Honey Trap / ହନିଟ୍ରାପ୍ରେ ଫସାଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଦାବି! ହୋଟେଲରେ ଟଙ୍କା ନେବାବେଳେ ଧରାପଡ଼ିଲେ ମହିଳା
·1 hour ago·2 min read

Key Points
ପ୍ରଥମେ ସୋସିଆଲ ମିଡିଆରେ ହେଲା ବନ୍ଧୁତା
ଧୀରେ ଧୀରେ ବଢ଼ିଲା ସମ୍ପର୍କ। ପରେ ହେଲେ ଦେଖା।
ହନିଟ୍ରାପ୍ରେ ଫସାଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଦାବି
ହୋଟେଲରେ ଟଙ୍କା ନେବାବେଳେ ଧରାପଡ଼ିଲେ ମହିଳା
ମଧ୍ୟପ୍ରଦେଶର ଜବଲପୁରର ଘଟଣା

ଜବଲପୁର ୨୩/୦୯: ପ୍ରଥମେ ସୋସିଆଲ ମିଡିଆରେ ହେଲା ବନ୍ଧୁତା। ଧିରେ ଧିରେ ଚାଲିଲା ଚାଟିଂ। ଆଉ ଧୀରେ ଧୀରେ ବଢ଼ିଲା ସମ୍ପର୍କ। ପରେ ହେଲେ ଦେଖା ସାକ୍ଷାତ ହେଲା। ଏହାପରେ ଆରମ୍ଭ ହେଲା ଟଙ୍କା ଦାବି। ଶେଷରେ ମିଥ୍ୟା ମାମଲାରେ ଫସାଇଦେବାର ଧମକ ଦେଇ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ଦାବି। ଟଙ୍କା ନେବାକୁ ହୋଟେଲରେ ପହଞ୍ଚିବା ପରେ ପୋଲିସର ଜାଲରେ ଫସିଗଲେ ଜଣେ ମହିଳା।
ଏଭଳି ଏକ ହନିଟ୍ରାପ୍ ଓ ଟଙ୍କା ଆଦାୟ ଅଭିଯୋଗରେ ଜବଲପୁର ପୋଲିସ ଜଣେ ୨୮ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତାଙ୍କ ନାଁ ପୂଜା ରାଇଦାସ। ତାଙ୍କ ଘର ଉମାରିଆ ଜିଲ୍ଲାର ବୀରସିଂହପୁର ପାଲି ଅଞ୍ଚଳରେ ବୋଲି ପୋଲିସ କହିଛି। ଗିରଫ ସମୟରେ ତାଙ୍କ ବ୍ୟାଗରୁ ୨.୫୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି।
ଡାନ୍ସ କାର୍ଯ୍ୟକ୍ରମରେ ଦେଖା ହୋଇଥିଲା
ପୋଲିସ ଅନୁସାରେ, ୨୦୨୫ ଅକ୍ଟୋବରରେ ଗ୍ୱାରିଘାଟ ଅଞ୍ଚଳର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ସାର୍ଥକ ସିଂହଙ୍କ ସହ ପୂଜାଙ୍କ ପରିଚୟ ହୋଇଥିଲା। ପ୍ରଥମେ ସୋସିଆଲ ମିଡିଆରେ କଥାବାର୍ତ୍ତା ଏବଂ ପରେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଦୁହେଁଙ୍କ ଦେଖାସାକ୍ଷାତ ହୋଇଥିଲା। ପରେ ସେମାନେ ମୋବାଇଲ୍ ନମ୍ବର ଆଦାନପ୍ରଦାନ କରି ନିୟମିତ ଯୋଗାଯୋଗରେ ରହିଥିଲେ। ବ୍ୟବସାୟୀଙ୍କ ଅଭିଯୋଗ ଅନୁସାରେ, ପୂଜା ବିଭିନ୍ନ ପାରିବାରିକ ସମସ୍ୟା ଦର୍ଶାଇ ତାଙ୍କଠାରୁ ଆର୍ଥିକ ସହାୟତା ନେଉଥିଲେ। ସେ ମଧ୍ୟ ତାଙ୍କୁ ସମୟ ସମୟରେ ସହାୟତା କରିଥିବା କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାଜଧାନୀରେ ମସଜିଦ ଉପରେ ବୁଲଡୋଜର ଆକ୍ସନ,ରାସ୍ତା ଅବରୋଧ କରିଥିବାରୁ ହେଲା ବୁଲଡୋଜର ଆକ୍ସନ
ବିବାହ ପାଇଁ ଚାପ, ନଚେତ ମାମଲା ପାଇଁ ଧମକ
ପୂଜା ବ୍ୟବସାୟୀଙ୍କୁ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରିବାକୁ ଚାପ ପକାଇଥିବା ଅଭିଯୋଗ ହୋଇଛି। ଏଥିରେ ବ୍ୟବସାୟୀ ରାଜି ନହେବାରୁ ବିବାଦ ଆରମ୍ଭ ହୋଇଥିବା ପୋଲିସ କହିଛି। ଅଭିଯୋଗ ଅନୁସାରେ, ପରେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ସହ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା। ଏହାପରେ ୨୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଦୀର୍ଘ ଆଲୋଚନା ପରେ ୭ ଲକ୍ଷ ଟଙ୍କାରେ ଟଙ୍କା ଦେବା ନେବା ନେଇ କଥା ହୋଇଥିବା ଅଭିଯୋଗରେ କୁହାଯାଇଛି।
ପୋଲିସ ଜାଲରେ ଫସିଗଲେ ଜଣେ ଚତୁର ମହିଳା
ଅଭିଯୋଗ ପାଇବା ପରେ ଜବଲପୁର ପୋଲିସ ସତର୍କତାର ସହ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁସାରେ, ବ୍ୟବସାୟୀ ପୂଜାଙ୍କୁ ଫୋନ୍ କରି କହିବାକୁ କହିଥିଲେ ଯେ ସେ ଟଙ୍କା ବ୍ୟବସ୍ଥା କରିଛନ୍ତି। ସେମାନେ ରବିବାର ଅପରାହ୍ନରେ ଗୋପାଳବାଗର କଦମ ଟ୍ରି ହୋଟେଲରେ ଭେଟିବାକୁ ରାଜି ହୋଇଥିଲେ। ପୂଜା ହୋଟେଲରେ ପହଞ୍ଚି ବ୍ୟବସାୟୀଙ୍କ ₹୨.୫୦ ଲକ୍ଷ ଟଙ୍କା ଧରି ଯିବାକୁ ଆରମ୍ଭ କରିବା ମାତ୍ରେ, ତାଙ୍କୁ ପୂର୍ବରୁ ସାଧାରଣ ପୋଷାକରେ ନିୟୋଜିତ ମହିଳା ପୋଲିସ ଅଧିକାରୀମାନେ କାବୁ କରିଥିଲେ। ତଲାସୀ ସମୟରେ ତାଙ୍କ ବ୍ୟାଗରୁ ସମ୍ପୂର୍ଣ୍ଣ ଟଙ୍କା ଉଦ୍ଧାର କରାଯାଇଥିଲା।
ମାମଲା ରୁଜୁ, ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ

ପୋଲିସ ଅଭିଯୁକ୍ତାଙ୍କ ବିରୋଧରେ BNSର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରିଛି। ଗିରଫ ପରେ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଟଙ୍କା ଆଦାୟ ପଛରେ ଅନ୍ୟ କୌଣସି ଗ୍ୟାଙ୍ଗ କାମ କରୁଛି କି ନାହିଁ ଏବଂ ପୂର୍ବରୁ ଏଭଳି ଘଟଣା ଘଟିଛି କି ନାହିଁ—ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Related Topics
Explore more stories