Videos
|
National

ମାହାକାଶରେ ଜୀବନ  ବିତେ କେମିତି..  ?  

Manini Pattanayak
Browse all articles by Manini Pattanayak
·2 years ago·2 min read
ମାହାକାଶରେ ଜୀବନ  ବିତେ କେମିତି..  ?  

ନୂଆଦିଲ୍ଲୀ: ଏହା ଜାଣିବା ପାଇଁ ଆମ ସମସ୍ତଙ୍କର ଇଛା ଥିବ।  କାରଣ  ମହାକଶରେ ଫସି ରହିଛନ୍ତି ମହାକାଶଚାରୀ .. ଏହି ସମୟରେ ସମସ୍ତଙ୍କ ମନରେ ପ୍ରଶ୍ନ  ନିଶ୍ଚିତ ଆସୁଥିବ ଯେ, ସେଠାରେ ସୁନୀତା ଏବଂ ଅନ୍ୟ ମହାକାଶଚାରୀ କିପରି ନିଜର  ଦୈନ୍ୟନ୍ଦିନ କାର୍ଯ୍ୟ  ସମାପନ କରୁଛନ୍ତି।   କଣ ଖାଆନ୍ତି, ପିଅନ୍ତି.. କିପରି ଉଠନ୍ତି ବସନ୍ତି ଆଉ କିପରି ଶୁଅନ୍ତି..   

ଅନ୍ତରିକ୍ଷରେ ମହାକାଶଚାରୀ କିପରି ବାଥ୍‌ରୁମ ଯାଅନ୍ତି..?  

 କିଛି ବର୍ଷ ପୂର୍ବରୁ  ସୁନୀତା ଓ୍ୱିଲିୟମସ୍‌  ଅନ୍ତରିକ୍ଷ ଯାତ୍ରାରେ ଥିବାବେଳେ  ଏକ ଭିଡିଓ  ସେୟାର କରିଥିଲେ ।  ଯେଉଁଥିରେ  ସେ ଅନ୍ତରିକ୍ଷ ବିଷୟରେ ବହୁତ କିଛି କହିଥିଲେ।  ପାଣି କିପରି ପିଆଯାଇଥାଏ..?  ଟୟଲେଟ କିପରି ଯାଇଥାନ୍ତି  ଆଉ ଅନ୍ତରିକ୍ଷରେ କିପରି ଶୋଇଥାନ୍ତି। ଅନ୍ତରିକ୍ଷରେ ଅବସ୍ଥିତି ସ୍ପେସ ଷ୍ଟେସନରେ ମହାକାଶଚାରୀଙ୍କ ପାଇଁ  ଖୁବ୍‌ ସ୍ୱତନ୍ତ୍ର ଭାବେ  ଟୟଲେଟ  ବନା ଯାଇଛି।  ଏହା ସାଧାରଣ ଟୟଲେଟ ପରି  ଦେଖାଯାଇଥାଏ କିନ୍ତୁ ଏହା ସ୍ୱତନ୍ତ୍ର ଭାକ୍ୟୁମ ବାଲା  ଟୟଲେଟ ହୋଇଥାଏ।  ଯାହା ଆପଣଙ୍କ ଶରୀରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବାୟୁ ମାଧ୍ୟମରେ ଏକ ଟ୍ୟାଙ୍କରେ ଭାକ୍ୟୁମ୍ ଫୋର୍ସ ସାହାଯ୍ୟରେ ନେଇଥାଏ ।

ଏହି ଟୟଲେଟକୁ ବ୍ୟବହାର କରିବା ସମୟରେ ମହାକାଶଚାରୀ  ଆରାମରେ ଠିଆ ହୋଇପାରିବେ କିମ୍ବା  ବସି ମଧ୍ୟ ପାରିବେ।  ସେହିପରି ଅନ୍ତରିକ୍ଷରେ ପରିଶ୍ରା କରିବା ତରିକା  ମଧ୍ୟ ବେଶ୍‌ ଖାସ୍‌ ହୋଇଥାଏ। ଆଉ  ଏଥିପାଇଁ ମଧ୍ୟ ଭ୍ୟାକ୍ୟୁମ ବାଲା ପାଇପ୍‌ ର  ବ୍ୟବହାର କରାଯାଇଥାଏ।  ସେଥିପାଇଁ ଅନ୍ତରିକ୍ଷରେ  ୟୁରିନ୍‌ ଏବଂ  ଶୌଚ ପାଇଁ  ଭିନ୍ନ ଭିନ୍ନ  ଟୟଲେଟର ବ୍ୟବହାର କରାଯାଇଥାଏ।  ଯାହାଦ୍ୱାରା   ୟୁରିନ୍ ଅଲଗା ଟ୍ୟାଙ୍କରେ  ରହିଥାଏ। ଆଉ ଏହାକୁ  ରିସାଇକେଲ କରି  ପାନୀୟ ଭାବେ ବ୍ୟବହାର କରିଥାନ୍ତି ମହାକାଶଚାରୀ।  ସେହିପରି  ନିଜ ଶରୀରକୁ ସଫା ରଖିବା   ଓଦା କପଡାର ସାହାଯ୍ୟ  ନେଇଥାନ୍ତି କିମ୍ବା ଏକ ସ୍ୱତନ୍ତ୍ର ଲିକ୍ୱିଡ୍‌ ର ବ୍ୟବହାର କରି  ନିଜ ଶରୀରକୁ ସଫା କରିଥାନ୍ତି ମହାକାଶଚାରି।  ସ୍ପେଶ୍‌ରେ ଶରୀରରେ ଓଜନ ଅନୁଭବ ନହେବା ପାଇଁ  ଚାଲୁଥିବାଳେ ଶୋଇବା ପାଇଁ  ନିଜକୁ ସ୍ଲିପିଙ୍ଗ ବ୍ୟାଗରେ ବନ୍ଦ କରିଥାନ୍ତି ମହାକାଶଚାରୀ ।  ଏଥିରେ  ଓଲଟା, ସିଧା  ଯେପରି  ଚାହିଁବେ ସେପରି  ଶୋଇପାରିବେ।  ଏହା ଥିଲା ସ୍ପେସ୍‌ରେ କିପରି  ଜୀବନ  କାଟିଥାନ୍ତି  ମାହାକାଶଚାରୀ ଯାହା  ନିଜେ ଏକ ଭିଡିଓ ସେୟାର କରି ସମ୍ୟକ ସୂଚନା ଦେଇଥିଲେ ସୁନୀତା।.. ତେବେ ଆମର ପ୍ରାର୍ଥନା ମହାକାଶରେ ଫସିଥିବା ସୁନୀତା ଖୁବ୍‌  ଶୀଘ୍ର ଫେରିଆସନ୍ତୁ.. 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

How do astronauts go to the bathroom while in space..? | Argus News