Videos
|
National

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ପବିତ୍ର ଚାରିଧାମ ଯାତ୍ରା

Ritu Das
Browse all articles by Ritu Das
·1 year ago·1 min read
ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ପବିତ୍ର ଚାରିଧାମ ଯାତ୍ରା

ଅକ୍ଷୟତୃତୀୟାର ଶୁଭ ଅବସରରେ ଆଜିଠୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଆସନ୍ତା ୬ମାସ ଯାଏ ତୀର୍ଥଯାତ୍ରୀମାନେ ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ମନ୍ଦିରର ଦର୍ଶନ କରିପାରିବେ। ଚାରିଧାମ ଯାତ୍ରା ଦୁନିଆଁର ସବୁଠୁ ପବିତ୍ର ଯାତ୍ରା। ଚାରିଧାମ ଯାତ୍ରାର ସବୁ ପବିତ୍ର ସ୍ଥଳ ଅଲଗା ଅଲଗା ଦେବୀ ଦେବତାଙ୍କୁ ନେଇ ସମର୍ପିତ। କେଦାରନାଥ ଧାମ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ ଏହା ଭଗବାନ ଶିବଙ୍କୁ ସମର୍ପିତ। ମେ' ରୁ ଖୋଲିବ ବାବା କେଦାରନାଥଙ୍କ କବାଟ। ବଦ୍ରିନାଥ ଧାମ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଗଙ୍ଗୋତ୍ରୀ ଧାମ ମାତା ଗଙ୍ଗା ଏବଂ ଯମୁନୋତ୍ରୀ ମା' ଯମୁନାଙ୍କୁ ସମର୍ପିତ ଅଟେ। ଏଥର ଚାରିଧାମ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


ଏହି ସମୟରେ ବହୁ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସୁପର ଜୋନ, ୭ଟି ଜୋନ ଏବଂ ୨୬ ସେକ୍ଟରରେ ବଣ୍ଟାଯାଇଛି। ପୋଲିସ ମାନଙ୍କ ବ୍ୟତୀତ ପିଏସି, ଫାୟର ବ୍ରିଗେଡ, SDRF, ହୋମଗାର୍ଡ, PRDର ୮୫୦ କର୍ମୀଙ୍କୁ ନିୟୋଜିତ କରାଯାଇଛି। ଚାରିଧାମ ଯାତ୍ରା କେମିତି ଯିବେ? ସଡ଼କ ମାର୍ଗରେ ଚାରିଧାମ ଯାତ୍ରା କରିବାକୁ ହେଲେ ହରିଦ୍ବାର, ଋଷିକେଶ ଏବଂ ଡେରାଡୁନରୁ ଯାତ୍ରା ଆରମ୍ଭ କରିପାରିବେ। ହରିାଦ୍ବାର ଷ୍ଟେସନ ଏହି ପବିତ୍ର ସ୍ଥାନକୁ ଯିବାକୁ ସର୍ବୋତ୍ତମ ରେଳ ଷ୍ଟେସନ ଅଟେ। ସେହିପରି ଡେରାଡୁନରୁ ଚାରିଧାମ ଯାତ୍ରା ପାଇଁ ହେଲିକପ୍ଟର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
holy-charidham-yatra-begins-for-devotees-from-today | Argus News