Loan: ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ସହଜରେ ମିଳିଥାଏ ଲୋନ

Key Points
ଅର୍ଗସ ବ୍ୟୁରୋ: ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ସହଜରେ ମିଳିଯାଏ ଋଣ । ବାରମ୍ବାର ଦୌଡ଼ିବାକୁ ପଡ଼େନି, କିମ୍ବା ବ୍ୟାଙ୍କ ଅଧିକାରୀଙ୍କୁ ଖୋସାମତ କରିବାକୁ ପଡ଼େନାହିଁ । ହେଲେ ପୁରୁଷଙ୍କ କ୍ଷେତ୍ରରେ ଏହାର ଓଲଟା ଦେଖିବା ପାଇଁ ମିଳେ । ଦୌଡ଼ି ଦୌଡ଼ି ଚପଲ ଘଷି ହୋଇଗଲେ ସୁଧା ଋଣ ପାଇବା କଷ୍ଟକର ହୋଇପଡ଼େ ।
ପୁରୁଷଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କ ଅଧିକାରୀମାନେ କାହିଁକି କୁଣ୍ଠାବୋଧ କରନ୍ତି, ଆପଣ ଜାଣିଛନ୍ତି କି ?
ସିଧାସଳଖ କହିବାକୁ ଗଲେ ପୁରୁଷଙ୍କ ଉପରେ ସରକାରଙ୍କ ଭରସା ନାହିଁ । ଋଣ ପରିଶୋଧ ସମୟ ଆସିଲେ ପୁରୁଷମାନେ ଅନେକ ବାହାନା ଦେଖାନ୍ତି । କେହି କେହି ତ ଋଣ ସୁଝନ୍ତି ନାହିଁ । ହେଲେ ଏ କ୍ଷେତ୍ରରେ ମହିଳାମାନେ ଖୁବ ସଚ୍ଚୋଟ । ସିବିଲର ଏକ ରିପୋର୍ଟ ଅନୁସାରେ ଋଣ ପରିଶୋଧ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶୃଙ୍ଖଳିତ । ଏହି ଅନୁଶାସନ ଯୋଗୁଁ ମହିଳାଙ୍କୁ ଉତ୍ତମ ସୁଧ ହାର ସହ ଅଧିକ ଋଣ ପ୍ରଦାନ କରାଯାଇଥାଏ ।
📱 Get Argus News App
✨ସିଭିଲ ରିପୋର୍ଟ ଅନୁସାରେ ମହିଳାଙ୍କୁ ଋଣ ପ୍ରଦାନ କରିବା ପୁରୁଷଙ୍କ ତୁଳନାରେ କମ୍ ବିପଦପୂର୍ଣ୍ଣ । ଅର୍ଥାତ ମହିଳାଙ୍କୁ ଦିଆଯାଇଥିବା ଋଣ ଫେରସ୍ତ ପାଇବାର ସମ୍ଭାବନା ପୁରୁଷଙ୍କ ଅପେକ୍ଷା ଅଧିକ । ଏହି କାରଣରୁ ମହିଳାଙ୍କୁ ଋଣ ଦେବାପାଇଁ କୌଣସି ବି ବ୍ୟାଙ୍କ ସହଜରେ ରାଜି ହୋଇଯାଆନ୍ତି । ୨୦୨୩ ଆର୍ଥିକ ବର୍ଷରେ ଆସିଥିବା ତଥ୍ୟରେ ଏସମ୍ପର୍କରେ ସବିଶେଷ ବିବରଣୀ ରହିଛି । ଗତ ଆର୍ଥିକ ବର୍ଷରେ ୧.୯ ପ୍ରତିଶତ ମହିଳା ଋଣ ପରିଶୋଧ କରିନଥିବା ବେଳେ ୨.୫ ପ୍ରତିଶତ ପୁରୁଷ ଋଣ ପରିଶୋକ୍ଷ କରିନାହାନ୍ତି ।
ମହିଳାଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ମଧ୍ୟ ତୁଳନାତ୍ମକ ଭାବେ ଭଲ । କାରଣ କ୍ରେଡିଟ ଫ୍ରୋଫାଇଲ ଥିବା ଲୋକଙ୍କୁ ସହଜରେ ଋଣ ମିଳିଯାଏ । କ୍ରେଡିଟ୍ ପ୍ରୋଫାଇଲ୍ ଭଲ ସେତେବେଳେ ହୁଏ, ଯେତେବେଳେ ଜଣେ ନିଜର ଋଣ.. ସମୟ ପୂର୍ବରୁ ପରିଶୋଧ ହୁଏ । ଏହା ବ୍ୟତୀତ ଯଦି ଜଣେ ବ୍ୟକ୍ତି ନିଜର କ୍ରେଡିଟ୍ କାର୍ଡକୁ ଏକ ସୀମା ମଧ୍ୟରେ ବ୍ୟବହାର କରନ୍ତି ଏବଂ ଏହାକୁ ଠିକ୍ ସମୟରେ ପରିଶୋଧ କରିଦିଅନ୍ତି, ତାଙ୍କର କ୍ରେଡିଟ୍ ପ୍ରୋଫାଇଲ୍ ଭଲ ହୋଇଥାଏ । ଏକ୍ଷେତ୍ରରେ ମଧ୍ୟ ମହିଳାମାନେ ପୁରୁଷଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ସଚ୍ଚୋଟ । ସାଧାରଣତଃ ମହିଳାମାନେ ଅଧିକ ଋଣ ନିଅନ୍ତି ନାହିଁ । ଆଉ ଯେତିକି ବି ଋଣ ନିଅନ୍ତି, ସଠିକ୍ ସମୟରେ ପରିଶୋଧ କରିଦିଅନ୍ତି ।
ମହିଳାଙ୍କୁ ଅଧିକ ଶସକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ଅନେକ ଯୋଜନାରେ ମହିଳା ଉଦ୍ୟୋଗୀମାନେ ଋଣ ଉପରେ ସବସିଡି ମଧ୍ୟ ପାଇଥାନ୍ତି । ଯଦି ସେମାନେ କୌଣସି ଯୋଜନା ଅଧୀନରେ ଆସନ୍ତି, ତେବେ ସେମାନଙ୍କୁ ଋଣ ପ୍ରଦାନ ପାଇଁ ମନା କରିପାରିବ ନାହିଁ ବ୍ୟାଙ୍କ । ଏହି କାରଣରୁ, ମହିଳାମାନଙ୍କ ପାଇଁ ସ୍ୱଳ୍ପ ସୁଧ ହାରରେ ଋଣ ସହଜରେ ମିଳିଯାଏ ।