Content Creation / ଚାକିରି ସହ ସାଇଡ୍ ବିଜନେସ୍ରୁ ରୋଜଗାର, ୧୦୦ ବ୍ରାଣ୍ଡକୁ ଇମେଲ୍ କରି ମିଳିଲା ସଫଳତା

Key Points
ଚାକିରି ସହ ସାଇଡ୍ ବିଜନେସ୍ରୁ ରୋଜଗାର,
୧୦୦ ବ୍ରାଣ୍ଡକୁ ଇମେଲ୍ କରି ମିଳିଲା ସଫଳତା ।
ଆଜିକାଲି ଅନେକ ଲୋକ ଚାକିରି ସହିତ ଅତିରିକ୍ତ ରୋଜଗାରର ରାସ୍ତା ଖୋଜୁଛନ୍ତି । ତେବେ ଏଥିପାଇଁ ସବୁବେଳେ ବଡ଼ ପୁଞ୍ଜି କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବାର ଆବଶ୍ୟକତା ନାହିଁ । ନିଜ ପାଖରେ ଥିବା ଦକ୍ଷତାକୁ ଉପଯୋଗ କରି ମଧ୍ୟ ଅତିରିକ୍ତ ଆୟ କରିହେବ । ଏହାର ଏକ ଉଦାହରଣ ହେଉଛନ୍ତି କଣ୍ଟେଣ୍ଟ କ୍ରିଏଟର ଜ୍ୟୋତିକା ସିଂହ । ସେ ଚାକିରି ଓ କଣ୍ଟେଣ୍ଟ କ୍ରିଏସନ୍ ସହିତ ଆଉ ଏକ କାମ ଆରମ୍ଭ କରି ଅକ୍ଟୋବର ମାସରେ ୯୦ ହଜାର ଟଙ୍କା ରୋଜଗାର କରିଥିବା କହିଛନ୍ତି ।
ଅକ୍ଟୋବରରେ ମୋଟ ଆୟ ୩.୩୨ ଲକ୍ଷ ଟଙ୍କା
ଜ୍ୟୋତିକା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜ ଅକ୍ଟୋବର ମାସର ଆୟ ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ ଅନୁସାରେ, ଏହି ମାସରେ ତାଙ୍କର ମୋଟ ଆୟ ୩.୩୨ ଲକ୍ଷ ଟଙ୍କା ରହିଥିଲା । ଏଥିରୁ ଫୁଲ୍ ଟାଇମ୍ ଚାକିରିରୁ ୧.୧୫ ଲକ୍ଷ ଟଙ୍କା, କଣ୍ଟେଣ୍ଟ କ୍ରିଏସନ୍ରୁ ୧.୨୭ ଲକ୍ଷ ଟଙ୍କା ଏବଂ ନୂଆ ବ୍ରାଣ୍ଡ କନ୍ସଲଟାନ୍ସି କାମରୁ ୯୦ ହଜାର ଟଙ୍କା ଆୟ ହୋଇଥିଲା ।
୧୦୦ ବ୍ରାଣ୍ଡକୁ ପଠାଇଥିଲେ ଇମେଲ୍
ଜ୍ୟୋତିକାଙ୍କ ପାଖରେ ପୂର୍ବରୁ ଅର୍ଗାନିକ୍ ସୋସିଆଲ ମିଡିଆ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଓ ଏହାର ଭିୟୁ ବଢ଼ାଇବାର ଅଭିଜ୍ଞତା ଥିଲା । ସେହି ଦକ୍ଷତାକୁ ନୂଆ ରୋଜଗାରର ମାଧ୍ୟମ କରିବାକୁ ସେ ଯୋଜନା କରିଥିଲେ । ଏଥିପାଇଁ ପ୍ରଥମେ ନିଜ ରୁଚି ସହ ମେଳ ଖାଉଥିବା ୧୦୦ଟି ବ୍ରାଣ୍ଡର ତାଲିକା ପ୍ରସ୍ତୁତ କରିଥିଲେ ।
ଏଥିରେ ମୁଖ୍ୟତଃ ବିୟୁଟି ଓ ପୋଷାକ ବ୍ରାଣ୍ଡଗୁଡ଼ିକୁ ସାମିଲ କରିଥିଲେ । ପରେ ସେହି ବ୍ରାଣ୍ଡଗୁଡ଼ିକୁ କୋଲ୍ଡ ଇମେଲ୍ ପଠାଇ ନିଜ ସର୍ଭିସ୍ ବିଷୟରେ ଜଣାଇଥିଲେ । ଅର୍ଥାତ୍ ପୂର୍ବରୁ କୌଣସି ପରିଚୟ ନଥାଇ ମଧ୍ୟ ସେ ସିଧାସଳଖ କମ୍ପାନୀଗୁଡ଼ିକ ସହ ଯୋଗାଯୋଗ କରିଥିଲେ ।
ବ୍ରାଣ୍ଡଗୁଡ଼ିକୁ କେଉଁ ସର୍ଭିସ୍ ଦିଅନ୍ତି ?
ଜ୍ୟୋତିକା ବ୍ରାଣ୍ଡଗୁଡ଼ିକ ପାଇଁ ଅର୍ଗାନିକ୍ ସୋସିଆଲ ମିଡିଆ କଣ୍ଟେଣ୍ଟ ପ୍ରସ୍ତୁତ କରନ୍ତି । ଏଥିରେ କଣ୍ଟେଣ୍ଟ ଆଇଡିଆ ଦେବା, ରିସର୍ଚ୍ଚ କରିବା, ନୂଆ ଟପିକ୍ ଓ ଫର୍ମାଟ୍ ପରାମର୍ଶ ଦେବା ଆଦି କାମ ରହିଛି । ଏହାଦ୍ୱାରା ବ୍ରାଣ୍ଡଗୁଡ଼ିକର ସୋସିଆଲ ମିଡିଆ ରିଚ୍ ବଢ଼ାଇବାରେ ସାହାଯ୍ୟ ମିଳେ । ତେବେ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ଦାୟିତ୍ୱ ବ୍ରାଣ୍ଡଗୁଡ଼ିକର ନିଜର ଥିଲା ।
୨ ହଜାର ନୁହେଁ, ୩୦ ହଜାର ଟଙ୍କା ରଖିଲେ ଫିସ୍
ଜ୍ୟୋତିକାଙ୍କ କହିବା ଅନୁସାରେ, ଆରମ୍ଭରେ ପ୍ରାୟ ୯୯ ପ୍ରତିଶତ ବ୍ରାଣ୍ଡ ତାଙ୍କୁ ଏହି କାମ ପାଇଁ ମାତ୍ର ୨ ହଜାରରୁ ୫ ହଜାର ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ନିଜର ଅଭିଜ୍ଞତା ଓ କାମର ମୂଲ୍ୟ ଅନୁସାରେ ଏହି ପାରିଶ୍ରମିକ ଖୁବ୍ କମ୍ ବୋଲି ସେ ଭାବିଥିଲେ । ତେଣୁ ପ୍ରତ୍ୟେକ ବ୍ରାଣ୍ଡ ପାଇଁ ୩୦ ହଜାର ଟଙ୍କା ଫିସ୍ ଧାର୍ଯ୍ୟ କରିଥିଲେ ।
ତିନୋଟି ବ୍ରାଣ୍ଡ ଦେଲେ କାମ
ଜ୍ୟୋତିକାଙ୍କ ଏହି ପ୍ରସ୍ତାବକୁ ତିନୋଟି ବ୍ରାଣ୍ଡ ଗ୍ରହଣ କରିଥିଲେ। ତେବେ ତୃତୀୟ ବ୍ରାଣ୍ଡର ପେମେଣ୍ଟ ଏପର୍ଯ୍ୟନ୍ତ ମିଳିନଥିବା କଥା ସେ ନିଜ ଭିଡିଓରେ ସ୍ପଷ୍ଟ କରିଛନ୍ତି । ଏହି ନୂଆ କନ୍ସଲଟାନ୍ସି କାମରୁ ତାଙ୍କର ଆୟ ୯୦ ହଜାର ଟଙ୍କା ହୋଇଥିବା ସେ ଦାବି କରିଛନ୍ତି ।
ନିଜ ଦକ୍ଷତାକୁ ଚିହ୍ନିବାକୁ ଦେଲେ ପରାମର୍ଶ
ନିଜ ଅନୁଭବରୁ ଜ୍ୟୋତିକା ଅନ୍ୟମାନଙ୍କୁ ମଧ୍ୟ ନିଜର ଦକ୍ଷତା ଚିହ୍ନିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ, ନିଜ ପାଖରେ ଥିବା ସ୍କିଲ୍କୁ କିପରି ରୋଜଗାରର ନୂଆ ମାଧ୍ୟମରେ ପରିଣତ କରାଯାଇପାରିବ, ସେ ବିଷୟରେ ଚିନ୍ତା କରିବା ଦରକାର । ସଠିକ୍ ଯୋଜନା ଓ ନିରନ୍ତର ପ୍ରୟାସ ରହିଲେ ଫୁଲ୍ ଟାଇମ୍ ଚାକିରି ସହିତ ମଧ୍ୟ ଆୟର ଆଉ ଏକ ଉତ୍ସ ସୃଷ୍ଟି କରିହେବ ।
📱 Get Argus News App
✨Related Topics
Explore more stories