କୀସ୍ତାନକୁ ମିଳିଛି ଜବାବ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଯେଉଁ ଅପେକ୍ଷା ଥିଲା ତାହାର ଅନ୍ତ ଘଟିଛି। ଭାରତୀୟ ସେନାର ଆକ୍ରମଣରେ ଘାଇଲା ହୋଇଛି ଆତଙ୍କୀସ୍ତାନ। ମିଳିଛି କଡ଼ା ଜବାବ। ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ସାଧାରଣ ଲୋକେ ରାସ୍ତାକୁ ଆସି ହିନ୍ଦୁସ୍ତାନ ଜିନ୍ଦାବାଦ, ଭାରତ ମାତା କି ଜୟ ସ୍ଲୋଗାନ ଦେଇଛନ୍ତି। ସେନାର ପରାକ୍ରମ ଓ ସହାସକୁ ନେଇ ଭାରତୀୟ ଉତ୍ସାହିତ। ଆକ୍ରମଣ ପରେ ପାକିସ୍ତାନୀ ନାଗରିକ ଭୟଭୀତ । ବିଭିନ୍ନ ସ୍ଥାନରେ ଲୋକେ ବାଣ ପୁଟାଇ ଉତ୍ସବ ମନାଉଛନ୍ତି। ପରସ୍ପରକୁ ମିଠା ଖୁଆଇବା ସହିତ ବାଜା ବଜାଇ ପ୍ରତିଶୋଧର ମଜାକୁ ଦ୍ବିଗୁଣିତ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଦୃଶ୍ୟ । ଆତଙ୍କୀଙ୍କ ମନୋବଳ ହ୍ରାସ କରିବା ସହ ସେନାର ପରାକ୍ରମକୁ ସାବାସୀ ଦେଉଥିବା ମନେ ହେଉଛି।

ଦେଶର ଜନତା କହୁଛନ୍ତି, ଭାରତ ସରକାର ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ସଠିକ ଜବାବ ଦେଇଛି। ଦେଶର ପ୍ରତି ରାଜ୍ୟରେ ମୋଦି ସରକାରଙ୍କ ନେତୃତ୍ବ ଓ ଭାରତୀୟ ସେନାର ପରାକ୍ରମର ବିଜୟ ଉତ୍ସବ ପାଳନ ହେଉଛି। କାଶ୍ମୀର ପହଲଗାମରେ ପର୍ଯ୍ୟଟକମାନେ ଭାରତ ମାତା କି ଜୟ ସ୍ଲୋଗାନ ଦେବା ସହିତ । ଭିନ୍ନ ଅନ୍ଦାଜରେ ପାଳନ କରିଥିଲେ ବିଜୟ ଉତ୍ସବ। ସେହିପରି ରାଜଧାନୀ ଭୁବନେଶ୍ବର ଓ କଟକରେ ଲୋକେ ସେନାର ପରାକ୍ରମକୁ ନେଇ ବିଭିନ୍ନ ସ୍ଲୋଗାନ ଦେବା ସହିତ ସିନ୍ଦୂର ଖେଳି ସେନାର ସାହସକୁ ସମ୍ମାନ ଜଣାଇଛନ୍ତି।

ପ୍ରୟାଗରାଜ, ନାଗପୁର, ଅମୃତସର, କାନପୁର, ସିୁଲୁଗୁଡ଼ି, ଭୁବନଶ୍ବର ଓ କଟକରେ ହୋଇଥିବା ସେଲିବ୍ରେଶନ କହୁଛି, ଲୋକେ ସେନାର ଏହି ପଦକ୍ଷେପକୁ ନେଇ ସନ୍ତୁଷ୍ଟ । ପୂଜା ପାଠ ଓ ଆଳତି କରି ନିଜ ନିଜ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ଆହୁରି ବଡ଼ ଧରଣର ଷ୍ଟାଇକ୍ କରିବାକୁ ଏବଂ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ମଧ୍ୟ ଲୋକେ ଦାବି ଉଠାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
hindustan-zindabad-and-bharat-mata-ki-jai-all-over-india-celebrate-operation-sindoor | Argus News