ପହଲଗାମ ଆକ୍ରମଣରେ ସାମିଲ ଆତଙ୍କୀର ଘର ଉଡାଇଲେ ଯବାନ

ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାର ଆକ୍ସନ । 2 ଜଣ ଆତଙ୍କବାଦୀଙ୍କର ଘର ଧୂଳିସାତ୍ କଲେ ଯବାନ । ତ୍ରାଲରେ ଲସ୍କର ଆତଙ୍କୀର ଘରେ ବିସ୍ଫୋରଣ । ଜଣେ ଆତଙ୍କୀର ଘର ଉଡ଼ାଇଲେ ଯବାନ । ପହଲଗାମ ଆକ୍ରମଣ ସହ ସମ୍ପୃକ୍ତ ଥିବା ନେଇ ମିଳିଛି ସୂଚନା । ଅନନ୍ତନାଗ ବିଜବେହେରା ଗୋରି ଅଞ୍ଚଳରେ ଆତଙ୍କୀ ଆଦିଲ ଥୋକରର ଘର । ଆଉ ଜଣେ ଆତଙ୍କୀ ଆଦିଲ୍ ଶେଖର ଘର ଉପରେ ଚାଲିଲା ବୁଲଡୋଜର । ପହଲଗାମ ଆକ୍ରମଣରେ ସାମିଲ ଥିଲା ସ୍ଥାନୀୟ ଆତଙ୍କବାଦୀ ଆଦିଲ୍ ଶେଖ୍ । ଏମାନେ ଆକ୍ରମଣର ଯୋଜନା ପ୍ରସ୍ତୁତି କରିଥିବା ପ୍ରମାଣ ପାଇଛନ୍ତି ଯବାନ । ଏମାନେ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ବି ଜଣାପଡ଼ିଛି ।
#WATCH | Anantnag, J&K | Visuals of a destroyed house that allegedly belonged to a terrorist involved in the Pahalgam terror attack pic.twitter.com/hYav2gUpCC
— ANI (@ANI) April 25, 2025
📱 Get Argus News App
✨LoCରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପାକିସ୍ତାନ ସେନାକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ପାକ୍ ଚୌକରୁ ରାତିସାରା ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ସେହିପରି ଜାମ୍ମୁ-କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆତଙ୍କୀଙ୍କ ଗୁଳିରେ ୨ ଯବାନ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି । ଉଭୟ ପକ୍ଷରୁ ଜାରି ରହିଛି ପ୍ରବଳ ଗୁଳିବିନିମୟ । ସ୍ଥାନୀୟ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ କରୁଛି ଭାରତୀୟ ସେନା ।
ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଓ ଷଡ୍ଯନ୍ତ୍ରକାରୀଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ମିଳିବ। କୌଣସି ଆତଙ୍କୀ ନିସ୍ତାର ପାଇବେ ନାହିଁ। ସେମାନଙ୍କୁ ପାତାଳରୁ ବି ଖୋଜି ନିପାତ କରାଯିବ ଏବଂ ସେମାନଙ୍କର ଯାହା କିଛି ଭିତ୍ତିଭୂମି ରହିଛି ତାହାକୁ ମାଟିରେ ମିଶାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମଧୁବନୀରୁ ଅତ୍ୟନ୍ତ କଡ଼ା ବାର୍ତ୍ତା ଦେଇଛନ୍ତି। ପହଲଗାମର ମହାପାପୀଙ୍କର ବି ସେମିତି ହିସାବ କରିବା ପାଇଁ ପିଏମ୍ ମୋଦି ବେଶ୍ ଲାଉଡ୍ ଆଣ୍ଡ କ୍ଲିଅର୍ ମେସେଜ୍ ଦେଇଛନ୍ତି ।
ପିଏମ ମୋଦି ଆହୁରୀ କହିଛନ୍ତି ଯେଉଁମାନେ ହିଂସାର ହିଡ଼ ଉପରେ ବସି ଧାନବିଲରେ ବୋମା ଓ ବନ୍ଧୁକ ଚାଷ କରୁଛନ୍ତି, ଭାତହାଣ୍ଡିରେ ଭୋକ ସହ ବାରୁଦ ରାନ୍ଧୁଛନ୍ତି । ମଣିଷତ୍ବକୁ ମାଟି କରିବାର ମନ୍ତ୍ରପାଠ କରୁଥିବା ଆତଙ୍କୀ ଆଉ ତାଙ୍କ ଆକ୍କାଙ୍କୁ ମାଟିରେ ମିଶାଇ ଦିଆଯିବ। ଆତଙ୍କୀଙ୍କ ଆଡ୍ଡାକୁ ସମୂଳେ ଧ୍ଵଂସ କରାଯିବ, ଚିହ୍ନବର୍ଣ୍ଣ ରହିବନି । ଆତଙ୍କୀଙ୍କ ଆକ୍କା ବି ତ୍ରାହି ପାଇବେନି । ଯେଉଁ ଭୂଖଣ୍ଡକୁ ଆତଙ୍କୀ ବ୍ୟବହାର କରୁଛନ୍ତି ତାକୁ ଧ୍ଵଂସ କରାଯିବ କହି ବି ପାକିସ୍ତାନକୁ ବି ଚରମ ବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ।