Videos
|
National

 ପାକିସ୍ତାନରେ ବଢୁଛି ବାଲ୍ୟ ବିବାହ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ପାକିସ୍ତାନରେ ବଢୁଛି ବାଲ୍ୟ ବିବାହ 

ନୂଆଦିଲ୍ଲୀ:  ପାକିସ୍ତାନରେ  ମନସୁନ୍‌ ବର୍ଷା ଆରମ୍ଭ ହେବାକୁ ଥିଲା।  ସେହି ସମୟରେ ୧୪ ବର୍ଷୀୟ ଶମିଲା  ଏବଂ ତାଙ୍କ  ୧୩ ବର୍ଷୀୟ ଭଊଣୀ  ଅମିନାଙ୍କ ବିବାହ ଟଙ୍କା ପାଇଁ କରିଦିଆଗଲା।  ଏଭଳି ନିଷ୍ପତ୍ତି ନେଇଥିଲେ ଦୁଇ ଭଉଣୀଙ୍କ  ବାପା, ମା।  ବନ୍ୟା ବିପଦରୁ ରକ୍ଷା  ପାଇବା ଏବଂ ପରିବାରକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଥିଲେ  ବାପା, ମା।  ଶମିଲା  AFP କୁ  କହିଛନ୍ତି ,   ମୋ ବାହାଘର ଖବର ଶୁଣି ମୋତେ ବହୁତ ଖୁସି ଲାଗିଥିଲା।  କାରଣ ମୋତେ ଲାଗୁଥିଲା  ମୋ ଜୀବନ ବଞ୍ଚିବା ସହଜ ହୋଇଯିବ  ବିବାହ ହେଲେ।  ଶମିଲା ନିଜ ବୟସ ଠାରୁ  ଦୁଇଗୁଣ ବଡ ଜଣେ ବ୍ୟକ୍ତିଙ୍କକୁ ବିବାହ କଲେ।  ଏବଂ   ଏକ ସମୃଦ୍ଧ ଜୀବନ ଆଶାରେ ଥିଲେ ଶମିଲା ।  ଯଦି ଏମିତି ନହୁଏ ତେବେ... ଏହି ଭାବନାରେ ଅଟକି ଯାଇଥିଲା ଶମିଲା..  ମୌସୁମୀ ଆସିଲେ  ପାକିସ୍ତାନରେ  ବାଲ୍‌ ବିବାହ  ବୃଦ୍ଧି ପାଇଥାଏ।  

ନିକଟ ଅତୀତରେ ପାକିସ୍ତାନରେ ନାବାଳିକାଙ୍କ ବିବାହର  ମୂଲ୍ୟ  ହ୍ରାସ ପାଇଛି ।  କିନ୍ତୁ ୨୦୨୨ ରେ ଆଶ୍ଚର୍ଯ୍ୟଜନିତ ଭାବେ ଆସିଥିବା  ବନ୍ୟା ପରେ ମାନବ ଅଧିକାର କର୍ମୀମାନେ ଚେତାବନୀ ଦେଇଛନ୍ତି ଯେ,  ଜଳବାୟୁ ସଂଚାଳିତ ଆର୍ଥିକ  ଅସୁରକ୍ଷିତତା ହେତୁ ବର୍ତ୍ତମାନ ଏହି ବିବାହ ବୃଦ୍ଧି ପାଇବାରେ ଲାଗିଛି।    ୨୦୨୨ ବନ୍ୟା  ପରେ  ଦାଦୁ  ଜିଲ୍ଲା ର ଗାଁ ରେ ବାଲ୍‌ ବିବାହ  ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।  ଯାହା ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରୁ  ଗୋଟିଏ ଥିଲା।  ମାସ ମାସ ପର୍ଯ୍ୟନ୍ତ  ଏହି ଅଞ୍ଚଳ ହ୍ରଦ ପରି ଦିଶୁଥିଲା।  ସେହି ସମୟରେ ଅର୍ଥାତ ଜୁନ୍‌ ମାସରେ  ଶମିଲା  ଏବଂ ଅମୀନଙ୍କ ଏକ ସଂଯୁକ୍ତ ସମାରୋହ ରେ ବିବାହ ହୋଇଥିଲା।  ଏବେ ବି ପାକିସ୍ତାନରେ  ବନ୍ୟା ପାଇଁ ବୃଦ୍ଧି ପାଉଛି ବାଲ୍ ବିବାହ। 

ଅଧିକ ପଢନ୍ତୁ  ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: