Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

NSE ବୁଲ୍ ର ଆଇକୋନିକ୍ ଷ୍ଟାଚ୍ୟୁ ଉଦଘାଟିତ

Smruti Parija
Browse all articles by Smruti Parija
·1 year ago·1 min read
NSE ବୁଲ୍ ର ଆଇକୋନିକ୍ ଷ୍ଟାଚ୍ୟୁ ଉଦଘାଟିତ

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳ ଶ୍ରୀ ସି ପି ରାଧାକ୍ରିଷ୍ଣନ୍ ଏନଏସଇ ବୁଲ୍ ର ଏକ ଆଇକୋନିକ୍ ଷ୍ଟାଚ୍ୟୁର ଉଦଘାଟନ କରିଛନ୍ତି । ଏହାସହ ପୁସ୍ତକ ''The journey of empowering 1.4 billion dreams'' ର ଉଦଘାଟନ କରିଛନ୍ତି । 

NSE ବୃଲ୍ ର ପ୍ରତିମୂର୍ତ୍ତି ଶକ୍ତି ଓ ସ୍ଥିରତାକୁ ପ୍ରତିପାଦିତ କରେ । ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଚାବିକାଠି । ଏହି ବୁଲ୍ ର ପ୍ରତ୍ୟେକ ଅଂଶ ଭାରତର ଦୃଢ ଆର୍ଥିକ ଇକୋସିଷ୍ଟମକୁ ସୂଚାଏ । ଭାରତର ବିଭିନ୍ନ ଶ୍ରେଣୀର ଲୋକ ଯେପରିକି, ସ୍କୁଲ ଯାଉଥିବା  ଛାତ୍ରଟିଏ ହେଉ ବା ଗାଁର ମହିଳା ଏବଂ କାର୍ଯ୍ୟରତ ବ୍ୟକ୍ତିବିଶେଷ ସମସ୍ତଙ୍କ ପାଇଁ ଏହି ମୂର୍ତ୍ତିଟି ଆର୍ଥିକ ବିନିଯୋଗର ଏକତାକୁ ସୂଚାଏ । 

NSE ର ବୃଲ୍ ମୂର୍ତ୍ତି ଏବଂ କଫି ଟେବୁଲ୍ ବୁକ୍ ଭାରତର କ୍ୟାପିଟାଲ୍ ବଜାର ଯାତ୍ରାରେ ସାଙ୍କେତିକ ମାଇଲଖୁଣ୍ଟ ଭାବରେ ଛିଡା ହୋଇଛି । ଆଜି ଭାରତ ହେଉଛି ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ ଚତୁର୍ଥ ବୃହତ୍ତମ ପୁଞ୍ଜି ବଜାର ହୋଇଥିବାବେଳେ ଅର୍ଡର ଏବଂ ଟ୍ରେଡ୍ ସଂଖ୍ୟା ଅନୁଯାୟୀ କାର୍ଯ୍ୟକଳାପ ଦ୍ୱାରା NSE ବିଶ୍ୱର ସର୍ବବୃହତ ଷ୍ଟକ୍ ଏକ୍ସଚେଞ୍ଜରେ ପରିଣତ ହୋଇଛି । ଏହି ସଫଳତା ବିଶ୍-ସ୍ତରୀୟ ଅନୁଷ୍ଠାନ ଗଠନ ତଥା ବଞ୍ଚାଇ ରଖିବା ପାଇଁ ଭାରତର ଦକ୍ଷତାର ଏକ ପ୍ରମାଣ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hon’ble Governor of Maharashtra Shri C P Radhakrishnan inaugurates the iconic statue of NSE Bull and launches a Coffee Table Book at NSE Headquarters | Argus News