Videos
|
National

ସଂରକ୍ଷଣ ପ୍ରସଙ୍ଗରେ ରାହୁଲଙ୍କୁ ଧୋଇଲେ ଗୃହ ମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ସଂରକ୍ଷଣ ପ୍ରସଙ୍ଗରେ ରାହୁଲଙ୍କୁ ଧୋଇଲେ ଗୃହ ମନ୍ତ୍ରୀ

ଅର୍ଗସ ବ୍ୟୁରୋ: 3ଦିନିଆ ଆମେରିକା ଗସ୍ତ ସମୟରେ ବିରୋଧି ଦଳ ନେତା ରାହୁଲ ଗାନ୍ଧି ବିଭିନ୍ନ ଦେଶ ବିରୋଧି ମନ୍ତବ୍ୟ ଦେଇଚାଲିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ବିରୋଧରେ ରାହୁଲ ଗାନ୍ଧି ବୟାନବାଜି କରୁଥିବା ନଜରକୁ ଆସିଛି। ଯାହାକୁ କଡା ସମାଲୋଚନା କରିଛନ୍ତି ଶାହା । କହିଛନ୍ତି, ଦେଶ ବିରୋଧି ମନ୍ତବ୍ୟ ଦେବା ରାହୁଲ ଗାନ୍ଧୀ ଓ କଂଗ୍ରେସର ଅଭ୍ୟାସରେ ପରିଣତ ହୋଇଛି । ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଷଡଯନ୍ତ୍ର କରୁଥିବା ଶକ୍ତି ସହିତ ରାହୁଲ ଛିଡା ହୋଇଥିବା କହିଛନ୍ତି ଅମିତ ଶାହା । ସଂରକ୍ଷଣ ପ୍ରସଙ୍ଗରେ ରାହୁଲଙ୍କ ବୟାନକୁ ନେଇ ଶାହା କହିଛନ୍ତି ବିଜେପି ସରକାରରେ ଥିବା ପର୍ଯ୍ୟନ୍ତ କେହି ସଂରକ୍ଷଣକୁ ହଟାଇପାରିବେ ନାହିଁ । 

 ଆମେରିକା ଗସ୍ତ ସମୟରେ ରାହୁଲ ଗାନ୍ଧି ଚାଇନା ପ୍ରସଙ୍ଗରେ କହିଥିଲେ ମାନୁଫାକଚରିଂ ଏବଂ ରୋଜଗାରରେ ଚାଇନା ସବୁଠୁ ଆଗରେ ।
ଶିଖ ପ୍ରସଙ୍ଗରେ କହିଥିଲେ ଭାରତରେ ମୁଖ୍ୟ ମୁଦ୍ଦା ହେଲା ଶିଖ ମାନେ ପଗଡି ପିନ୍ଧିବେ ନା ନାହିଁ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିଖ ସମ୍ପ୍ରଦାୟ । ରାହୁଲଙ୍କ ଏପରି ବୟାନବାଜିକୁ କଡା ସମାଲୋଚନା କରିଛନ୍ତି । 

ଏବେ ସଂରକ୍ଷଣ ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟ ଆସିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଜାମ୍ମୁକାଶ୍ମୀରରେ ସଂରକ୍ଷଣ ବିରୋଧି ଏଜେଣ୍ଡା ହେଉ ବା ଦେଶ ବିରୋଧି ମନ୍ତବ୍ୟ ରାହୁଲ ଗାନ୍ଧି ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି । ଏଥିସହ ମାନବିକ ମୁଲ୍ୟବୋଧକୁ ଆଘାତ ପହଞ୍ଚାଇଛନ୍ତି ବୋଲି କହିଛନ୍ତି ଶାହ।

ଆମେରିକାର ଜର୍ଜଟାଉନ ୟୁନିଭର୍ସିଟିରେ ରାହୁଲଙ୍କୁ ପ୍ରଶ୍ନ ଥିଲା ସଂରକ୍ଷଣ କେତେବେଳ ପର୍ଯ୍ୟନ୍ତ ଚାଲୁ ରହିବ ଭାରତରେ । ଏହାର ଉତ୍ତରରେ ରାହୁଲ ଭାରତରୁ ସଂରକ୍ଷଣ ଉଠାଇବା ସପକ୍ଷରେ ଯୁକ୍ତି ବାଢିଥିଲେ। ରାହୁଲଙ୍କ ସଂରକ୍ଷଣ ବିରୋଧି ମତ ଉପରେ ଅମିତ ଶାହା କହିଛନ୍ତି କଂଗ୍ରେସର ସଂରକ୍ଷଣ ବିରୋଧି ମନଭାବ ପଦାକୁ ଆସିଛି । ରାହୁଲଙ୍କର ଏହି ବୟାନରୁ ଏକଥା ସ୍ପଷ୍ଟ ହୋଇଛି ବୋଲି ଜଣାପଡିଛି । ତେବେ ଦେଶରେ ଯେ ପର୍ଯ୍ୟନ୍ତ ବିଜେପିର ସରକାର ଅଛି ସଂରକ୍ଷଣକୁ କେହି ହଟାଇପାରିବେ ନାହିଁ ବୋଲି କହିଛନ୍ତି ଅମିତ ଶାହ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର