Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

National Update / ହୋଣ୍ଡା କମ୍ପାନୀ ସହ C&D ୱେଷ୍ଟ ମ୍ୟାନେଜମେଣ୍ଟ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ହୋଣ୍ଡା କମ୍ପାନୀ ସହ C&D ୱେଷ୍ଟ ମ୍ୟାନେଜମେଣ୍ଟ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ

Key Points

ହୋଣ୍ଡା କମ୍ପାନୀ ସହ C&D ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ଏମଓୟୁ । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି ।

ହୋଣ୍ଡା କମ୍ପାନୀ ସହ C&D ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ଏମଓୟୁ । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ସୈନୀ ଗୁରୁଗ୍ରାମରେ ଜାପାନର ପ୍ରମୁଖ କମ୍ପାନୀମାନଙ୍କ ସହ ବୈଠକ କରି ରାଜ୍ୟରେ ଅଧିକ ନିବେଶ କରିବାକୁ ଆହ୍ୱାନ କରିଛନ୍ତି । ଏହି ଅବସରରେ C&D ୱାଷ୍ଟ୍ ମ୍ୟାନେଜମେଣ୍ଟ ପାଇଁ ହୋଣ୍ଡା କମ୍ପାନୀ ସହ ଏମଓୟୁ ହୋଇଛି । MoU ଅନୁଯାୟୀ ପ୍ଲାଣ୍ଟ୍ ପାଇଁ ଜମି ଓ ଆବଶ୍ୟକ କଚରା ସରକାର ପ୍ରଦାନ କରିବେ। ଆଉ ଏହି ଆବର୍ଜନାରୁ ହୋଣ୍ଡା କମ୍ପାନୀ ଟାଇଲ୍ ତିଆରି କରିବ। ମୁଖ୍ୟମନ୍ତ୍ରୀ ସୈନି ଆସନ୍ତା 6 ରୁ 8 ଅକ୍ଟୋବର ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ ।


ଏଥିସହ ପଢ଼ନ୍ତୁ: ନୂଆ ଭାଇରସକୁ ନେଇ ଚିନ୍ତାରେ ସବୁ ଦେଶ !


ଏହା ପୂର୍ବରୁ ସେ ଜାପାନୀ କମ୍ପାନୀ ଗୁଡିକର ଉଚ୍ଚ ଅଧିକାରୀଙ୍କ ସହ ବୈଠକ କରି ନିବେଶ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି । ସୈନୀ ନାରାୟଣଗଡ଼ରେ ଜାପାନୀ କମ୍ପାନୀମାନଙ୍କ ଏକ କ୍ଲଷ୍ଟର୍ ସ୍ଥାପନ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରାୟଣଗଡ଼ରୁ ଚଣ୍ଡିଗଡ଼, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବ 40–45 କିଲୋମିଟର ଦୂରରେ ରହିଛି । ଯାହା ବ୍ୟବସାୟ ପାଇଁ ବିଶେଷ ଲାଭଦାୟକ ହେବ । ମାନେସରରେ ପାଣି ଯୋଗାଣ ସୁବିଧା ପାଇଁ ମୂନକ କେନାଲରୁ ପାଇପଲାଇନ୍‌ ମାଧ୍ୟମରେ ପାଣି ପହଞ୍ଚାଇବାକୁ DPR ପ୍ରସ୍ତୁତ ସରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ସୈନି । ଖୁବଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ 3,000 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ଆଗାମୀ ୨୫-୩୦ ବର୍ଷରେ ବର୍ଦ୍ଧିତ ଜନସଂଖ୍ୟାକୁ ଦେଖି ପାଣି ସଙ୍କଟ ଦୂର କରିବାକୁ ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ ସୈନି ଶିଳ୍ପ ସଂସ୍ଥା ଗୁଡିକ ରାସାୟନିକ ପାଣିର ନିଷ୍କାସନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଆପଣେଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାନେସରରେ ୭୮ କୋଟି ଟଙ୍କା ବ୍ୟୟରେ ପ୍ରଥମ ଥର ପାଇଁ ପାଣି ପୁନଃ ବ୍ୟବହାର ପ୍ରଣାଳୀ ଆରମ୍ଭ ହେଉଛି । ଗୁରୁଗ୍ରାମ, ଫରିଦାବାଦ ଓ ସୋନିପତରେ ଆଧୁନିକ ଫାୟର୍ ବ୍ରିଗେଡ୍ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ର ସୈନି । ସରକାର 10ଟି ନୂତନ IMT ତଥା ଇଣ୍ଡଷ୍ଟ୍ରିଆଲ୍ ମୋଡେଲ୍ ଟାଉନସିପ୍ ସ୍ଥାପନ ପାଇଁ 6–7 ହଜାର ଏକର ଜମି ଇ-ଭୂମି ପୋର୍ଟାଲରେ ପଞ୍ଜିକୃତ କରିଛନ୍ତି ।


ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

Sponsored
National Update | National Update | Honda Signs MoU with C&D Waste Management in Presence of CM Nayab Singh Saini | Argus News | Argus News