Videos
|
National

କୋହିନୂର ଅଭିଶାପରୁ କିପରି ବଞ୍ଚୁଛନ୍ତି ବ୍ରିଟିସ ରାଣୀ ?

Arpita Mohanty
Browse all articles by Arpita Mohanty
·1 year ago·1 min read
କୋହିନୂର ଅଭିଶାପରୁ କିପରି ବଞ୍ଚୁଛନ୍ତି ବ୍ରିଟିସ ରାଣୀ ?

Key Points

କୋହିନୂର ଏକ ଅଭିଶାପ 

ଯିଏ କୋହିନୂରର ମାଲିକ ହେବ ସିଏ ପୂରା ଦୁନିଆର ଦୁର୍ଭାଗ୍ୟ ଭୋଗିବ

କିନ୍ତୁ କାହିଁକି ?

୧୩୦୦ ଶତାବ୍ଦୀରେ ଭାରତରେ ଏମିତି ଏକ ରତ୍ନ ମିଳିଥିଲା ଯାହାର ଚମକ ଆଲୋକର ପର୍ବତ ପରି ଦୀପ୍ତିମାନ। ଏକ ରତ୍ନ, ଯାହାର ପ୍ରତ୍ୟେକ ପାର୍ଶ୍ବ ସୂର୍ଯ୍ୟଙ୍କ କିରଣ ପରି ଚମକେ। ସତେ ଯେପରି ଏକ ଜୀବନ୍ତ ତାରକା। ଏହି ରତ୍ନର ଅପୂର୍ବ ସୌନ୍ଦର୍ଯ୍ୟ ରାଜାମାନଙ୍କ ହୃଦୟକୁ ମୋହିତ କରିଥିଲା। କିନ୍ତୁ ଏହି ଚମକ ପଛରେ ଲୁଚି ରହିଥିଲା ଏକ ଅନ୍ଧକାର ରହସ୍ୟ। କାରଣ ଏହି ରତ୍ନ କାରଣରୁ ରକ୍ତରେ ରଞ୍ଜିତ ହୋଇଥିଲା ଅନେକ ରାଜବଂଶର ଇତିହାସ।


ଏମିତି ଏକ ରତ୍ନ ଯାହା ସାମ୍ରାଜ୍ୟ ସୃଷ୍ଟି କରିଛି, ଆଉ ସାମ୍ରାଜ୍ୟକୁ ଧୂଳିସାତ୍ ବି କରିଛି। ଯେଉଁମାନେ ବି ତା ଉପରେ ମୋହିତ ହୋଇଛନ୍ତି ସେମାନେ ନିଜ ବର୍ବାଦିର କାହାଣୀ ନିଜ ହାତରେ ଲେଖିଛନ୍ତି । ତାହା ଆଉ କିଛି ନୁହେଁ ବରଂ ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ଦାମୀ ହୀରା କୋହିନୂର।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁହାଯାଏ ଯିଏ କୋହିନୂରର ମାଲିକ ହେବ ସିଏ ପୂରା ଦୁନିଆର ମାଲିକ ହେବ କିନ୍ତୁ ପୂରା ଦୁନିଆର ଦୁର୍ଭାଗ୍ୟ ବି ତାରି ହାତରେ ଲାଗିବ। ଯାହାକୁ ଜୀବନରେ ଥରେ ଦେଖିବା ପ୍ରତିଟି ବ୍ୟକ୍ତିଙ୍କର ସ୍ବପ୍ନ ବାସ୍ତବରେ ତାହା ଏକ ଅଭିଶାପ । କିନ୍ତୁ କାହିଁକି ?


କୋହିନୂରକୁ ନେଇ ଅନେକ ରହସ୍ୟମୟ ତଥ୍ୟ ଜାଣିବା ପାଇଁ ଉପରେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ।

Sponsored
How is the British Queen surviving the Kohinoor curse? | Argus News