Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଟଣା ସ୍ଥିତ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୬ମୃତ

National

ପାଟଣା ସ୍ଥିତ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୬ମୃତ

Ritu Das
Browse all articles by Ritu Das
·2 years ago
ପାଟଣା ସ୍ଥିତ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୬ମୃତ

ଅର୍ଗସ ବ୍ୟୁରୋ: ପାଟନା ରେଳ ଷ୍ଟେସନ ପାଖରେ ଥିବା ହୋଟେଲରେ ଲାଗିଲା ନିଆଁ। ଚାଲିଗଲା ୬ଜଣଙ୍କ ଜୀବନ। ଆଜି ସକାଳ ୧୧ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ବେଳେ ୬ଜଣକ ମୃତ୍ୟୁ ହେବା ସହ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଡିଏସପି କ୍ରିଷ୍ଣା ମୁରାରୀଙ୍କ କହିବା ମୁତାବକ, “ପାଞ୍ଚରୁ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ୭ଜଣ ଗୁରୁତର ଆହତ ଥିବା ଲୋକଙ୍କୁ ଡାକ୍ତରଖାନାକୁ ପଠାଯାଇଛି। 

ଅନ୍ୟପକ୍ଷରେ ଡିଆଇଜି ମୃତ୍ୟୁଞ୍ଜୟ କୁମାର ଚୌଧୁରୀ କହିଛନ୍ତି ଯେ, ସକାଳ ୧୧ଟାରେ ହୋଟେଲରେ ନିଆଁ ଲାଗିବା ପରେ ଆମକୁ ଖବର ଦିଆଯାଇଥିଲା। ତୁରନ୍ତ ଆମେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲୁ। ଏବେ ନିଆଁକୁ ଲିଭାଯାଇଛି ଏବଂ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Horrible fire | Argus News