Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Mahakumbh Mela 2025: ଡଙ୍ଗା ଚଳାଇ ୩୦ କୋଟି ରୋଜଗାର, CM ବି କଲେ ପ୍ରଶଂସା

National

Mahakumbh Mela 2025: ଡଙ୍ଗା ଚଳାଇ ୩୦ କୋଟି ରୋଜଗାର, CM ବି କଲେ ପ୍ରଶଂସା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Mahakumbh Mela 2025: ଡଙ୍ଗା ଚଳାଇ ୩୦ କୋଟି ରୋଜଗାର, CM ବି କଲେ ପ୍ରଶଂସା

ଡଙ୍ଗା ଚଳାଇ ମାତ୍ର ୪୫ ଦିନରେ ରୋଜଗାର କଲେ ୩୦ କୋଟି ଟଙ୍କା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ମାତ୍ର ୪୫ ଦିନରେ କୌଣସି ବି ବ୍ୟବସାୟ ୩୦ କୋଟି ଟଙ୍କା ଦେବା ଏତେ ସହଜ ନୁହେଁ । କିନ୍ତୁ ଏଠି ସାମାନ୍ୟ ଡଙ୍ଗା ଚଳାଇ ଏତେ ଟଙ୍କା ରୋଜଗାର କରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଏଭଳି ଏକ କାହାଣୀ ପୁଣି ସାମ୍ନାକୁ ଆସିଛି ସେଇ ମହାକୁମ୍ଭମେଳାରୁ । ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାରୁ ଅନେକ କାହାଣୀ ବାହାରକୁ ଆସିଛି । ଯେମିତିକି ଜଣେ ଜଣେ ବ୍ୟକ୍ତି ଦାନ୍ତକାଠି ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ଜଣେ ବ୍ୟକ୍ତି ଚା' ବିକି ମଧ୍ୟ ଲକ୍ଷପତି ହୋଇଥିଲେ । ଠିକ୍‌ ସେମିତି ଏବେ ସାମ୍ନାକୁ ଆସିଛି ଡଙ୍ଗା ଚଳାଇ ୩୦ କୋଟି ଟଙ୍କା ରୋଜଗାର କରିଥିବା କାହାଣୀ ।

ପ୍ରୟାଗରାଜରେ ଏବେ ଶେଷ ହୋଇ ସାରିଛି ମହାକୁମ୍ଭ ମେଳା । ଏହି ଭବ୍ୟ ଏବଂ ଦିବ୍ୟ ମହାକୁମ୍ଭ ପାଇଁ ସରକାର ୭ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଦେଶ ଏବଂ ବିଶ୍ୱର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମହାକୁମ୍ଭରେ ପହଞ୍ଚି ପବିତ୍ର ଗଙ୍ଗାରେ ବୁଡ଼ ପକାଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ୪୫ ଦିନ ମଧ୍ୟରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ମେଳା ପରିଦର୍ଶନ କରିଛନ୍ତି। ଏହି ମହାକୁମ୍ଭ ମେଳା ମାଧ୍ୟମରେ ଅନେକ ଲୋକ ଫେମସ୍ ହୋଇଥିବା ବେଳେ ଅନେକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି।

ତେବେ ଏହାରି ଭିତରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁସାରେ, ଏକ ନାବିକ ପରିବାର ଡଙ୍ଗା ଚଲାଇ ପ୍ରତିଦିନ ହାରାହାରି ୬୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଏହି ପରିବାରକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ପ୍ରଶଂସା କରିଛନ୍ତି । ପ୍ରୟାଗରାଜରେ ମହାକୁମ୍ଭମେଳା ସମୟରେ ଡଙ୍ଗା ଚାଳକଙ୍କ ଶୋଷଣ ନେଇ ଏସପିଙ୍କ ଅଭିଯୋଗ ଉପରେ ଯୋଗୀ ଆଦିତ୍ୟନାଥ ବିଧାନସଭାରେ କହିଥିଲେ ଯେ ମୁଁ ଜଣେ ଡଙ୍ଗା ଚାଳକଙ୍କ ପରିବାରର କାହାଣୀ କହୁଛି।

'ନାବିକ ପରିବାର ପାଖରେ ମୋଟ ୧୩୦ଟି ଡଙ୍ଗା ଅଛି। ଆଉ ପରିବାରରେ ପ୍ରାୟ ୧୦୦ ଜଣ ସଦସ୍ୟ ରହିଛନ୍ତି । ସମସ୍ତେ ଏହି ମହାକୁମ୍ଭ ମେଳା ସମୟରେ କଠିନ ପରିଶ୍ରମ କରିଛନ୍ତି । ମହାକୁମ୍ଭମେଳାର ୪୫ ଦିନ ମଧ୍ୟରେ ସମସ୍ତ ସଦସ୍ୟ ମିଶି ପାଖାପାଖି ୩୦ କୋଟି ଟଙ୍କା ଲାଭ କରିଛନ୍ତି । ଅର୍ଥାତ୍ ପ୍ରତ୍ୟେକ ଡଙ୍ଗାରୁ ସେ ୨.୩ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଯଦି ଦୈନିକ ହିସାବ କରାଯାଏ, ତେବେ ନାବିକ ପରିବାର ଗୋଟିଏ ଡଙ୍ଗା ଚଲାଇ ୫୦ରୁ ୫୨ ହଜାର ଟଙ୍କା ରୋଜଗାର କରୁଥିଲେ। ଏହି ପରିବାର ପ୍ରୟାଗରାଜ ଅରେଲରେ ରହୁଥିବା ମହରା ପରିବାର । ଯାହାକୁ ନେଇ ଏବେ ଢ଼େର ଚର୍ଚ୍ଚା । ଏମିତି ଏକ ବଡ ରୋଜଗାର ପରେ ପରିବାର ଲୋକେ ଖୁସି ଅଛନ୍ତି ଆଉ ମିଠା ଖାଇ ଖୁସି ମନାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How a boatman earned ₹30 crore in 45 days at the Mahakumbh | Argus News