ହୋଲି ଶୋଭାଯାତ୍ରାରୁ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ଏକାଧିକ ଦୋକା

ଝାଡ଼ଖଣ୍ଡ ଗିରିଡୀହରୁ ବଡ଼ ଖବର । ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ । ଘଟଣାରେ ପ୍ରବଳ ପଥରମାଡ଼ ହୋଇଥିବା ବେଳେ ଦୋକାନ ଜଳପୋଡ଼ା ମଧ୍ୟ ହୋଇଛି । ଗିରିଡୀହ ପୋଲିସକୁ ସ୍ଥିତି ନିୟନ୍ତ୍ରଣାଧୀନ କରିବା ପାଇଁ ବେଶ ନାକେଦମ ହେବାକୁ ପଡ଼ିଛି । କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ସମ୍ପୂର୍ଣ୍ଣ ଅଞ୍ଚଳ ।
ସୂଚନା ଅନୁସାରେ ହୋଲି ଶୋଭାଯାତ୍ରାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଆଉ ଦେଖୁଦେଖୁ ବିବାଦ ଉଗ୍ର ରୂପ ଧାରଣ କରିବା ସହ ହିଂସକ ହୋଇଯାଇଥିଲା । ଉଭୟ ଗୋଷ୍ଠୀର ଉପଦ୍ରବୀଙ୍କ ତଲାସରେ ଲାଗିଛି ପୋଲିସ । ଚିହ୍ନଟ ସରିବା ପରେ କଡ଼ା ଆକ୍ସନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସ୍ଥିତି ଅଣ୍ଡର କଣ୍ଟ୍ରୋଲ ଅଛି ।
ଅନ୍ୟପଟେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କଟକ ସଦର ଥାନା ଅଞ୍ଚଳରେ ଦୋଳ ମେଲଣରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଉତ୍ତମାପୁର ଏବଂ ଶୁଭଦ୍ରାପୁର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୋଳ ବିମାନ ଯିବା ସମୟରେ ଯୁକ୍ତିତର୍କରୁ ମୁହାଁମୁହିଁ ହୋଇଥିବା ସୂଚନା । ଢେଲା ପଥର ମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ । ଉଭୟ ପକ୍ଷରୁ ଏକାଧିକ ଆହତ । ସମସ୍ତଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।