Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିନା ଛାତ ବିନା କବାଟରେ ହୋଟେଲ ରୁମ

Ritu Das
Browse all articles by Ritu Das
·1 year ago·2 min read
ବିନା ଛାତ ବିନା କବାଟରେ ହୋଟେଲ ରୁମ

ଅର୍ଗସ ବ୍ୟୁରୋ: ଆଜିକା ବ୍ୟସ୍ତବହୁଳ ଜୀବନରେ ସମସ୍ତେ ବାହାରେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। ବୁଲାବୁଲି କରିବା ପରେ ଆପଣ କଣ ଚାହାନ୍ତି କହିଲେ। ଆପଣ ଠିକ ଗେସ କଲେ ବୁଲାବୁଲି କରିସାରିଲେ ପରେ ମଣିଷ ଟିକେ ଶାନ୍ତିରେ ଶୋଇବାକୁ ଚାହେଁ। ଭଲ ହୋଟେଲରେ ଟେଷ୍ଟି ଖାଇବା ସମସ୍ତେ ଚାହାନ୍ତି। ଏମିତି ଏକ ହୋଟେଲରେ ସମସ୍ତେ ରହିବାକୁ ଚାହିଁଥାନ୍ତି ଯାହାର ଚାରିପଟେ ସୁରକ୍ଷିତ କାନ୍ଥ ରହିଥାଏ। କିନ୍ତୁ ଆପଣ ଶୋଇଥିବାବେଳେ ଯଦି ସେହି କାନ୍ଥ ଗାୟବ ହୋଇଯାଏ। 

 

ତାହେଲେ ଆପଣଙ୍କୁ କେମିତି ଲାଗିବ। ସେଠି ଆପଣ ରହିବା ବି ନିଜକୁ ସୁରକ୍ଷିତ ମନେ କରିବେନି। କିନ୍ତୁ ବିଶ୍ବର ଏମିତି ଏକ ହୋଟେଲ ରହିଛି ଯେଉଁଠି ଗୋଟିଏ ଏମିତି ରୁମ ଅଛି ଯେଉଁଠି ରୁମର କବାଟ ନାହିଁ କି ରୁମର ଉପରେ କୌଣସି ଛାତ ନାହିଁ। ଏହି ରୁମରେ ବାଥରୁମ ମଧ୍ୟ ନାହିଁ। ସମ୍ପୂର୍ଣ୍ଣ ଖୋଲା ଆକାଶ ତଳେ କପଲମାନେ ମସ୍ତ ସିନେରୀ ଏଞ୍ଜୟ କରିପାରିବେ। ସତରେ ରିଫ୍ରେଶିଂ ଲାଗିବ। ଆପଣଙ୍କୁ ହସ ଲାଗିବା ସହ ନିଶ୍ଚତ ଟିକେ ଲାଜ ଲାଗିପାରେ। କିନ୍ତୁ ଏହା ସତ। ଚାଲନ୍ତୁ ଏହି ହୋଟେଲ ବିଷୟରେ ଜାଣିବା।

ଆଜ୍ଞା ହଁ ବିନା ଛାତ ଏବଂ ବିନା କବାଟରେ ଏହି ହୋଟେଲ ଏବେ ଟୁରିଷ୍ଟଙ୍କ ପାଇଁ ଡେଷ୍ଟିନେସନ ହୋଟେଲ ପାଲଟିଛି। ଖୋଲା ଆକାଶ ତଳେ ବେଡ ପଡ଼ିଛି। ଏବଂ ଚାରିଆଡେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କ ମୁଡକୁ ନିଶ୍ଚିତ ରୋମାଣ୍ଟିକ ବନେଇଦେବ। କିନ୍ତୁ ପାଖରେ ବାଥରୁମ ନ ଥିବାରୁ ଆପଣଙ୍କୁ ୪ରୁ ୫ ମିନିଟ ଚାଲିକି ଯିବାକୁ ପଡ଼ିବ। ଏହି ହୋଟେଲରେ ରୁମ ସର୍ଭିସ ସହ ଟିଭିର ମଧ୍ୟ ଆନନ୍ଦ ଉଠାଇପାରିବେ। 
କେଉଁଠି ଅଛି ଏହି ହୋଟେଲ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିନା ଛାତ ଏବଂ ବିନା କବାଟରେ ନିର୍ମାଣ ହୋଇଥିବା ଏହି ହୋଟେଲ ବିଶ୍ବର ସବୁଠୁ ସୁନ୍ଦର ଦେଶ ସ୍ବିଜରଲ୍ୟାଣ୍ଡରେ ଅବସ୍ଥିତ। ଏହି ସୁନ୍ଦର ହୋଟେଲର ନାଁ ହେଉଛି ନଲ ଷ୍ଟର୍ଣ୍ଣ। ଏହି ହୋଟେଲ ସ୍ବିଜରଲ୍ୟାଣ୍ଡ ପାହାଡ଼ ପାଦଦେଶରେ ଅବସ୍ଥିତ। ପର୍ବତ ଶିଖରରେ ନିର୍ମିତ ଏହି ହୋଟେଲର ଚଟାଣ ଟାଇଲରେ ନିର୍ମିତ ଏବଂ ଗୋଟିଏ ଶଯ୍ୟା ସୁନ୍ଦର ଭାବରେ ସଜାଯାଇଛି। ଏହି ହୋଟେଲଟି ମାତ୍ର ଏକ ବର୍ଷ ପୂର୍ବେ ଖୋଲା ଯାଇଥିଲା, ଯାହାଦ୍ୱାରା ଖୋଲା ଆକାଶ ତଳେ ଶାନ୍ତିରେ ଶୋଇପାରିବେ।
ଏହି ହୋଟେଲର ଭଡା କେତେ ଆପଣ ଜାଣିଛନ୍ତି କି?

ଏହି ହୋଟେଲର ଭଡା କେତେ ଆପଣ ଜାଣିଛନ୍ତି କି। ଜାଣିବା ନିଶ୍ଚିତ ଭାବେ ଆପଣଙ୍କୁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ କରିବ। କୁହାଯାଉଛି ଯେ ଏଠାରେ ରହିବାକୁ ହେଲେ ପ୍ରାୟ 15 ହଜାର ଟଙ୍କା ଭଡା ଦେବାକୁ ପଡିବ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏଠାରେ ଭଡା 20 ହଜାରରୁ ଅଧିକ ଅଟେ। ଏହି ହୋଟେଲ ବିଷୟରେ କୁହାଯାଉଛି ଯେ ହଜାର ହଜାରରୁ ଅଧିକ ଲୋକ ଏଠାରେ ରହିବାକୁ ଅପେକ୍ଷା କରନ୍ତି। ଏହି ହୋଟେଲର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। 
ଏଭଳି ଅନେକ ହୋଟେଲ ରହିଛି ଯାହା ବିଶ୍ବରେ ସବୁଠୁ ସୁନ୍ଦର ହୋଟେଲ। ମାଲଦ୍ୱୀପରେ ଚମତ୍କାର ଅଣ୍ଡର ୱାଟର ହୋଟେଲ ରହିଛି। ଯାହାକି ବହୁତ ସୁନ୍ଦର। ଫ୍ରାନ୍ସରେ ତୁଷାରପାତ ମଧ୍ୟରେ ଗ୍ଲାସ କାନ୍ଥରେ ଆଚ୍ଛାଦିତ ହୋଟେଲ ରହିଛି। ଏହା ବ୍ୟତୀତ ଇଟାଲୀର ଗୁମ୍ଫା ଭିତରେ ଅବସ୍ଥିତ ଗ୍ରୋଟା ହୋଟେଲକୁ ମଧ୍ୟ ଏକ ନିଆରା ହୋଟେଲ ଭାବେ ବିବେଚନା କରାଯାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Hotel room with | Argus News