Divorce Settlement / ୨୩ ବର୍ଷର ଲଢ଼େଇ ପରେ ନ୍ୟାୟ... ଛାଡ଼ପତ୍ରରେ ମିଳିଲା ୮୫ କୋଟି

Key Points
୨୩ ବର୍ଷ ପରେ ମିଳିଲା ନ୍ୟାୟ ଛାଡ଼ପତ୍ରରେ ୮୫ କୋଟି ।
ସ୍ୱାମୀଙ୍କୁ ମହଙ୍ଗା ପଡିଲା ପରକୀୟାପ୍ରୀତି... ଛାଡ଼ପତ୍ରରେ ପତ୍ନୀଙ୍କୁ ମିଳିଲା ୮୫ କୋଟି । ୨୩ ବର୍ଷ ପରେ ମହିଳାଙ୍କ ସପକ୍ଷରେ ନ୍ୟାୟ । ବ୍ରିଟେନର ସବୁଠାରୁ ଚର୍ଚ୍ଚିତ ଓ ଅଧିକ ଦିନ ଧରି ଚାଲିଥିବା ଡିଭୋର୍ସ କେସ୍ ।
ସୂଚନାଥାଉ କି ଲଣ୍ଡନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏହି ମହିଳାଙ୍କୁ ଛାଡପତ୍ର ବାବଦକୁ ୮୫ କୋଟି ଟଙ୍କା ମିଳିଛି । ଏହା ବ୍ରିଟେନର ସବୁଠାରୁ ଚର୍ଚ୍ଚିତ ଓ ଦୀର୍ଘ ଡିଭୋର୍ସ ମାମଲା ମଧ୍ୟରୁ ଗୋଟିଏ । ଦୀର୍ଘ ୨୩ ବର୍ଷ ଧରି ଛାଡପତ୍ର ମାମଲା ଲଢୁଥିବାବେଳେ ଶେଷରେ ଭାରତୀୟ ବଂଶୋଭବ ମହିଳାଙ୍କୁ ୬.୬ ମିଲିୟନ ପାଉଣ୍ଡ ବା ୮୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ଅଦାଲତ ।
ପତ୍ନୀ 3 କୋଟି ଟଙ୍କାରେ ରାଜି ହେଲେ
ମାମଲାଟି ମେ ୨୦୦୨ରେ ଆରମ୍ଭ ହୋଇଥିଲା । ବର୍ଷା ଗୋହିଲ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଛାଡ଼ପତ୍ର ଆବେଦନ କରିଥିଲେ । ସ୍ୱାମୀ ପରକୀୟା ସମ୍ପର୍କ ରଖୁଥିବା ଅଭିଯୋଗ ଆଣିଥିଲେ ବର୍ଷା । ସେତେବେଳେ ସେମାନଙ୍କର ତିନୋଟି ସନ୍ତାନ ଥିଲେ । ୨୦୦୪ ମସିହାରେ ଉଭୟଙ୍କ ମଧ୍ୟରେ ଏକ ଆର୍ଥିକ ବୁଝାବଣା ହୋଇଥିଲା । ଛାଡପତ୍ର ବଦଳରେ ତାଙ୍କ ସ୍ୱାମୀ ତାଙ୍କୁ ୨,୭୦,୦୦୦ ପାଉଣ୍ଡ (ପ୍ରାୟ ୩.୫ କୋଟି ଟଙ୍କା) ଏବଂ ଏକ ପ୍ୟୁଜୋଟ୍ କାର ଦେଇଥିଲେ ।
ଏଥିସହ ପଢ଼ନ୍ତୁ: କେତେ ସମ୍ପତ୍ତିର ମାଲିକ ଖାନ୍ ସାର ? ଦିନେ ବସ୍ ଭଡ଼ା ପାଇଁ ନଥିଲା ଟଙ୍କା, ଆଜି କୋଟିପତି
ତେବେ ସ୍ଵାମୀ ତାଙ୍କ ପ୍ରକୃତ ସମ୍ପତ୍ତି ଓ ରୋଜଗାର ସମ୍ପର୍କରେ ସଠିକ ସୂଚନା ଦେଇନଥିବା ଅଭିଯୋଗ ଆଣି ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ ସ୍ତ୍ରୀ । ତାଙ୍କୁ ସନ୍ଦେହ ହେଉଥିଲା ହେଲେ ତାଙ୍କ ପାଖରେ କିଛି ପ୍ରମାଣ ନଥିଲା । ହେଲେ ଦୀର୍ଘ ତଦନ୍ତ ପରେ, ଭଦ୍ରେଶ ଗୋହିଲଙ୍କୁ ମନି ଲଣ୍ଡରିଂ, ଜାଲିଆତି ଏବଂ ଠକେଇ ପାଇଁ ଷଡ଼ଯନ୍ତ୍ର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୧୧ ମସିହାରେ, ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା ।
ଛାଡପତ୍ର ପରେ ମଧ୍ୟ, ବର୍ଷା ସବୁବେଳେ ସନ୍ଦେହ କରୁଥିଲେ ଯେ ତାଙ୍କ ସ୍ୱାମୀ କୋର୍ଟରେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ପ୍ରକାଶ କରିନାହାଁନ୍ତି । ବର୍ଷ ବର୍ଷ ଧରି ଏହା କେବଳ ଏକ ସନ୍ଦେହ ହୋଇ ରହିଲା, କିନ୍ତୁ ପରିସ୍ଥିତି ଓଲଟିଗଲା । ବୃତ୍ତିରେ ଜଣେ ଓକିଲ ଭଦ୍ରେଶ ଗୋହିଲ ପୂର୍ବତନ ନାଇଜେରିଆନ ରାଜ୍ୟପାଳ ଜେମ୍ସ ଇବୋରିଙ୍କ ସହଯୋଗୀଙ୍କ ପାଇଁ କାମ କରୁଥିଲେ । ଏହି ସମୟରେ ସେ ଲକ୍ଷ ଲକ୍ଷ ପାଉଣ୍ଡ ସହିତ ଜଡିତ ଏକ ବଡ଼ ଆନ୍ତର୍ଜାତୀୟ ଦୁର୍ନୀତି ଏବଂ ମନି ଲଣ୍ଡରିଂ ସ୍କାଣ୍ଡାଲରେ ଫସି ଯାଇଥିଲେ ।
ଶେଷରେ ଅଦାଲତ ପୂର୍ବ ଆର୍ଥିକ ବୁଝାବଣାକୁ ଖାରଜ କରିଦେବା ସହିତ ୮୫ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟକୁ ବ୍ରିଟେନର ପରିବାରିକ ଆଇନ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି ।
📱 Get Argus News App
✨Related Topics
Explore more stories