Videos
|
National

ତିରୁପତି ପୂଜାରୀଙ୍କ ଦରମା ଶୁଣିଲେ ଉଡିବ ହୋସ୍‌

Manini Pattanayak
Browse all articles by Manini Pattanayak
·1 year ago·2 min read
ତିରୁପତି ପୂଜାରୀଙ୍କ ଦରମା ଶୁଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ:   ଭାରତର ଧନୀ ଠାକୁରଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି  ତିରୁମାଲା ତିରୁପତି ବାଲାଜି। ଗୋଟିଏ ଅର୍ଥରେ କହିବାକୁ ଗଲେ  ଧନୀ ଠାକୁର ହେଉଛନ୍ତି ତିରୁପତି।  ତିରୁପତି ଧନୀ ଠାକୁର ହେବା ସହ ତାଙ୍କୁ ପୂଜା କରୁଥିବା  ପୂଜାରୀ ମଧ୍ୟ  ଖୁବ୍‌ ଧନୀ ।  ଏବେ ଆପଣଙ୍କ ମନରେ  ପ୍ରଶ୍ନ ନିଶ୍ଚୟ  ଆସୁଥିବ ଭଗବାନ ତିରୁପତିଙ୍କ ପୂଜକଙ୍କ  ମାସିକ ଦରମା କେତେ.. ? ତାଙ୍କର ଲାଇଫ୍‌ ଷ୍ଟାଇଲ୍‌  କିପରି ?  ମନ୍ଦିରର ପୂଜାରୀଙ୍କ ସଂଖ୍ୟା କେତେ ?  ଏ ସମସ୍ତ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା।  
  ଚର୍ଚ୍ଚାରେ ଏବେ  ତିରୁପତିଙ୍କ ପୂଜକ।  

ତିରୁପତି ମନ୍ଦିରରେ ପାଖାପାଖି  ୫୮  ପୂଜାରୀ ରହିଥାନ୍ତି।   ଯେଉଁମାନେ କି  ପ୍ରତ୍ୟେକ ଦିନ ଭଗବାନ ତିରୁପତିଙ୍କୁ ପୂଜାଚର୍ଚ୍ଚନା କରିଥାନ୍ତି।   ଏଥିରେ ୨୩ ପୂଜାରୀ ବଂଶାନୁଗତ.. ଅର୍ଥାତ୍‌  ଏହି ୨୩ ପୂଜାରୀଙ୍କ ଦ୍ୱାରା  ତିରୁପତିଙ୍କ ମୁଖ୍ୟ ଧାର୍ମିକ  କାର୍ଯ୍ୟକଳାପ ସମାପନ ହୋଇଥାଏ।  ତେବେ ତିରୁପତି ମନ୍ଦିରରେ  ଏହି  ୪ ପାଓ୍ୱାରଫୁଲ ପ୍ୟାମିଲର ପୂଜାରୀମାନଙ୍କ ଦ୍ୱାରା ପୂଜା କରାଯାଇଥାଏ। ମନ୍ଦିରର  ସକାଳୁ  ସଂନ୍ଧ୍ୟା ପର୍ଯ୍ୟନ୍ତ ଧାର୍ମିକ ରୀତିନୀତି ଏହି ପରିବାରର ଲୋକମାନଙ୍କ ଦ୍ୱାରା କରାଯାଏ।  କୁହାଯାଇଥାଏ ଯେ ଏହି ପୁରୋହିତ ପରିବାର ବୁହତ ଧନୀ ଆଉ ପ୍ରତିଷ୍ଠିତ।  ଏହି ୪ ପୂଜାରୀ ପରିବାରର ନାଁ ହେଉଛି,  ପୈଡିପଲ୍ଲୀ, ଗୋଲ୍ଲାପଲ୍ଲୀ, ପୋଦିନ୍ତ  ଏବଂ ତିରୁପତମ୍ମା ।  ଏହି ପରିବାର କାହିଁ କେତେ ପିଢିରୁ   ତିରୁମାଳାରେ ଶ୍ରୀଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରେ  ରୀତିନୀତି କରିଆସୁଛନ୍ତି।  ଏହି ପରିବାର ଏଠାରେ  ଐସ୍‌ ଆରାମରେ ରହିଥାନ୍ତି। 
 

ପୂଜାରୀଙ୍କ ଦରମା


ମନ୍ଦିରର ମୁଖ୍ୟ ପୂଜାରୀ  ବଂଶାନୁଗତ ହୋଇଥାନ୍ତି । ଯାହାଙ୍କୁ ପ୍ରଧାନ ଅର୍ଚକ କୁହାଯାଇଥାଏ।  ଏମାନଙ୍କର ମାସକୁ ଦରମା  ପାଖାପାଖି ୮୨, ୦୦୦ ଟଙ୍କା  ଏଥିସହିତ ଅନ୍ୟାନ୍ୟ ସୁବିଧା।  ଦ୍ୱିତୀୟ ହେଡ ପୁଜାରୀ ମଧ୍ୟ ବଂଶାନୁଗତ ହୋଇଥାନ୍ତି।  ଯାହାଙ୍କୁ ପ୍ରତ୍ୟେକ ମାସ   ଦରମା ହିସାବରେ ୫୨ ହଜାର ଟଙ୍କା ମଳିଥାଏ।   ଭତ୍ତା ମଧ୍ୟ ଅଲଗା ମିଳିଥାଏ। ତେବେ   ଏହି ଭତ୍ତା   ମିଳିଥାଏ ଏହାର କିଛି ଖୁଲାସା ହୋଇନାହିଁ। 
 ଯେଉଁମାନେ ବଂଶାନୁଗତ ପୁଜାରୀ ନୁହଁନ୍ତି ତାଙ୍କ  ଦରମା ୬୦,୦୦୦ରୁ   ୩୦,୦୦୦ର ମଧ୍ୟରେ ରହିଥାଏ ଯାହା ସେମାନଙ୍କର  ଅଭିଜ୍ଞତା ଉପରେ ନିର୍ଭର କରିଥାଏ। 
 

ପୂଜାରୀଙ୍କୁ ଅନ୍ୟାନ୍ୟ ସୁବିଧା


ସମସ୍ତ ପୂଜାରୀଙ୍କୁ ରହିବା ପାଇଁ ଘର ଫ୍ରୀରେ ମିଳିଥାଏ। ସମସ୍ତ ପୂଜାରୀ  ଏବଂ ତାଙ୍କର ପରିବାର ସଦସ୍ୟଙ୍କ  ସ୍ୱାସ୍ଥ୍ୟକୁ ନେଇ    ଖର୍ଚ୍ଚ ଟିଟିଡି ବହନ କରିଥାଏ।  ଟିଟିଡିର ନିଜସ୍ୱ ଆଧୁନିକ ଡାକ୍ତରଖାନା ଅଛି।  ଏଥିସହିତ ସମସ୍ତ ପୁଜାରୀଙ୍କୁ ଛୁଟି ମଧ୍ୟ ମିଳିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମସ୍ତ ପୂଜାରୀଙ୍କ  ଏକ ବୟସ ମଧ୍ୟ ଧାର୍ଯ୍ୟ କରାଯାଇଥାଏ। ଏହାପରେ ସେମାନେ ଅବସର ନେଇଯାଇଥାନ୍ତି।  ଅବସର ପରେ ମଧ୍ୟ ଅବସରକାଳୀନ ସୁବିଧା ମିଳିଥାଏ।  ରିଟାୟରମେଣ୍ଟ ପ୍ଲାନ ମଧ୍ୟ  ୨୦୧୮ ରୁ ଲାଗୁ ହୋଇଛି।  ୬୫ ବର୍ଷ ବୟସରେ  ପୂଜାରୀ ରିଟାୟର ହୋଇଯାଇଥାନ୍ତି। 
 

ପୂଜାରୀଙ୍କୁ  ଭିଆଇପି ପାସ୍‌

ଟିଟିଡି ପୂଜାରୀ ଏବଂ ତାଙ୍କ ପରିବାରକୁ ଭିଆଇପି ପାସ୍‌ର ମିଳିଥାଏ ।  ପ୍ରତ୍ୟେକ ପୂଜାରୀ   ଦର୍ଶନ କରିବା ପାଇଁ ଦୁଇଟି ଭିଆଇପି  ପାସ୍‌ର ଲାଭ ଉଠାଇପାରିବେ।  ଏହାଦ୍ୱାରା ସେମାନେ ଆରାମଦାୟକ ଭାବେ  ପରିବାର ସଦସ୍ୟଙ୍କ ସହ   ଦର୍ଶନ କରିପାରିଥାନ୍ତି।  ସେଥିପାଇଁ ୪ ପୂଜାରୀ ପରିବାକୁ ତିରୁପତିଙ୍କ ସବୁଠାରୁ ପାଓ୍ୱାରଫୁଲ୍‌ ଫ୍ୟାମିଲ ବୋଲି କୁହାଯାଇଥାଏ। 

ଅଧିକ ଦେଖନ୍ତୁ : 
 

 

 

how 4 hereditary priest family control tirupati balaji temple called powerful pariwar what there salary | Argus News