Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ

Smruti Parija
Browse all articles by Smruti Parija
·1 year ago·1 min read
ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ

Key Points

ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ । ସ୍ପେଡେକ୍ସ ମିଶନ ଲଞ୍ଚ ।

ଅର୍ଗସ ବ୍ୟୁରୋ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ । ସ୍ପେଡେକ୍ସ ମିଶନ ଲଞ୍ଚ । ବର୍ଷର ଶେଷ ଦିନରେ ଭାରତ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ କୀର୍ତ୍ତିମାନ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହାକୁ ମାଇଲ ଷ୍ଟୋନ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ରାତି 10ଟାରେ ମିଶନ ଲଞ୍ଚ ହୋଇଛି ।


ପିଏସଏଲଭି-ସି୬୦ ରକେଟ ସାହାଯ୍ୟରେ ଲଞ୍ଚ୍ ହୋଇଛି ଦୁଇ ସ୍ପେସକ୍ରାଫ୍ଟ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ଲକ୍ଷ୍ୟରେ ଲଞ୍ଚ୍ ହୋଇଛି ବହୁ ପ୍ରତୀକ୍ଷିତ ମିଶନ । ଆରମ୍ଭ ହେବ ଭାରତର ‘ସ୍ପେସ ଡକିଂ ଏକ୍ସପେରିମେଣ୍ଟ’। ଏହି ଅଭିଯାନରେ ମହାକାଶରେ ମଞ୍ଜିକୁ ଅଙ୍କୁରିତ କରିବା ସହ ପ୍ରଥମଥର ପାଇଁ ମହାକାଶରେ ଗବେଷଣାଗାର ପ୍ରତିଷ୍ଠା ଲକ୍ଷ୍ୟ ରଖିଛି ଭାରତ । ୨୨୦ କେଜି ବିଶିଷ୍ଟ ଦୁଇଟି ସ୍ପେସକ୍ରାଫ୍ଟ ନେଇ ମହାକାଶକୁ ଯାଇଛି ପିଏସଏଲଭି-୬୦ ରକେଟ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମହାକାଶରେ ହିଁ ଦୁଇ ସ୍ପେସକ୍ରାଫ୍ଟ SDX-1 ଓ SDX-II କୁ ଯୋଡାଯାଇଛି । ଏହି ଟେକ୍ନୋଲଜି ଆଗାମୀ ଚନ୍ଦ୍ର ମିଶନ ଓ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ଲାଗି ସହାୟକ ହେବ । ଦୁଇ ଉପଗ୍ରହ ୪୭୬ କିଲୋମିଟର ବୃତ୍ତାକାର କକ୍ଷପଥରେ ସ୍ଥାପିତ ହେବା ପରେ ଜାନୁଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ ‘ସ୍ପେସ ଡକିଂ ଏକ୍ସପେରିମେଣ୍ଟ’। ଟ୍ବିଟ୍ କରି ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Sponsored