Videos
|
National

Food Safety / ହଷ୍ଟେଲ ଖାଦ୍ୟରେ ପୋକ, ପାଣିରେ ଝିଟିପିଟି; ୧୦୦ରୁ ଅଧିକ ଛାତ୍ରୀଙ୍କ ଧାରଣା

Rashmita Mishra
Browse all articles by Rashmita Mishra
·1 hour ago·2 min read
ହଷ୍ଟେଲ ଖାଦ୍ୟରେ ପୋକ, ପାଣିରେ ଝିଟିପିଟି; ୧୦୦ରୁ ଅଧିକ ଛାତ୍ରୀଙ୍କ ଧାରଣା
Food Safety

Key Points

ହଷ୍ଟେଲ ଖାଦ୍ୟରେ ପୋକ, ପାଣିରେ ଝିଟିପିଟି;
୧୦୦ରୁ ଅଧିକ ଛାତ୍ରୀଙ୍କ ଧାରଣା

ଅହମଦାବାଦର ଗୁଜରାଟ ୟୁନିଭର୍ସିଟି ନିକଟରେ ଥିବା ସରକାରୀ ସମରସ ଗାର୍ଲ୍ସ ହଷ୍ଟେଲରେ ଛାତ୍ରୀମାନଙ୍କୁ ପରସା ଯାଉଥିବା ଖାଦ୍ୟରେ ପୋକ ଏବଂ ପାଣିରେ ଝିଟିପିଟି ମିଳିଥିବା ଅଭିଯୋଗକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୧୦୦ରୁ ଅଧିକ ଛାତ୍ରୀ ABVP କର୍ମୀଙ୍କ ସହ ମିଶି ଧାରଣା ଦେଇଥିଲେ । ଛାତ୍ରୀମାନେ ଖାଦ୍ୟ ଯୋଗାଣ କରୁଥିବା ଦାୟୀ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଏହାକୁ ବ୍ଲାକ୍‌ଲିଷ୍ଟ କରିବାକୁ ଦାବି କରିଛନ୍ତି ।

ସମରସ ହଷ୍ଟେଲରେ ପ୍ରାୟ ୭୫୦ରୁ ଅଧିକ ଛାତ୍ରୀ ରହୁଛନ୍ତି । ଛାତ୍ରୀମାନଙ୍କ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ପାଇଁ ଏକ ଖାଇବା ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ମଧ୍ୟ ଖାଦ୍ୟରେ ପୋକ କିମ୍ବା ଅପରିଷ୍କାର ଜିନିଷ ମିଳିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ ଓ୍ୱାର୍ଡେନ୍‌ କେବଳ ଏଜେନ୍ସିକୁ ନୋଟିସ୍‌ ଦେଇ ମାମଲା ସମାଧାନ କରୁଥିବା ଛାତ୍ରୀମାନେ କହିଛନ୍ତି ।

ଏଥର ଖାଦ୍ୟରେ ପୋକ ମିଳିବା ପରେ ଛାତ୍ରୀମାନେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ପରେ ଛାତ୍ରୀମାନେ ହଷ୍ଟେଲ ସମ୍ମୁଖରେ ଧାରଣା ଦେଇ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରିଥିଲେ । ଏହି ଘଟଣା ପରେ ଅହମଦାବାଦ ମ୍ୟୁନିସିପାଲ୍ କର୍ପୋରେସନ୍‌ (AMC)ର ଫୁଡ୍ ବିଭାଗ ହଷ୍ଟେଲରେ ଯାଞ୍ଚ କରିଥିଲା । ଯାଞ୍ଚ ପରେ ହଷ୍ଟେଲ ଉପରେ ୨୫ ହଜାର ଟଙ୍କା ଜରିମାନା ଲଗାଯାଇଥିବା ସହ ଖାଦ୍ୟର ନମୁନା ସଂଗ୍ରହ କରାଯାଇଛି ।

ଛାତ୍ରୀମାନଙ୍କ ଦାବି ଅନୁସାରେ, ଏହା ପୂର୍ବରୁ ମଧ୍ୟ ପ୍ରାୟ ତିନିଥର ଖାଦ୍ୟରେ ପୋକ ମିଳିଥିଲା । ଅଭିଯୋଗ କରିବା ସତ୍ତ୍ୱେ କେବଳ ନୋଟିସ୍‌ ଦେଇ ମାମଲା ଶେଷ କରାଯାଉଥିବାରୁ ଏଥର ସେମାନେ ଫଟୋ ସହ ପ୍ରତିବାଦ କରିଥିବା କହିଛନ୍ତି । ଛାତ୍ରୀମାନେ ଓ୍ୱାର୍ଡେନ୍‌ ଓ ଖାଇବା ଏଜେନ୍ସି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସମରସ ହଷ୍ଟେଲର ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି ଯେ, ଏପରି ଅଭିଯୋଗ ମିଳିଲେ ସମ୍ପୃକ୍ତ ଏଜେନ୍ସିକୁ ନୋଟିସ୍‌ ଦିଆଯାଏ । ଛାତ୍ରୀମାନଙ୍କ ସୁରକ୍ଷା ତାଙ୍କ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଦାୟୀ ଏଜେନ୍ସି ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: