|
logo
Live

Argus News - କୋବ୍ରାର ବିଷକୁ ରେଭ ପାର୍ଟିରେ କିପରି କରାଯାଏ ବ୍ୟବହାର ?

National

କୋବ୍ରାର ବିଷକୁ ରେଭ ପାର୍ଟିରେ କିପରି କରାଯାଏ ବ୍ୟବହାର ?

Manini Pattanayak
Browse all articles by Manini Pattanayak
·2 years ago·2 min read
କୋବ୍ରାର ବିଷକୁ ରେଭ ପାର୍ଟିରେ କିପରି କରାଯାଏ ବ୍ୟବହାର ?

 ନୂଆଦିଲ୍ଲୀ:  ସାରା ବିଶ୍ୱରେ  ଲୋକପ୍ରୀୟ  ଅର୍ଜନ କରିଛି ରେଭ୍‌ ପାର୍ଟି । ପ୍ରାୟତଃ ଯୁବପିଢୀଙ୍କ ପ୍ରଥମ ପସନ୍ଦ ହୋଇଥାଏ ଏହି ପାର୍ଟି।  ବହୁ ହାଇଫାଇ ଯୁବକ ଆଉ ଯୁବତୀଙ୍କୁ ଏହି ରେଭ୍‌ ପାର୍ଟିରେ ଦେଖିବାକୁ ମିଳିଥାଏ।   ଗୋଟିଏ   ଅର୍ଥରରେ କହିବାକୁ କଷ୍ଟଲି ପାର୍ଟି ହେଉଛି  ରେଭ ପାର୍ଟି।  ଏହି ପାର୍ଟିକୁ ଯିବାକୁ ହେଲେ  ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ।  ସାଧାରଣ ଲୋକ ଏହି ରେଭ୍‌ ରେ ଯିବା କଥା ଭାବି ବି ପାରିବେନି। 
ତେବେ ରେଭ ପାର୍ଟିରେ  ଯୁବକ ଯୁବତୀ  ବିଭିନ୍ନ ପ୍ରକାର ନିସା ସେବନ କରିଥାନ୍ତି ।   ଯେଉଁ  ନିସା ଗୁଡିବୁ କିଛି ଦେଶରେ ମଧ୍ୟ ବ୍ୟାନ କରାଯାଇଛି।   କେବଳ ଏହି କାରଣରୁ ଭାରତରେ ଏହି ପ୍ରକାର  ରେଭ୍‌ ପାର୍ଟିଗୁଡିକୁ  ବ୍ୟାନ କରାଯାଇଛି।  କିନ୍ତୁ ଏହା ପରେ ମଧ୍ୟ କିଛି ଲୋକ ଏହି ପାର୍ଟି ମାନଙ୍କର ଆୟୋଜନ କରିଥାନ୍ତି। 

 

ରେଭ ପାର୍ଟିରେ  କଣ ହୋଇଥାଏ

 

ସାଧାରଣ ପାର୍ଟି ମାନଙ୍କ ପରି  ରେଭ ପାର୍ଟିରେ ଲୋକ ମାନେ  ନାଚ, ଗୀତ, ଖାଦ୍ୟ ଖାଇ ଏନଜୟ କରିନଥାନ୍ତି,   ବରଂ  ଏହି ପାର୍ଟିରେ  ପ୍ରଚୁର ନିସା କରିଥାନ୍ତି ବ୍ୟକ୍ତି । ପାର୍ଟିରେ  ଡ୍ରଗ୍ସ ପାଖରୁ ଆରମ୍ଭ କରି ଚରସ, ଅଫିମ ଏବଂ   ସାପ ବିଷର ବ୍ୟବହାର କରାଯାଇଥାଏ।   ରେଭ ପାର୍ଟିରେ ଏପରି ମାହୋଲ  ସୃଷ୍ଟି କରାଯାଇଥାଏ ଯେପରି  ଲମ୍ବା ସମୟ ପର୍ଯ୍ୟନ୍ତ   ନିସାରେ ବୁଡି ରହି ଝୁମି ପାରିବେ ଯୁବକ ଯୁବତୀ।   ଯୁବକ ଯୁବତୀ ସମ୍ପୂର୍ଣ୍ଣ ଭାବେ ନିସାରେ ବୁଡି ରହିଥାନ୍ତି। 
 

ଭାରତରେ ରେଭ ପାର୍ଟି ବ୍ୟାନ ?

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତରେ  ଏହି ପ୍ରକାର ରେଭ ପାର୍ଟିକୁ ବ୍ୟାନ କରାଯାଇଛି।  କିନ୍ତୁ କିଛି ବ୍ୟକ୍ତି ଅବୈଧ ଭାବେ  ଏହି ପାର୍ଟିର ଆୟୋଜନ କରି ନିସା କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଏପରି ପାର୍ଟିକୁ ଯାଆନ୍ତି କିମ୍ବା ଏହାକୁ ଆୟୋଜନ କରନ୍ତି, ଆଉ ଧରାପଡିଯାଅନ୍ତି  ତାଙ୍କୁ  ଦଣ୍ଡ ଦେବାର  ବ୍ୟବସ୍ଥା ମଧ୍ୟ ରହିଛି । ଏହି କାରଣରୁ ନାର୍କୋଟିକ୍ସ ବିଭାଗ ଦେଶର ବିଭିନ୍ନ ଅଞ୍ଚଳରେ ଏଭଳି ପାର୍ଟି ଉପରେ  ଚଢାଉ କରିଥାଏ।  ।  

 

ରେଭ ପାର୍ଟୀରେ ସାପର ବିଷ କିପରି ବ୍ୟବହାର କରାଯାଏ? 

 

ସାପ ବିଷରୁ K-72 ଏବଂ K-76 ନାମରେ ଡ୍ରଗ୍ସ ପ୍ରସ୍ତୁ କରାଯାଇଥାଏ। 
୫୦୦ ମି.ଲି ବିଷରୁ ପ୍ରସ୍ତୁତ  ଏହି ପାଉଡର ର ବ୍ୟବହାର ଏକ ହଜାର  ଲିଟର   ମାଦକ ଦ୍ରବ୍ୟରେ ମିସା ଯାଇଥାଏ।  
 ତେବେ  ଏକ ରିପୋର୍ଟରୁ ପ୍ରକାଶ K-72 ଏବଂ K-76 ର ମୂଲ୍ୟ 20 ରୁ 25 ହଜାର ଟଙ୍କା ମଧ୍ୟରେ ହୋଇଥାଏ।  
 ମଦର ଗୋଟିଏ ପେଗରେରେ   ଚିମୁଟାଏ  K-72  ବା K-76 ପାଉଡର ର ବ୍ୟବହାର କରାଯାଇଥାଏ।   
 ଯୁବପୀଢିକୁ ଅବାଟକୁ ନେବାପାଇଁ ରେଭ ପାର୍ଟି ହେଉଛି ଏକ ବଡ ମାଧ୍ୟମ। 

ଅଧିକ ଦେଖନ୍ତୁ : 

Sponsored
କୋବ୍ରାର ବିଷକୁ ରେଭ ପାର୍ଟିରେ କିପରି କରାଯାଏ ବ୍ୟବହାର ? | Argus News