Videos
|
National

ଭାରତର ପ୍ରଥମ ହିନ୍ଦୁ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ନାଶ କରିଥିଲେ ନନ୍ଦବଂଶ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାରତର ପ୍ରଥମ ହିନ୍ଦୁ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ନାଶ କରିଥିଲେ ନନ୍ଦବଂଶ...

ପ୍ରାଚୀନ କାଳରୁ ଭାରତ ନିଜର ଐତିହ୍ୟ ଏବଂ ଦକ୍ଷ ଶାସକମାନଙ୍କ ପାଇଁ ଜଣାଶୁଣା । ହେଲେ ଆପଣ ଜାଣନ୍ତି କି ଭାରତର ପ୍ରଥମ ହିନ୍ଦୁ ରାଜା କିଏ ଥିଲେ। ଇତିହାସ ପୃଷ୍ଠାରେ ଆମେ ଅନେକ ରାଜା ମହାରାଜାଙ୍କ କାହାଣୀ ପଢିଛେ । ଅନେକ ରାଜା ଭାରତ ଭୂମିକୁ ଆସିଛନ୍ତି ଆଉ ଶାସନ କରିଛନ୍ତି । ହେଲେ ସେମାନଙ୍କ ଭିତରୁ ଏମିତି ଜଣେ ରାଜା ଥିଲେ ଯିଏ ଅଖଣ୍ଡ ଭାରତର ସ୍ୱପ୍ନକୁ ପୂରଣ କରିଥିଲେ । ଯିଏ ମହାନ ଗ୍ରୀକ୍ ଶାସକ ସିକନ୍ଦରଙ୍କ ସେନାପତି ସେଲ୍ୟୁକସଙ୍କୁ ଦୁଇ ଦୁଇ ଥର ବନ୍ଧି ଛାଡି ଦେଇଥିଲେ ଏବଂ ଚାଣକ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ରକୁ ଆଧାର କରି ନିଜ ରାଜ୍ୟରେ ଶାସନ କରିଥିଲେ । ସେ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ।


ଯିଏ ଥିଲେ ଭାରତର ପ୍ରଥମ ହିନ୍ଦୁ ରାଜା । ଯିଏ ମୌର୍ଯ୍ୟ ରାଜବଂଶର ପ୍ରତିଷ୍ଠା କରିଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏମିତି ଜଣେ ରାଜା ଥିଲେ ଯିଏ ସଂଖ୍ୟାଗରିଷ୍ଠ ଭାରତର ଏକତାର ମୂଳଦୁଆ ପକାଇଥିଲେ। ମୌର୍ଯ୍ୟ ସାମ୍ରାଜ୍ୟ ଆଫଗାନିସ୍ତାନରୁ ବଙ୍ଗଳା ଏବଂ ମଧ୍ୟ ଭାରତରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ବିସ୍ତାର କରିଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦ ସାମ୍ରାଜ୍ୟକୁ ପରାସ୍ତ କରି ଖ୍ରୀଷ୍ଟପୂର୍ବ ୩୨୧ ମସିହାରେ ତାଙ୍କ ଶାସନ ପ୍ରତିଷ୍ଠା କରିଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ବିଷୟରେ ଇତିହାସରେ ବହୁତ କିଛି ତଥ୍ୟ ମିଳିନଥାଏ । ଜୈନ ଓ ବୌଦ୍ଧ ଧର୍ମ ଗ୍ରନ୍ଥରୁ ଚନ୍ଦ୍ରଗୁପ୍ତଙ୍କ ବିଷୟରେ ଅଳ୍ପ କିଛି ସୂଚନା ମିଳିଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁହାଯାଏ ଚନ୍ଦ୍ରଗୁପ୍ତଙ୍କ ଜନ୍ମ ଖୀଷ୍ଟପୂର୍ବ ୩୪୦ରେ ମୌର୍ଯ୍ୟ ବଂଶରେ ହୋଇଥିଲା । ଆଉ ତାଙ୍କ ମାଙ୍କ ନାଁ ଥିଲା ମୁରା । ଯେଉଁ କାରଣରୁ ତାଙ୍କ ବଂଶର ନାଁ ମୌର୍ଯ୍ୟ ବଂଶ ରହିଥିଲା ବୋଲି କୁହାଯାଏ । ପିଲାଟି ଦିନରୁ ଚନ୍ଦ୍ରଗୁପ୍ତ ବେଶ ବିଚକ୍ଷଣ ଓ ବୁଦ୍ଧିମାନ ଥିଲେ । ଯାହାକୁ ଦେଖିବା ପରେ ଚାଣକ୍ୟ ତାଙ୍କୁ ନେଇ ନିଜ ପାଖରେ ରଖିବା ସହିତ ତାଙ୍କୁ ରାଜକର୍ମ ଓ ଯୁଦ୍ଧକୌଶଳ ଶିକ୍ଷା ଦେଇଥିଲେ ।


ଚାଣକ୍ୟଙ୍କ ଯୋଜନା ଅନୁସାରେ ହିଁ ଚନ୍ଦ୍ରଗୁପ୍ତ ମଗଧରୁ ନନ୍ଦବଂଶର ନାଶ କରି ମୌର୍ଯ୍ୟ ବଂଶ ପ୍ରତିଷ୍ଠା କରିଥିଲେ । ୨୪ ବର୍ଷ ଶାସନ କରିବା ପରେ ଚନ୍ଦ୍ରଗୁପ୍ତ ସାଂସାରିକ ଭୋଗ ତ୍ୟାଗ କରି ଜୈନ ଭିକ୍ଷୁ ସାଜିଥିଲେ। ସାମ୍ରାଜ୍ୟର ଭିତ୍ତିଭୂମି ନିର୍ମାଣ, କୃଷି ଏବଂ ବାଣିଜ୍ୟରେ ଉନ୍ନତି ଆଣିବାରେ ମଧ୍ୟ ମୌର୍ଯ୍ୟ ବଂଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚନ୍ଦ୍ରଗୁପ୍ତଙ୍କ ବୀରତ୍ୱର ପରିଚୟ ତାଙ୍କ ସୈନ୍ୟବାହିନୀରୁ ହିଁ ମିଳିଥାଏ । ଖ୍ରୀଷ୍ଟପୂର୍ବ ୨୯୭ ମସିହାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ମୃତ୍ୟୁ ହୋଇଥିଲେ।


ଅଧିକ ପଢ଼ନ୍ତୁ ଦେଶ ଖବର: