Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଭୀଷଣ ବର୍ଷା ଯୋଗୁଁ ଭୁଷୁଡ଼ିଲା ଘର

Rashmita Mishra
Browse all articles by Rashmita Mishra
·1 year ago·1 min read
ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଭୀଷଣ ବର୍ଷା ଯୋଗୁଁ ଭୁଷୁଡ଼ିଲା ଘର

ପାହାଡ଼ରୁ ମାଟି ଅତଡା ଖସି ବଡ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ସୀମାଞ୍ଚଳମରେ ଭୀଷଣ ବର୍ଷା ଯୋଗୁଁ ଭୁଷୁଡିଲା ଘର । ଘରର କାନ୍ଥ ଭୁଷୁଡି ଆଠ ଜଣଙ୍କର ମୃତ୍ୟୁ, ଶତାଧିକ ଆହତ ହୋଇଥିବା ଜଣାପଡିଛି ।

ଘଟଣା ସ୍ଥଳରେ NDRF ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୀମାଞ୍ଚଳମରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଓଡ଼ିଶା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ସେଠାକୁ ଯାଇଥିଲେ ।

ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ ପାହାଡରୁ ମାଟି ଖସି ଏହି ଦୁର୍ଘଟଣା ହୋଇଛି । ଆହତ ମାନଙ୍କୁ ବିଶାଖାପାଟଣାର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ରହିଛନ୍ତି ।

ସୂଚନାନୁଯାୟୀ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହଠାତ୍ ୨୦ ଫୁଟର ଏକ ଅଂଶ ଭାଙ୍ଗିଯାଇ ଲୋକଙ୍କ ଉପରେ ପଡିଥିଲା । ଆଠଜଣଙ୍କର ମୃତ୍ୟ ହୋଇଥିବା ବେଳେ ଅନେକ ଗୁରୁତର ହେଇଥିଲେ । ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚନ୍ଦନ ଯାତ୍ରାରେ ସୀମାଞ୍ଚଳମ୍ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଓଡିଶାରୁ ହଜାର ହଜାର ଭକ୍ତ ଏଥିରେ ସାମିଲ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
house-collapses-due-to-heavy-rain-in-visakhapatnam-andhra-pradesh | Argus News