Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଦଲଫଟା ବର୍ଷା ପରେ ସାମ୍ନାକୁ ଆସିଲା ପ୍ରଳୟର ଭୟଙ୍କର ଚିତ୍ର

Banajyotshna Ray
Browse all articles by Banajyotshna Ray
·11 months ago·1 min read
ବାଦଲଫଟା ବର୍ଷା ପରେ ସାମ୍ନାକୁ ଆସିଲା ପ୍ରଳୟର ଭୟଙ୍କର ଚିତ୍ର

Key Points

ପ୍ରଳୟ ପରେ ଜୀବନ ଖୋଜା
ବାଦଲଫଟା ବର୍ଷା ପରେ ସାମ୍ନାକୁ ଆସିଲା ପ୍ରଳୟର ଭୟଙ୍କର ଚିତ୍ର
ଧ୍ବଂସସ୍ତୁପରେ ପରିଣତ ହୋଇଛି ଟୁରିଷ୍ଟ ସ୍ପଟ୍ ଧରାଲି
ମାଟି ଅତଡା ତଳୁ ଚାଲିଛି ଜୀବନ ଖୋଜା 


ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ପରେ ପ୍ରଳୟର ଭୟଙ୍କର ଚିତ୍ର । ଧ୍ବଂସାବଶେଷରେ ପରିଣତ ହୋଇଛି ହରିସିଲର ଅନେକ ଅଂଚଳ । ଧ୍ବଂସସ୍ତୁପରେ ପରିଣତ ହୋଇଛି ଟୁରିଷ୍ଟ ସ୍ପଟ୍ ଧରାଲି । ଜାତୀୟ ରାଜପଥ ଧୋଇଯାଇଥିବାରୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଶହ ଶହ ଗାଡି ଅଟକି ରହିଛି। ମାଟି ଅତଡା ତଳେ ଅନେକ ଘର, ଗାଡି, ଦବି ଯାଇଛି । ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସେନାର ୯ଜଣ ଯବାନ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି ।ନିଖୋଜ ମାନଙ୍କୁ ଠାବ କରିବାକୁ ଯୁଦ୍ଧ କାଳୀନ ଅପରେସନ ଚାଲିଛି NDRF, SRF ଓ ITBP ପକ୍ଷରୁ ମାଟି ଅତଡା ତଳୁ ଚାଲିଛି ଜୀବନ ଖୋଜା ।


କିନ୍ତୁ ଏବେ ବି ବର୍ଷା ଲାଗି ରହିଥିବାରୁ ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି ହୋଇଛି । ଗତକାଲି ଅପରାହ୍ନରେ ବାଦଳଫଟା ବର୍ଷା ପରେ ପାହାଡରୁ ବଡ ବଡ ପଥରଖଣ୍ଡ ସହ ମାଟି ଅତଡା ଧସିଥିଲା । ଏଥିଯୋଗୁଁ ଅନେକ ଘର, ଦୋକାନ ଓ ହୋଟେଲ ଭାସି ଯାଇଥିଲା । ସେପଟେ ବାଗେଶ୍ୱର, କୋଟଦ୍ୱାରରେ ପ୍ରବଳ ବର୍ଷା ଜାରି ରହିଥିବାରୁ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ବନ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡ ସିଏମଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
horrific-images-of-devastation-emerged-after-torrential-rains-in-uttarakhand | Argus News