Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବେଙ୍ଗାଲୁରୁରେ ଲୋମହର୍ଷକ ହତ୍ୟାକାଣ୍ଡ: ସ୍ତ୍ରୀର ବେକ କାଟି ସୁଟକେସ୍‌ରେ ଭରିଲା

Ritu Das
Browse all articles by Ritu Das
·1 year ago·2 min read
ବେଙ୍ଗାଲୁରୁରେ ଲୋମହର୍ଷକ ହତ୍ୟାକାଣ୍ଡ: ସ୍ତ୍ରୀର ବେକ କାଟି ସୁଟକେସ୍‌ରେ ଭରିଲା

ବର୍ତ୍ତମାନ ମୁସ୍କାନ ରସ୍ତୋଗୀଙ୍କ ହତ୍ୟାକାଣ୍ଡ ମାମଲା ଲୋକଙ୍କ ମନରୁ ଥମି ନ ଥିବାବେଳେ ପୁଣି ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। କିନ୍ତୁ ଏଥିରେ ରହିଛି ଏକ ବଡ଼ ଟ୍ବିଷ୍ଟ ଏହି ହତ୍ୟାକାଣ୍ଡରେ ସ୍ତ୍ରୀ ସ୍ବାମୀଙ୍କୁ ମାରିନି। ସ୍ବାମୀ ନୃଶଂସ ଭାବେ ସ୍ତ୍ରୀକୁ ମାରି ଗଳା କାଟି ସୁଟ୍‌କେବସରେ ଭର୍ତ୍ତି କରିଦେଇ ଶାଶୁ ଘର ଲୋକଙ୍କୁ ଜଣାଇଛି ଯେ, ମୁଁ ତୁମ ଝିଅକୁ ମାରିଦେଇଛି। ବେଙ୍ଗାଲୁରୁରୁ ରାକେଶ ରାଜେନ୍ଦ୍ର ଏବଂ ଗୌରୀ ଅନିଲ ସାମ୍ବେଦକରଙ୍କ ମାମଲା ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ମହାରାଷ୍ଟ୍ରର ବାସିନ୍ଦା ରାକେଶ ତାଙ୍କ ପତ୍ନୀ ଗୌରୀ ଦୁଇ ବର୍ଷ ପୂବୋ ବିବାହ କରିଥିଲେ। ଏବଂ ତିନି ମାସ ତଳେ ବେଙ୍ଗାଲୁରୁକୁ ସିଫ୍ଟ ହୋଇଥିଲେ। ରାକେଶ ଏକ ଘରୋଇ ଆଇଟି କମ୍ପାନୀରେ ଚାକିରି କରୁଥିଲେ। ଆଉ ଗୌରୀ ମାସ ମିଡିଆରେ ସ୍ନାତକ ହାସଲ କରୁଥିଲେ। ଜଣଙ୍କ ଦରମାରେ ଚଳିବା କଷ୍ଟକର ହୋଇପଡ଼ିଲା। ତେଣୁ ରାକେଶ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଚାକିରି କରିବାକୁ କହି ବାଧ୍ୟ କରୁଥିଲେ।


ହେଲେ ଚାକିରି ମିଳୁ ନ ଥିବାରୁ ଦୁହିଁଙ୍କ ମଧ୍ୟରେ ପ୍ରାୟ ଝଗଡ଼ା ହେଉଥିଲା। ଶେଷରେ ଝଗଡ଼ାର କରୁଣ ପରିଣତି ଘଟିଲା। ମାର୍ଚ୍ଚ ୨୬ ତାରିଖ ରାତିରେ ଦୁହିଁଙ୍କ ମଧ୍ୟରେ ବହୁ ଜୋରସେ ଝଗଡ଼ା ଲାଗିଥିଲା। ଶେଷରେ ରାକେଶ ଗୌରୀଙ୍କୁ ଛୁରି ଭୁସି ଦେଇଥିଲେ। ରାକେଶ ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ବେଙ୍ଗାଲୁରୁର ତାଙ୍କ ଘରେ ଛାଡି ପଳାଇ ଯାଇଥିଲେ। ତେବେ ହତ୍ୟାକାଣ୍ଡ ଘଟାଇବା ପରେ ଗୌରୀଙ୍କ ବାପାମା'ଙ୍କୁ ଫୋନ କରିଥିଲେ ଆଉ କହିଥିଲେ ଯେ ମୁଁ ତୁମକୁ ଝିଅକୁ ମାରିଛି। ଆଉ ତା' ମୃତଦେହ ଏକ ସୁଟକେସରେ ଅଛି। ହତ୍ୟା କରିବା ପରେ, ରାକେଶ ତାଙ୍କ ଆପାର୍ଟମେଣ୍ଟ ତଳେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଘଟଣା ବିଷୟରେ ଜଣାଇଥିଲେ, ଯିଏ ଘର ମାଲିକଙ୍କୁ ସତର୍କ କରିଥିଲେ। ମାଲିକ ତୁରନ୍ତ ପୁଲିସକୁ ଫୋନ୍ କରିଥିଲେ। ରାକେଶ ତାଙ୍କ ସ୍ତ୍ରୀଙ୍କ ବାପାମାଆଙ୍କୁ ମଧ୍ୟ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହି ସମୟରେ, ରାକେଶ ତାଙ୍କ କାରରେ ପୁଣେ ପହଞ୍ଚିଥିଲେ। ବିଷ ପିଇ ସେ ଶିରୱାଲ୍ ପୋଲିସ ଷ୍ଟେସନ୍ ଯାଇଥିଲେ ଏବଂ ହତ୍ୟା କରିଥିବା ନିଜେ ସ୍ୱୀକାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ସତାରା ହସ୍ପିଟାଲକୁ ପଠାଯାଇଥିଲା ଏବଂ ପରେ ପୁଣେର ସାସୁନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବେ ସେ ଚିକିତ୍ସାଧୀନ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
horrific-murder-in-bengaluru-womans-throat-slit-stuffed-in-suitcase | Argus News