୨୫.୫ ବିଲିଅନ ପାଉଣ୍ଡକୁ ବୃଦ୍ଧି ପାଇବ ବାର୍ଷିକ ଦ୍ୱିପାକ୍ଷିକ କାରବାର

Key Points
ବ୍ରିଟେନ୍- ଭାରତ ମଧ୍ୟରେ ସ୍ବାକ୍ଷରିତ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି
ଦୁଇ ଦେଶର ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ ୨୫.୫ ବିଲିଅନ ପାଉଣ୍ଡକୁ ପାଇବ ବୃଦ୍ଧି
ଭାରତର କପଡ଼ା ଓ ସି-ଫୁଡକୁ ବ୍ରିଟେନ ମାର୍କେଟରେ ମିଳିବ ଗୁରୁତ୍ବ
ପ୍ରଧାନମନ୍ତ୍ରୀ କହିଲେ, ୟୁକେର ସାମଗ୍ରୀ ଭାରତରେ ଶସ୍ତାରେ ହେବ ଉପଲବ୍ଧ
ୟୁରୋପୀୟ ସଂଘ ଛାଡିବା ପରେ ବ୍ରିଟେନର ଦ୍ୱିତୀୟ ସର୍ବବୃହତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବ୍ରିଟେନ ଗସ୍ତ ଐତିହାସିକ ପାଲଟିଛି। ଲଣ୍ଡନରେ ମୋଦି ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସାକ୍ଷାତ ଅବସରରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଛି ମୁକ୍ତ ବାଣିଜ୍ୟ ଚୁକ୍ତିନାମା । ଏହି ଚୁକ୍ତିନାମା ଦ୍ୱାରା ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ ୨୫.୫ ବିଲିୟନ ପାଉଣ୍ଡ ବୃଦ୍ଧି ପାଇବାର ଆଶା କରାଯାଉଛି। ୟୁରୋପୀୟ ସଂଘ ଛାଡିବା ପରେ ଏହା ବ୍ରିଟେନର ଦ୍ୱିତୀୟ ସର୍ବବୃହତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା। ପ୍ରି ଟ୍ରେଡ ଡିଲ ଉଭୟ ଦେଶର ଶିଳ୍ପ ପାଇଁ ବଜାର ପ୍ରବେଶକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ। ଏହା ଯୋଗୁ ଉତ୍ପାଦ ଏବଂ ସେବା ଗ୍ରାହକମାନଙ୍କ ପାଇଁ ଶସ୍ତା ହେବ। ତା ବ୍ୟତୀତ ଭାରତରେ ନିବେଶ ଓ ରୋଜଗାରର ସୁଯୋଗ ସୃଷ୍ଟିହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହେବା ପରେ ଭାରତୀୟ ବ୍ୟବସାୟୀ ଓ ଗ୍ରାହକ ସବୁଠୁ ଅଧିକ ଲାଭ ପାଇବେ । ବ୍ରିଟିଶ ପାନୀୟ, ପ୍ରସାଧନ ସାମଗ୍ରୀ, ମହଙ୍ଗା କାର, ଚିକିତ୍ସା ଉପକରଣ ଉପରେ ଶୁଳ୍କ ହ୍ରାସ ପାଇବ । ହାରାହାରି ଶୁଳ୍କ ୧୫ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ ପାଇବ। ଏହି ଚୁକ୍ତିନାମା ପରେ ଭାରତର ରପ୍ତାନି ଆହୁରି ବୃଦ୍ଧି ପାଇବ। ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଶିକ୍ଷାଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ-ୟୁକେର ପାରସ୍ପରିକ ପ୍ରତିବଦ୍ଧତାକୁ ମଜଭୁତ କରିବ। ଏହା ବ୍ୟତୀତ ଭାରତ-ୟୁକେ ପ୍ରଯୁକ୍ତିବିଦ୍ୟା ସୁରକ୍ଷା ପଦକ୍ଷେପ ସ୍ବାକ୍ଷର କରିବାର ୧ ବର୍ଷ ପୂରଣ ହେବା ପରେ, ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଆକାର ଦେବା ଉପରେ ଆଲୋଚନା ହୋଇଛି।
📱 Get Argus News App
✨ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକେ ଗସ୍ତ ସମ୍ପର୍କରେ, ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତି ଭାରତ ସହିତ ବାଣିଜ୍ୟ ଚୁକ୍ତି ଐତିହାସିକ। ଏହା ସମଗ୍ର ବ୍ରିଟେନରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ।