ସ୍ବର୍ଣ୍ଣ ମନ୍ଦିରକୁ କେମିତି ଛୁଇଁ ସୁଦ୍ଧା ପାରିଲେନି ପାକିସ୍ତାନର ମିସାଇଲ ଓ ଡ୍ରୋନ୍ ?

Key Points
ଯେତେବେଳେ ପାପୀ ପାକ୍ ସ୍ବର୍ଣ୍ଣମନ୍ଦିରକୁ କରିଥିଲା ଟାର୍ଗେଟ୍
ଯେତେବେଳ ସ୍ବର୍ଣ୍ଣ ମନ୍ଦିର ଉପରକୁ କରିଥିଲା ମିସାଇଲ୍ ଆଟାକ୍
ଭାରତୀୟ ସେନା ସ୍ବର୍ଣ୍ଣ ମନ୍ଦିରକୁ ଶତ୍ରୁର ପ୍ରହାରରୁ କେମିତି କଲା ରକ୍ଷା ?
ଆଜ୍ଞା ହଁ ପାକିସ୍ତାନର ନିଶାନାରେ ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିର। ମେ ୮ ତାରିଖ ସକାଳୁ ଯେତେବେଳେ ସ୍ବର୍ଣ୍ଣ ମନ୍ଦିର ଭିତରେ ଓ ବାହାରେ ସବୁ କିଛି ସାମାନ୍ୟ ଥିଲା। ସେତେବେଳ ଆକାଶରେ ହଲଚଲ ଦେଖିବାକୁ ମିଳିଥିଲା। ଏହି ହଲଚଲ ଥିଲା ପାକିସ୍ତାନ ପକ୍ଷରୁ ଲଗାତାର କରାଯାଉଥିବା ଆକ୍ରମଣର। ୬ ଓ ୭ ମେ ରାତିରେ ଭାରତ ପକିସ୍ତାନ ଭିତରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ବଂସ କରିସାରିଥିଲା। ଆଉ ଏହାର ଜବାବରେ ୮ ମେ ସକାଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣର ଦୁଃ ସାହସ କରିଥିଲା। ପଞ୍ଜବ ବିଭିନ୍ନ ସ୍ଥାନକୁ ବହୁ ସଂଖ୍ୟାରେ ମିସାଇଲ ଓ ଡ୍ରୋନ୍ ଦ୍ବାରା ଟାର୍ଗେଟ କରିଥିଲା ପାକିସ୍ତାନ। ସେଥିରୁ କିଛି ମିସାଇଲର ନିଶାନାରେ ଥିଲା ଅମୃତସର ଓ ପବିତ୍ର ସ୍ବର୍ଣ୍ଣ ମନ୍ଦିର। କିନ୍ତୁ ଭାରତୀୟ ସେନା ପାକିସ୍ତାନ ଏପରି ଦୁଃସାହସ କରିପାରେ ବୋଲି ପୂର୍ବରୁ ଜାଣିଥିଲା। ଭାରତୀୟ ସେନାକୁ ଆଶଙ୍କା ଥିଲା ଯେ ପାକିସ୍ତାନ ସୀମାରେ ଥିବା ଧାର୍ମିକ ସ୍ଥଳୀଗୁଡ଼ିକୁ ଆଟାକ୍ କରିପାରେ। ଆଉ ତାର ଟାର୍ଗେଟ ସ୍ବର୍ଣ୍ଣ ମନ୍ଦିରବି ହୋଇପାରେ।
କିନ୍ତୁ ପାକିସ୍ତାନ ସେନା ନାୟକମାନଙ୍କୁ ବୋଧହୁଏ ଜଣାନଥିଲା ଯେ ଭାରତୀୟ ସେନା ପୂର୍ବରୁ ହିଁ ସ୍ବର୍ଣ୍ଣ ମନ୍ଦିରର ସୁରକ୍ଷା ପାଇଁ ଏକ ଅତିରିକ୍ତ ଏୟର ଡିଫେଏନ୍ସ ସିଷ୍ଟମ୍ ମୁତୟନ କରିସାରିଛି। ଆଉ ଯେତେବେଳେ ପାକିସ୍ତାନ ସ୍ବର୍ଣ୍ଣ ମନ୍ଦିର ଉପରେ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା। ସ୍ବର୍ଣ୍ଣ ମନ୍ଦିରରେ ସାମାନ୍ୟ ଦାଗ ଟିକିଏ ବି କରିପାରିନଥିଲା। ସ୍ବର୍ଣ୍ଣ ମନ୍ଦିର ଉପରେ ପାକିସ୍ତାନ ଡ୍ରୋନ୍, ଲମ୍ବା ଦୂରତା ଅତିକ୍ରମ କରୁଥିବା ମିସାଇଲ ଓ ଆକାଶରେ ନିକ୍ଷେପ କରାଯାଉଥିବା ଅନ୍ୟ ଅସ୍ତ୍ର ଦ୍ବାରା ଆକ୍ରମଣ କରିଥିଲା। କିନ୍ତୁ ପାକିସ୍ତାନର ଏହି ଆଟାକ୍ ବ୍ୟର୍ଥ ଯାଇଥିଲା। ଏଇମାନେ ଥିଲେ ଆମ ସନାର ବାହାଦୁର ଏୟର ଡିଫେନ୍ସ ଗନର୍ସ। ଯେଉଁମାନେ ପାକିସ୍ତାନର ଷଡ଼ଯନ୍ତ୍ରକୁ ବିଫଳ କରିଦେଇଥିଲେ। ଆପଣଙ୍କର ମନେଥିବା ପାକିସ୍ତାନ ସହ ଉତ୍ତେଜନା ପରିସ୍ଥିତି ଭିତେର ଯେତେବେଳେ ଭାରତରେ ମକ୍ ଡ୍ରିଲ୍ ହୋଇଥିଲା ପ୍ରଥମେ ସ୍ବର୍ଣ୍ଣ ମନ୍ଦିରକୁ ହିଁ କରାଯାଇଥିଲା ବ୍ଲାକ୍ ଆଉଟ୍ ।
📱 Get Argus News App
✨ଆଉ ତାପରେ ଆଶଙ୍କା ମୁତାବକ ହୋଇଥିଲା ଆକ୍ରମଣ। ଯାହାକୁ ସଂପୂର୍ଣ୍ଣ ବିଫଳ କରିଦେଲେ ଆମ ବୀର ଜବାନ। ସ୍ବର୍ଣ୍ଣ ମନ୍ଦିର ଉପରେ ଆଟାକକୁ ବିଫଳ କରିବାରେ ଆକାଶ ଏୟର ଡିଫଏନ୍ସ ସିଷ୍ଟମ୍ ଏବଂ ଏୟାର ଡିଫେନ୍ସ L-70 ଗନର ସବୁଠାରୁ ବଡ଼ ଭୂମିକା ଥିଲା। ଯାହାଦ୍ବାରା ଆକାଶରେ ହିଁ ପାରିସ୍ତନର ସମସ୍ତ ମିସାଇଲ ଓ ଡ୍ରୋନକୁ ନଷ୍ଟ କରିଦିଆଯାଇଥିଲା। ସ୍ବର୍ଣ୍ଣ ମନ୍ଦିର ହେଉଛି ଶିଖମାନଙ୍କର ସବୁଠାରୁ ବଡ଼ ଆସ୍ଥାର କେନ୍ଦ୍ର। ତେଣୁ ପ୍ରଶ୍ନ ଉଠୁଛି ତା ଉପରେ ଆକ୍ରମଣ କରି ଭାରତ ସରକାର ଶିଖମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲେ ବୋଲି ବାର୍ତ୍ତା ଦେବାକୁ ଚାହୁଁଥିଲା କି ପାକିସ୍ତାନ? ଖଲିସ୍ତାନୀ ସମର୍ଥକଙ୍କୁ ଉସକାଇବା ଥିଲା କି ପାକିସ୍ତାନର ଉଦ୍ଦେଶ୍ୟ ?