Videos
|
National

Honest Driver / ବସ୍‌ରେ ମିଳିଲା ୨୦,୦୦୦ ସିଙ୍ଗାପୁର ଡଲାର, ଡ୍ରାଇଭର ଫେରାଇଲେ ସମ୍ପୂର୍ଣ୍ଣ ଟଙ୍କା

Rashmita Mishra
Browse all articles by Rashmita Mishra
·2 hours ago·3 min read
ବସ୍‌ରେ ମିଳିଲା ୨୦,୦୦୦ ସିଙ୍ଗାପୁର ଡଲାର, ଡ୍ରାଇଭର ଫେରାଇଲେ ସମ୍ପୂର୍ଣ୍ଣ ଟଙ୍କା
Honest Driver

Key Points

୨୦ ହଜାର ଡଲାର ମିଳିଲା ତଥାପି ଲୋଭ କଲେନି ।
ବ୍ୟାଗ୍‌ରେ ଥିଲା ଲକ୍ଷ ଲକ୍ଷ ଟଙ୍କା ସବୁ ଫେରାଇଦେଲେ ଡ୍ରାଇଭର ।
ଟଙ୍କା ଦେଖି ବି ବଦଳିଲାନି ମନ ସତ୍ୟନିଷ୍ଠ ଡ୍ରାଇଭର ।
୨୦,୦୦୦ ସିଙ୍ଗାପୁର ଡଲାର ମାଲିକଙ୍କୁ ଫେରାଇଲେ ।

ଏକ ବସ୍‌ରେ ଜଣେ ଯାତ୍ରୀ ଭୁଲବଶତଃ ଛାଡ଼ି ଯାଇଥିବା ବ୍ୟାଗ୍‌ରୁ ୨୦,୦୦୦ ସିଙ୍ଗାପୁର ଡଲାର ମିଳିଥିଲା । ଏତେ ବଡ଼ ରାଶିର ଟଙ୍କା ମିଳିବା ପରେ ମଧ୍ୟ ବସ୍‌ ଡ୍ରାଇଭର ଏହାକୁ ନିଜ ପାଖରେ ରଖିନଥିଲେ । ସେ ବ୍ୟାଗ୍‌ଟିକୁ ସୁରକ୍ଷିତ ରଖିବା ସହ ତାହାର ପ୍ରକୃତ ମାଲିକଙ୍କୁ ଖୋଜି ଟଙ୍କା ସମ୍ପୂର୍ଣ୍ଣ ଭାବେ ଫେରାଇ ଦେଇଥିଲେ ।
ସୂଚନା ଅନୁଯାୟୀ, ବ୍ୟାଗ୍‌ରେ ଥିବା ଟଙ୍କା କୌଣସି ବ୍ୟକ୍ତିଗତ ସଉକ କିମ୍ବା ଦାମୀ ଜିନିଷ କିଣିବା ପାଇଁ ନଥିଲା। ଏହି ଟଙ୍କା କିଛି ଶ୍ରମିକଙ୍କ ଦରମା ଦେବା ପାଇଁ ରଖାଯାଇଥିଲା ।

ବସ୍‌ ଡ୍ରାଇଭରଙ୍କ ହାତକୁ ଟଙ୍କା ଆସିଥିଲେ ମଧ୍ୟ ସେ ଏହାକୁ ନିଜର ବୋଲି ଭାବିନଥିଲେ । ବରଂ ବ୍ୟାଗ୍‌ଟିକୁ ସୁରକ୍ଷିତ ରଖି ଏହାର ମାଲିକଙ୍କ ପାଖକୁ ଫେରାଇବାର ବ୍ୟବସ୍ଥା କରିଥିଲେ । ଶେଷରେ ସମ୍ପୂର୍ଣ୍ଣ ୨୦,୦୦୦ ସିଙ୍ଗାପୁର ଡଲାର ମାଲିକଙ୍କୁ ଫେରିଥିଲା । ଏହି ଘଟଣା ପୁଣିଥରେ ସଚ୍ଚୋର୍ଟତାର ପ୍ରକୃତ ଅର୍ଥକୁ ସାମ୍ନାକୁ ଆଣିଛି । କାରଣ କୌଣସି ଜିନିଷ ଆମ ହାତକୁ ଆସିଯିବା ଏବଂ ସେହି ଜିନିଷ ଆମର ହୋଇଯିବା ଏକ କଥା ନୁହେଁ ।

ସାଧାରଣତଃ ଆମେ ଭାବୁଥାଉ ଯେ ବଡ଼ ବଡ଼ କାମ କରିବା ଦ୍ୱାରା ମଣିଷର ଚରିତ୍ର ପ୍ରମାଣିତ ହୁଏ । କିନ୍ତୁ ବାସ୍ତବରେ ଚରିତ୍ରର ପ୍ରକୃତ ପରୀକ୍ଷା ହୁଏ ସେହି ଛୋଟ ଛୋଟ ମୁହୂର୍ତ୍ତରେ, ଯେତେବେଳେ ଆମକୁ ଦେଖିବା ପାଇଁ କେହି ନଥାଏ ।

ଏକ ବ୍ୟାଗ୍ ପଡ଼ିଛି... ବ୍ୟାଗ୍ ଭିତରେ ଅଛି ବହୁତ ଟଙ୍କା । ମାଲିକ ନାହାନ୍ତି । ଆଖପାଖରେ ମଧ୍ୟ କେହି ନାହାନ୍ତି । ସେହି ସମୟରେ ମଣିଷର ସାମ୍ନାରେ ଥାଏ ଦୁଇଟି ରାସ୍ତା ଟଙ୍କାକୁ ନିଜର କରିନେବା କିମ୍ବା ଯାହାର ତାହାକୁ ଫେରାଇଦେବା । ହୁଏତ ଡ୍ରାଇଭରଙ୍କ ମନରେ ମଧ୍ୟ ଏକ ମୁହୂର୍ତ୍ତ ପାଇଁ ପ୍ରଶ୍ନ ଆସିଥାଇପାରେ “କାହାକୁ ଜଣାପଡ଼ିବ କି ?” କିନ୍ତୁ ତା’ଠାରୁ ବଡ଼ ପ୍ରଶ୍ନ ଥିଲା “ମୋତେ ତ ଜଣା ରହିବ ନା ?”

ସେହି ନିଷ୍ପତ୍ତି ହିଁ ତାଙ୍କ ଚରିତ୍ରକୁ ବୁଝାଏ

ଟଙ୍କା ପଛରେ ଥିଲା ଅନେକ ପରିବାରର ଆଶା । ଏହି ଘଟଣାର ସବୁଠାରୁ ବଡ଼ କଥା ହେଉଛି ସେହି ଟଙ୍କା ଶ୍ରମିକମାନଙ୍କ ଦରମା ପାଇଁ ଥିଲା । ଅର୍ଥାତ୍, ସେହି ବ୍ୟାଗ୍‌ରେ କେବଳ ଟଙ୍କା ନଥିଲା। ତା’ସହିତ ଜଡ଼ିଥିଲା କିଛି ପରିବାରର ଆଶା ଓ ଆବଶ୍ୟକତା । କାହାର ଘର ଚଳାଇବା ପାଇଁ ସେହି ଦରମା ଆବଶ୍ୟକ ଥାଇପାରେ । କାହାର ପିଲାର ପଢ଼ା ଖର୍ଚ୍ଚ, କାହାର ଘର ଭଡ଼ା କିମ୍ବା ପରିବାରର ଦୈନନ୍ଦିନ ଆବଶ୍ୟକତା ସେହି ଟଙ୍କା ଉପରେ ନିର୍ଭର କରୁଥାଇପାରେ । ଡ୍ରାଇଭର ବ୍ୟାଗ୍‌ଟି ଫେରାଇ ଦେଇ କେବଳ ୨୦,୦୦୦ ଡଲାର ଫେରାଇନଥିଲେ । ସେ ଅନେକ ଲୋକଙ୍କ ପରିଶ୍ରମର ମୂଲ୍ୟ ଏବଂ ସେମାନଙ୍କ ପରିବାରର ଆଶାକୁ ସୁରକ୍ଷିତ ରଖିଥିଲେ ।

ସଚ୍ଚୋର୍ଟତାର ମୂଲ୍ୟ
ସଚ୍ଚୋର୍ଟତାର ଅର୍ଥ କେବଳ ଏତିକି ନୁହେଁ ଯେ, “ଯାହା ଆମର ନୁହେଁ, ତାହା ନେବା ଉଚିତ ନୁହେଁ ।” ଏହାର ଅର୍ଥ ହେଉଛି ଆମ ହାତକୁ ଆସୁଥିବା ପ୍ରତ୍ୟେକ ଜିନିଷ ପଛରେ କାହାର ଏକ କାହାଣୀ ରହିଛି ବୋଲି ବୁଝିବା । ଏକ ବ୍ୟାଗ୍ କେବଳ ଟଙ୍କା ନୁହେଁ । ଏକ ମୋବାଇଲ୍ କେବଳ ଏକ ଯନ୍ତ୍ର ନୁହେଁ । ଏକ ଦରମା କେବଳ କିଛି ନୋଟ୍ ନୁହେଁ । ଏହା ପଛରେ ରହିଥାଏ ଜଣେ ମଣିଷର ପରିଶ୍ରମ, ଆବଶ୍ୟକତା ଓ ତାଙ୍କ ପରିବାରର ଜୀବନ ।

ଚରିତ୍ରର ପ୍ରକୃତ ପରିଚୟ
ଡ୍ରାଇଭରଙ୍କୁ ଜଣା ନଥିଲା ଯେ ତାଙ୍କ ଏହି କାମ ପାଇଁ କେହି ତାଙ୍କୁ ପ୍ରଶଂସା କରିବେ କି ନାହିଁ । ସେ ଏହା ମଧ୍ୟ ଜାଣିନଥିଲେ ଯେ ଦିନେ ତାଙ୍କ ଈମାନଦାରୀର କାହାଣୀ ଅନ୍ୟମାନଙ୍କ ପାଖରେ ପହଞ୍ଚିବ । ସେ କେବଳ ନିଜର କର୍ତ୍ତବ୍ୟ କରିଥିଲେ ଯାହା ତାଙ୍କର ନୁହେଁ, ତାହାକୁ ସୁରକ୍ଷିତ ରଖିଥିଲେ । ବୋଧହୁଏ ଚରିତ୍ରର ପ୍ରକୃତ ଅର୍ଥ ଏହା ହିଁ । ଯେତେବେଳେ ଦୁନିଆ ଆମକୁ ଦେଖୁନଥାଏ, ସେତେବେଳେ ଆମେ କ’ଣ କରୁଛୁ ସେହିଥିରୁ ଆମର ପ୍ରକୃତ ପରିଚୟ ମିଳେ

ସେହି ବ୍ୟାଗ୍‌ରେ ଥିଲା ୨୦,୦୦୦ ସିଙ୍ଗାପୁର ଡଲାର । କିନ୍ତୁ ସେହି ଦିନ ଡ୍ରାଇଭରଙ୍କ ହାତରେ ତା’ଠାରୁ ଅଧିକ ମୂଲ୍ୟବାନ ଏକ ସୁଯୋଗ ଥିଲା ନିଜର ଚରିତ୍ରର ମୂଲ୍ୟ ନିଜେ ନିର୍ଦ୍ଧାରଣ କରିବାର ସୁଯୋଗ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: