ଆତଙ୍କୀ ଆକ୍ରମଣର ୧୦ ଦିନ ପରେ କେମିତି ଅଛି ପହଲଗାମ
ଅର୍ଗସ ଟିମ ପହଞ୍ଚିଥିଲା ଶ୍ରୀନଗରର ଐତିହାସିକ ମୁକସାକ୍ଷୀ ଲାଲଚୌକରେ। ଇଏ ହେଉଛି ସେହି ସ୍ଥାନ ଯେଉଁଠି ଦିନେ ଉଡିଥିଲା ପାକିସ୍ତାନୀ ପତାକା। ଲାଲଚୌକରେ ଆମେ ପହଞ୍ଚିବା ପରେ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସହ କଥା ହୋଇଥିଲୁ। ବିନା ଭୟରେ ବୁଲୁଥିଲେ ପର୍ଯ୍ୟଟକ। କିନ୍ତୁ ଆଗ ଭଳି ସ୍ଥିତି ନଥିଲା। ଆତଙ୍କୀ ଆକ୍ରମଣ ପୂର୍ବରୁ ଯେତେ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ ଆତଙ୍କୀ ଆକ୍ରମଣ ପରେ ପର୍ଯ୍ୟଟକ ଆସିବା ସଂଖ୍ୟା ହ୍ରାସ ପାଇଛି। ଯଦି ଓ ପର୍ଯ୍ୟଟକଙ୍କ ମନରେ ଭୟନାହିଁ ତଥାପି ଜାମ୍ମୁକାଶ୍ମୀର ପୋଲିସ, ସିଆରପିଏଫ ଯବାନ ପ୍ରତି କ୍ଷଣରେ ପଇଁତରା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କାଶ୍ମୀରର ବିରୋଧି ଦଳ ନେତା ସୁନିଲ ଶର୍ମା ପହଲଗାମ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି।
କେନ୍ଦ୍ର ସରକାର ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ପହଲଗାମର ଯେଉଁ ସ୍ଥାନରେ ଆତଙ୍କୀ ଆକ୍ରମଣ କରିଥିଲେ ସେହି ଆଡକୁ ଅଗ୍ରସର ହୋଇଥିଲା ଅର୍ଗସ ଟିମ । ପହଲଗାମ ଯାଉ ଯାଉ ରାସ୍ତାରେ ପଡିଥିଲା ପୂର୍ବରୁ ଆତଙ୍କୀ ଆକ୍ରମଣ କରିଥିଲା ସ୍ଥାନ ପୁଲଓ୍ବାମା। ତାପରେ ଆମେ ଆଗକୁ ଯାଇଥିଲୁ। ଆସିଥିଲା ଅନନ୍ତନାଗ। ଏଠାରେ ମଧ୍ୟ ସୁରକ୍ଷା କର୍ମୀଙ୍କର ଚାଲିଥିଲା କଡା ଚେକିଂ। ପହଲଗାମରେ ପହଞ୍ଚି ଆମେ ଦେଖିଲୁ, ସେଠାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି। ହାତଗଣତି ପର୍ଯ୍ୟଟକ ଆସୁଛନ୍ତି। ପହଲଗାମ ଖାଁ ଖାଁ। ପର୍ଯ୍ୟଟକମାନଙ୍କ ମନରେ ଏବେବି ଭୟ ଓ ଆତଙ୍କ। ଆତଙ୍କୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏହା ହି ଚାହୁଁଛନ୍ତି କାଶ୍ମୀରବାସୀ। ପହଲଗାମ ଆତଙ୍କୀ ଆକ୍ରମଣର ୧୦ ଦିନ ପରେ ବି ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ଅଜଣା ଆତଙ୍କ। କିନ୍ତୁ କାଶ୍ମୀର ବାସୀ ଚାହୁଁଛନ୍ତି କେମିତି ଅଧିକ ପର୍ଯ୍ୟଟକ ଆସିବେ ଏହି ସ୍ଥାନକୁ। ସମସ୍ତଙ୍କ ଅପେକ୍ଷା ଆତଙ୍କୀଙ୍କ ବିରୋଧରେ ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।