ବିନା ପିଲରରେ ଆଜି ପର୍ଯ୍ୟନ୍ତ କେମିତି ଠିଆ ହୋଇଛି ହାୱଡା ବ୍ରିଜ?

Key Points
- ବିନା ପିଲରରେ ଆଜି ପର୍ଯ୍ୟନ୍ତ କେମିତି ଠିଆ ହୋଇଛି ହାୱଡା ବ୍ରିଜ?
- କାହିଁକି ପ୍ରତିଦିନ ୧୨ଟାରେ ହାୱଡା ବ୍ରିଜ ବନ୍ଦ କରାଯାଏ ?
- କଣ ସତରେ ହାୱଡା ବ୍ରିଜର ଏକ ଚାବି ଅଛି ?
- ଆଜି ବି ତାହା ବ୍ରିଟସଙ୍କ ପାଖରେ ଅଛି ?
- ହାୱଡା ବ୍ରିଜର ବାସ୍ତବ ରହସ୍ୟ କଣ ?
ହାୱଡା ବ୍ରିଜକୁ ଦୁନିଆର ସବୁଠାରୁ ଅନୋଖା ଏବଂ ରହସ୍ୟମୟ ବ୍ରିଜ୍ କୁହାଯାଏ। ଏହା କୋଲକତା ଏବଂ ହାୱଡାକୁ ଯୋଡିଥାଏ। ବ୍ରିଟିସ ସମୟରେ ନିର୍ମାଣ ହୋଇଥିବା ଏହା ଏମିତି ଏକ ବ୍ରିଜ୍ ଯାହାର ଅନେକ ରହସ୍ୟ ରହିଛି। ଏହାର ଇତିହାସ ପାଖାପାଖି ୧୫୦ ବର୍ଷ ପୁରୁଣା।
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ବ୍ରିଟିସ ସରକାର ପୂରା ଭାରତକୁ ନିଜ ଅକ୍ତିଆରରେ କରିଦେଇଥିଲେ। ନିଜ ଶାସନକୁ ମଜବୁତ କରିବା ପାଇଁ ଏବଂ ବ୍ୟାପାର ବଢାଇବା ପାଇଁ ବ୍ରିଟିସ ସରକାର ଭାରତର ବଡ ବଡ ସହର ମାନଙ୍କର ବିକାଶ କରାଉଥିଲେ। ସେହି ସମୟରେ ପଶ୍ଚିମବଙ୍ଗ ବ୍ରିଟିସ ଇଣ୍ଡିଆର ସବୁଠାରୁ ଶକ୍ତିଶାଳୀ ପ୍ରଦେଶ ଥିଲା ଏବଂ କଲିକତା ବ୍ରିଟିସ ଇଣ୍ଡିଆର ରାଜଧାନୀ ଥିଲା। ସେହିଠାରୁ ହିଁ ପୂରା ବାଣିଜ୍ୟକୁ ନିୟନ୍ତ୍ରଣ କରାଯାଉଥିଲା। ସେଥିପାଇଁ ଯେତେବେଳେ ବାଣିଜ୍ୟ କାରବାର ପାଇଁ ରେଳର ଆବଶ୍ୟକତା ପଡିଲା ସିଏ ୧୮୫୪ ରେ ହାୱଡାରେ ରେଳଷ୍ଟେସନ ନିର୍ମାଣ କଲେ । କିନ୍ତୁ ତାପରେ ବି ତାଙ୍କ ସମସ୍ୟା ସମାଧାନ ହୋଇନଥିଲା କାରଣ ହାୱଡା ଏବଂ କଲିକତା ମଝିରେ ବହୁଥିବା ହୁଗୁଳି ନଦୀ ତାଙ୍କ ପାଇଁ ବାଧକ ସାଜୁଥିଲା। ଯେହେତୁ ହାୱଡାରେ ସେମାନେ ଅନେକ ଫ୍ୟାକ୍ଟ୍ରିକରିଥିଲେ ସେଥିପାଇଁ ହୁଗୁଳି ନଦୀ ଦେଇ ଜାହାଜରେ ମାଲ ପରିବହନ କରିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା।
ବର୍ଷା ସମୟରେ ଯେତେବେଳେ ହୁଗୁଳୀ ନଦୀରେ ପାଣିର ସ୍ତର ବଢିଯାଉଥିଲା ସେହିସମୟରେ ବ୍ରିଟିସରମାନଙ୍କୁ କିଛି ଦିନ ପାଇଁ ବ୍ୟାପାର ବନ୍ଦ କରିବାକୁ ପଡୁଥିଲା କାରଣ ହୁଗୁଳି ନଦୀ ଦେଇ ମାଲ ପରିବହନ କରିବା ଦ୍ବାରା ତାଙ୍କର ବହୁତ ସମୟ ନଷ୍ଟ ହେଉଥିଲା ଏବଂ ବ୍ୟୟବହୁଳ ମଧ୍ୟ ପଡୁଥିଲା। ହୁଗୁଳି ନଦୀରେ ବନ୍ୟା ଆସିବା ଦ୍ବାରା ତାଙ୍କ ର ମ୍ୟାଟେରିଆଲ ନଷ୍ଟ ହୋଇଯାଉଥିଲା। ଅନେକ ସମୟରେ ତାଙ୍କ ଜାହାଜ ପଲଟି ବି ଯାଉଥିଲା, ଯାହାଦ୍ବାରା ବାଣିଜ୍ୟରେ ବହୁତ କ୍ଷତି ହେଉଥିଲା।
କେବଳ ବ୍ରିଟିସ୍ ମାନଙ୍କ ପାଇଁ ନୁହେଁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ହୁଗୁଳି ନଦୀ ଏକ ଚିନ୍ତାର ବିଷୟ ଥିଲା। କୋଲକତାରୁ ହାୱଡା ଯିବା ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ଆଉ ଯେବେଠାରୁ ହାୱଡାରେ ରେଳଷ୍ଟେସନ ହୋଇଗଲା ତାପରେ ତ ସମସ୍ୟା ଅଧିକ ଜଣାପଡିଲା। କଲିକତାରୁ ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ଯାଇ ହାୱଡାରେ ଟ୍ରେନ ଧରିବା ସମ୍ଭବ ହୋଇପାରୁନଥିଲା। ଆଉ ଯଦି ପାଗ ଖରାପ ଦେଉଥିଲା ତାହେଲେ ନଦୀ ପାର କରିବା ଅସମ୍ଭବ ହୋଇଯାଉଥିଲା।
ଏହିସବୁ ସମସ୍ୟାର ସମାଧାନ କରିବା ପାଇଁ ବ୍ରିଟିସ ସରକାର ହୁଗୁଳି ନଦୀ ଉପରେ ଏକ ବ୍ରିଜ ନିର୍ମାଣ କରିବାର ନିଷ୍ପତ୍ତି ନେଲେ। 1862 ମସିହାରେ ଇଷ୍ଟ ଇଣ୍ଡିଆ ରେଳ କମ୍ପାନିର ଚିଫ୍ ଇଂଜିନିୟର ଜର୍ଜ ଟର୍ନବୁଲଙ୍କୁ ହୁଗୁଳି ନଦୀ ଉପରେ ପୋଲ ତିଆରି କରିବାର ଦାୟୀତ୍ବ ଦିଆଗଲା। ସରକାରର ଅନୁମତି ମିଳିବା ମାତ୍ରେ ସିଏ ବ୍ରିଜ ତିଆରି କରିବା ଯୋଜନାରେ ଲାଗିପଡିଲେ । ୧୯ ମାର୍ଚ୍ଚ ୧୮୬୨ କୁ ସିଏ ରିପୋର୍ଟ ସରକାରକୁ ଦେଲେ କିନ୍ତୁ କିଛି କାରଣ ବଶତଃ ବ୍ରିଜ୍ ନିର୍ମାଣ କାମ ଆରମ୍ଭ ହୋଇପାରିଲାନାହିଁ। ୮ ବର୍ଷ ପର୍ଯ୍ୟନ୍ତ ହୁଗୁଳି ନଦୀ ଉପରେ ବ୍ରିଜ୍ ନିର୍ମାଣ ହୋଇପାରିଲାନାହିଁ।
ପରେ ୧୮୭୦ ରେ କୋଲକତା ପୋର୍ଟ ଟ୍ରଷ୍ଟର ସ୍ଥାପନା ହେଲା ଏବଂ ବ୍ରିଟିସ ସରକାର ୧୮୭୧ ରେ ହାୱଡା ବ୍ରିଜ ଅଧିନିୟମ ପାସ୍ କରି ବ୍ରିଜ୍ ନିର୍ମାଣ କରିବା କାମ ଇଷ୍ଟ ଇଣ୍ଡିଆ କମ୍ପାନିର ଚିଫ୍ ଇଞ୍ଜିନିୟର ବ୍ରାଡଫର୍ଡ ଲେସଲିଙ୍କୁ ଦେଲେ। ସିଏ ହୁଗୁଳି ନଦୀ ଉପରେ ଏକ ପଣ୍ଟୁନ ବ୍ରିଜ ନିର୍ମାଣ କରିବା ଯୋଜନା ନେଇ ଆସିଲେ। ତାଙ୍କ ଯୋଜନା ମୁତାବକ ବ୍ରିଜ୍ ଏପରି ହେବାର ଥିଲା କି ଯେତେବେଳେ ନଦୀରେ ଜାହାଜ ଅତିକ୍ରମ କରିବ ସେତେବେଳେ ବ୍ରିଜକୁ ଦୁଇ ଭାଗ କରିହେଉଥିବ। ସରକାରଙ୍କୁ ତାଙ୍କ ଯୋଜନା ବହୁତ ଭଲ ଲାଗିଲା। ତେଣୁ ତାଙ୍କ ଯୋଜନା ପାସ୍ କରିଦିଆଗଲା।
ପଣ୍ଟୁନ ବ୍ରିଜ ନିର୍ମାଣ କାମ ଆରମ୍ଭ ହେଲା । ୧୮୭୪ ବେଳକୁ ବ୍ରିଜ ସମ୍ପୂର୍ଣ୍ଣ ଭାବରେ ନିର୍ମାଣ ହୋଇଯାଇଥିଲା। ଏହି ବ୍ରିଜ୍ ତିଆରି କରିବାରେ ପାଖାପାଖି ୩ ବର୍ଷ ସମୟ ଲାଗିଲା ଏବଂ ଏଥିରେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ପଣ୍ଟୁନ ବ୍ରିଜ ୧୫୨୮ ଫୁଟ୍ ଲମ୍ବା ଏବଂ ୬୨ ଫୁଟ୍ ଚଉଡା ଥିଲା । ବ୍ରିଜରେ ଲୋକେ ଚାଲିକି ଯିବା ପାଇଁ ୭ ଫୁଟ୍ ର ରାସ୍ତା ମଧ୍ୟ ହୋଇଥିଲା। ୧୭ ଅକ୍ଟୋବର ୧୮୭୪ କୁ ଏହି ବ୍ରିଜ୍ ସମସ୍ତଙ୍କ ବ୍ୟବହାର ପାଇଁ ଖୋଲିଦିଆଗଲା। ଯେତେବେଳେ ବି ହୁଗୁଳି ନଦୀରେ କୌଣସି ବଡ ଜାହାଜ ଅତିକ୍ରମ କରୁଥିଲା ବ୍ରିଜକୁ ମଝିରୁ ଖୋଲିଦିଆଯାଉଥିଲା। ଏହି ବ୍ରିଜ୍ ତିଆରି ହେବା ପରେ ଲୋକଙ୍କୁ କୋଲକତାରୁ ହାୱଡା ଯିବା ପାଇଁ ଆଉ କୌଣସି ଅସୁବିଧା ହେଲାନାହିଁ। ଲକ୍ଷ ଲକ୍ଷ ଲୋକ ଏହାର ବ୍ୟବହାର କରିବାକୁ ଲାଗିଲେ।
କିନ୍ତୁ ଲଗାତାର ନିଜ କ୍ଷମତାଠୁ ଅଧିକ ଭାର ଉଠାଇବା କାରଣରୁ ଧୀରେ ଧୀରେ ବ୍ରିଜ୍ ଦୁର୍ବଳ ହେବାରେ ଲାଗିଲା। ତେଣୁ ପଣ୍ଟୁନ ବ୍ରିଜକୁ ହଟାଇ ହୁଗଳି ନଦୀ ଉପରେ ଏକ ଫ୍ଲୋଟିଙ୍ଗ ବ୍ରିଜ ନିର୍ମାଣ କରିବାର ନିଷ୍ପତ୍ତି ନିଆଗଲା ଯାହାଦ୍ବାରା ସହଜରେ ବ୍ରିଜ ତଳେ ଜାହାଜ ଅତିକ୍ରମ କରିପାରିବ। କିନ୍ତୁ ଏହି ଫ୍ଲୋଟିଙ୍ଗ ବ୍ରିଜ ନିର୍ମାଣ ପୂବରୁ ପ୍ରଥମ ବିଶ୍ବ ଯୁଦ୍ଧ ଆରମ୍ଭ ହୋଇଗଲା। ତେଣୁ ବ୍ରିଜ ନିର୍ମାଣ ହୋଇପାରିଲାନାହିଁ। ପ୍ରଥମ ବିଶ୍ବଯୁଦ୍ଧ ହେବାର ୮ ବର୍ଷ ପରେ ୧୯୨୨ ରେ ନୂଆ ହାୱଡା ବ୍ରିଜ୍ କମିଶନ ଗଠନ କରାଗଲା। ବ୍ରିଟିସ ସରକାର ହାୱଡା ବ୍ରିଜ ଆମେଡମେଣ୍ଟ ନାମରେ ଏକ ବିଲ୍ ପାସ କଲେ। ଏବଂ The braithwaite burn and jessop ନାମରେ ଏକ କନଷ୍ଟ୍ରକସନ୍ କମ୍ପାନିକୁ କଣ୍ଟ୍ରାକ୍ଟ ଦିଆଗଲା। ତାହା ସହିତ ଏହା ନିର୍ଦ୍ଧେଶ ମଧ୍ୟ ଦେଲେ କି ଏହି ବ୍ରିଜକୁ କମ୍ ରୁ ଅତି କମ୍ ପୋଲରେ ନିର୍ମାଣ କରାଯାଉ ଯାହାଦ୍ବାରା ଜାହାଜ ସହଜରେ ଅତିକ୍ରମ କରିପାରିବ।
ଏହି ଫ୍ଲୋଟିଙ୍ଗ ବ୍ରିଜ ତିଆରି କରିବା ପାଇଁ ୨୬ ହଜାର ୫୦୦ ଟନ ଷ୍ଟିଲର ଆବଶ୍ୟକତା ଥିଲା ଯାହା ବ୍ରିଟେନରୁ ଆସିବାର ଥିଲା କିନ୍ତୁ ସେହି ସମୟରେ ୧୯୩୯ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଗଲା ତେଣୁ ବ୍ରିଟେନରୁ ମାତ୍ର ୩୦୦୦ ଟନ୍ ଷ୍ଟିଲ ଆମଦାନୀ ହୋଇଥିଲା। କିନ୍ତୁ ବାକି ୨୩ ହଜାର ୫୦୦ ଟନ୍ ଷ୍ଟିଲ ଟାଟା ଷ୍ଟିଲ ଦେଇଥିଲା। ୧୯୪୨ ମସିହା ବେଳକୁ ଶେଷରେ ହାୱଡା ବ୍ରିଜ ସମ୍ପୂର୍ଣ୍ଣ ଭାବରେ ନିର୍ମାଣ ହୋଇଗଲା। ହାୱଡା ବ୍ରିଜ ନିର୍ମାଣରେ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ହାୱଡା ବ୍ରିଜ ୨୩୧୩ ଫୁଟ୍ ଲମ୍ବା , 269 ଫୁଟ୍ ଚଉଡା, ବ୍ରିଜ ଉପରେ ରାସ୍ତାର ଚଉଡା ପାଖାପାଖି ୭୧ ଫୁଟ୍ ତାସହିତ ବ୍ରିଜର ଦୁଇ ପାର୍ଶ୍ବରେ ଲୋକଙ୍କର ଚାଲିକି ଯିବା ପାଇଁ ୧୫ ୧୫ ଫୁଟ୍ ଚଉଡାର ଫୁଟପାଥ ରାସ୍ତା ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି କେବଳ ୨୮୦ ଫୁଟ୍ ଉଚତାର ଦୁଇଟି ପିଲର ସାହାଯ୍ୟରେ ପୂରା ହାୱଡା ବ୍ରିଜ ଠିଆ ହୋଇଛି ଆଉ ଏହି ଦୁଇ ପୋଲ ମଧ୍ୟରେ ଦୂରତା ହେଉଛି ୧୫୦୦ ଫୁଟ୍ , ବାକି ପୂରା ବ୍ରିଜ ମଝିରେ ଆପଣ ଗୋଟେ ବି ପୋଲ ଦେଖିବାକୁ ପାଇବେନି।
📱 Get Argus News App
✨ହାୱଡା ବ୍ରିଜକୁ ସବୁଠାରୁ ଖାସ୍ ବନାଏ ଏହାର କାରିଗରୀ, ଏହି ବ୍ରିଜରେ ଷ୍ଟିଲ ପ୍ଲେଟକୁ ଯୋଡିବା ପାଇଁ ଗୋଟେ ବି ନଟ ବୋଲ୍ଟର ବ୍ୟବହାର କରାଯାଇନାହିଁ। ପୂରା ବ୍ରିଜକୁ କେବଳ ମେଟାଲ ସ୍କୃ ଏବଂ ୱେଲ୍ଡିଙ୍ଗ ଦ୍ବାରା ଯୋଡାଯାଇଛି। ଆଜିକାଲି ସମୟରେ ଏହିଭଳି ନିଖୁଣ କାରିଗର ଏବଂ କାରିଗରୀ ପାଇବା ଅସମ୍ଭବ। ତିଆରି ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ହାୱଡା ବ୍ରିଜ ସେମିତି ଠିଆ ହୋଇରହିଛି। ଏହି ସବୁ କାରଣ ପାଇଁ ଏହି ବ୍ରିଜ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଯେହେତୁ ହାୱଡା ବ୍ରିଜ କୋଲକତାକୁ ହାୱଡା ରେଳ ଷ୍ଟେସନ ସହିତ ଯୋଡିଥାଏ। ସେଥିପାଇଁ ତାକୁ ଗେଟୱେ ଟୁ କୋଲକତା ନାମରେ ମଧ୍ୟ ଜଣାଯାଉଥିଲା।
ସେହି ସମୟରେ ଏହି ବ୍ରିଜ ବ୍ରିଟିସ ସରକାର ପାଇଁ ନା କେବଳ ଏକ ବଡ ସଫଳତା ଥିଲା ବରଂ କୋଲକତା ଏବଂ ହାୱଡା ଲୋକଙ୍କ ପାଇଁ ମଧ୍ୟ ଏହା ଏକ ବଡ ଉପଳବ୍ଧି ଥିଲା। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ବ୍ରିଟିସ ସରକାରଙ୍କୁ ଏତେ ବଡ ସଫଳତା ମିଳିଲା , ସେମାନେ ଏତେ ବଡ ବ୍ରିଜର ନିର୍ମାଣ କଲେ କିନ୍ତୁ ଏହି ସଫଳତା ପାଇଁ ସିଏ କୌଣସି ଉତ୍ସବ ପାଳିଲେନାହିଁ କି ବ୍ରିଜର ଉଦଘାଟନ ମଧ୍ୟ କଲେନାହିଁ, ସିଧାସଳଖ ଲୋକଙ୍କ ବ୍ୟବହାର ପାଇଁ ଖୋଲିଦେଲେ। ଏହା ପଛରେ କଣ କାରଣ ଥିଲା? କାହିଁକି ହାୱଡା ବ୍ରିଜର ଉଦଘାଟନ କରାଯାଇନଥିଲା? ତେବେ ଏହା ପଛରେ କାରଣ ଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ।
ଯେତେବେଳେ ହାୱଡା ବ୍ରିଜ ନିର୍ମାଣ କାମ ଶେଷ ହେଲା ସେହି ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ଚାଲିଥିଲା ଆଉ ବ୍ରିଟେନକୁ ଡରଥିଲା କି ଜାପାନିଜ ଏୟାରଫୋର୍ସ କୋଲକତା ଉପରେ ଆକ୍ରମଣ ଦେବ ସେଥିପାଇଁ ବ୍ରିଟିସ ଗଭର୍ନମେଣ୍ଟ ବ୍ରିଜର ଉଦଘାଟନ ନକରି ଚୁପଚାପ ବ୍ରିଜକୁ ଖୋଲିଦେଇଥିଲେ। କିନ୍ତୁ ୨୦ ଡିସେମ୍ବର ୧୯୪୨ କୁ ଜାପାନିଜ ଏୟାରଫୋର୍ସ ବିମାନ ବ୍ରିଜର ଆଖ ପାଖରେ ବୋମା ବିସ୍ଫୋରଣ କରିବା ଆରମ୍ଭ କରିଦେଲେ। ତେବେ ଜାପାନ କାହିଁକି କଲିକତାକୁ ଟାର୍ଗେଟ କରୁଥିଲା? କାରଣ ସେହି ସମୟରେ ଚାଇନା ଏବଂ ଜାପାନ ମଧ୍ୟରେ ଯୁଦ୍ଧ ଚାଲିଥିଲା। ବ୍ରିଟେନ ଏବଂ ଆମେରିକା ଚାଇନା ସପକ୍ଷରେ ଥିବାରୁ ଯୁଦ୍ଧ ସାମଗ୍ରୀ ଚାଇନାକୁ ସପ୍ଲାଏ କରୁଥିଲେ । ଚାଇନାକୁ ସପ୍ଲାଏ କରିବା ପାଇଁ ସେହି ସମୟରେ କେବଳ ଗୋଟିଏ ରାସ୍ତା ଥିଲା ଯାହା ଭାରତ ଦେଇ ଯାଉଥିଲା। ଜାପାନର ନଜର ଆମେରକା ଏବଂ ବ୍ରିଟେନର ସେହି ସପ୍ଲାଏ ଚେନ ଉପରେ ନଜର ଥିଲା।
ସେହି ସମୟରେ ହାୱଡା ବ୍ରିଜର ଠିକ୍ ପାଖରେ ହିଁ ଏକ ଲୋକପ୍ରିୟ ପୋର୍ଟ ଥିଲା । ଜାପାନିଜ ଏୟାରଫୋର୍ସ ହାୱଡା ସହିତ ଏହି ଫେମସ ପୋର୍ଟକୁ ମଧ୍ୟ ଧ୍ବଂସ କରିବାକୁ ଚାହୁଁଥିଲା। କିନ୍ତୁ କାଉଣ୍ଟର ଆଟାର୍କ ଡରରେ ଜାପାନିଜ ଏୟାରଫୋର୍ସ ରାତି ସମୟରେ ଆକ୍ରମଣ କରିବାରୁ ହାୱଡା ବ୍ରିଜ ପରିବର୍ତ୍ତେ ବୋମା ଯାଇ ଏକ ହୋଟେଲରେ ପଡିଥିଲା । ଯାହାଦ୍ବାରା ହାୱଡା ବ୍ରିଜ ଆଖପାଖରେ ତ ବହୁତ କ୍ଷୟକ୍ଷତି ହୋଇଥିଲା କିନ୍ତୁ ହାୱଡା ବ୍ରିଜ ଅଳ୍ପକେ ବର୍ତ୍ତିଯାଇଥିଲା।
ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷହେବାର ଦୁଇବର୍ଷ ପରେ ୧୯୪୭ ରେ ଭାରତ ବ୍ରିଟିସ ଶାସନରୁ ମୁକ୍ତ ହୋଇଗଲା ଏବଂ ହାୱଡା ବ୍ରିଜର ମାଲିକାନା ଭାରତ ପାଖକୁ ପଳାଇଆସିଲା। ସ୍ବାଧୀନତା ପରେ ହାୱଡା ବ୍ରିଜର ବ୍ୟବହାର ବହୁତ ବଢିଗଲା। ଏହି ବ୍ରିଜ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା କି ଅନେକ ବଲିଉଡ ଫିଲ୍ମ ସେଠାରେ ସୁଟିଙ୍ଗ କରାଗଲା। ତେବେ ଯେଉଁ ବ୍ରିଜ ଆଜି ଲୋକଙ୍କ ମଧ୍ୟରେ ହାୱଡା ନାମରେ ପ୍ରସିଦ୍ଧ ସେହି ବ୍ରିଜର ବାସ୍ତବ ନାମ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ୧୯୬୫ ରେ ମହାନ କବି ରବିନ୍ଦ୍ରନାଥ ଟାଗୋରଙ୍କ ସମ୍ମାନରେ ବ୍ରିଜର ନାମ ରବିନ୍ଦ୍ର ସେତୁ ରଖାଯାଇଥିଲା। କିନ୍ତୁ ସମୟାନୁସାରେ ଲୋକେ ଏହାକୁ ହାୱଡା ବ୍ରିଜ କହିବାକୁ ଲାଗିଲେ। ଏହାର ବାସ୍ତବ ନାମ ବିଷୟରେ ଆଜି ବି ବହୁତ କମ ଲୋକ ଜାଣିଥାନ୍ତି।
ଆଜି ଏହି ବ୍ରିଜ ଦୁନିଆର ଷଷ୍ଠ ସବୁଠାରୁ ବଡ କ୍ୟାଣ୍ଟିଲିଭର ବ୍ରିଜ ଅଟେ। ଦଶନ୍ଧି ଧରି ଏହି ବ୍ରିଜ ବ୍ୟବହାର ହୋଇଆସୁଛି କିନ୍ତୁ ଆଜି ଏହା ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ଆଉ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହାୱଡା ବ୍ରିଜର ପିଲର ଏବଂ ବାକି ଅନେକ ସ୍ଥାନରେ ଜଙ୍କ ଲାଗିଗଲାଣି। ଏହାର ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି ସତ କିନ୍ତୁ ଅନେକ ଚେଷ୍ଟା ସତ୍ତ୍ବେ ଏହି ବ୍ରିଜର ସୁରକ୍ଷା କରାଯାଇପାରୁନାହିଁ। ଆଉ ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗୁଛି। ବ୍ରିଟିସରସ ମାନେ ନିଜ ଜ୍ଞାନ ବଳରେ ଯେଉଁ ବ୍ରିଜକୁ ଠିଆ କରିଥିଲେ ଆଜି ତାହା ନଷ୍ଟ ହେବାରେ ସମ୍ପୂଣ୍ଣ ଭୁଲ ହେଉଛି ମଣିଷଙ୍କର। ଆପଣ ବି ଭାବୁଥିବେ କେମିତି?
ବ୍ରିଜରେ ଜଙ୍କ ଲାଗିବାର କାରଣ ଜାଣିବା ପାଇଁ ଯେତେବେଳେ କୋଲକତା ପୋର୍ଟ ଟ୍ରଷ୍ଟ ୨୦୧୧ରେ ଅନୁଧ୍ୟାନ କରିଥିଲା ସେତେବେଳେ ସିଏ ଏହାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ରିପୋର୍ଟ ରୁ ଜଣାପଡିଥିଲା କି ଏହି ଜଙ୍କ ଲାଗିବାର କାରଣ ଆଉ କିଛି ନୁହେଁ ବରଂ ଏହା ହେଉଛି ଗୁଟଖା ଛୋପ। ପାନମସଲା ଖାଇ ଲୋକମାନେ ବ୍ରିଜର ଅନେକ ସ୍ଥାନରେ ଛେପ ପକାଉଛନ୍ତି ଯେଉଁକାରଣରୁ ପାନମସଲାରେ ଥିବା କେମିକାଲ ପାଇଁ ଷ୍ଟିଲରେ ରିଆକସନ ହୋଇ ଜଙ୍କ ଲାଗୁଛି। ପାନ ଗୁଟଖାରେ ବ୍ୟବହୃତ ହେଉଥିବା ଚୂନ ଷ୍ଟିଲରେ ଏସିଡ ଭଳି କାମ କରିଥାଏ। ଏବଂ ଏହା ଖୁବଶୀଘ୍ର ପିଲରକୁ ଦୁର୍ବଳ କରିଦିଏ।
ତେଣୁ ଏହି ଜଙ୍କରୁ ପିଲରକୁ ସୁରକ୍ଷିତ ରଖିବା ପାଇଁ ପୋର୍ଟ ଟ୍ରଷ୍ଟ ପିଲର ମୂଳରେ ଫାଇବର ଗ୍ଲାସ ଲଗାଇଲା। ପାନ ଗୁଟଖା ବ୍ୟତୀତ ପରିବେଶ ପ୍ରଦୂଷଣ ମଧ୍ୟ ବ୍ରିଜରେ ଅନେକ ପ୍ରଭାବ ପକାଉଛି। ଏହିସବୁ କ୍ଷତିରୁ ବ୍ରିଜକୁ ସୁରକ୍ଷିତ ରଖିବା ପାଇଁ କୋଲକତା ପୋର୍ଟ ଟ୍ରଷ୍ଟ ବ୍ରିଜକୁ ନିୟମିତ ଭାବରେ ସଫା କରୁଛି ଏବଂ ସମୟ ସମୟ ମଧ୍ୟରେ ରଙ୍ଗ ଏବଂ ପ୍ରାଇମର ମଧ୍ୟ ଲଗାଉଛି ଯାହାଦ୍ବାରା ବ୍ରିଜ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଠିଆ ହୋଇ ରହିବ।
ତେବେ ଏହି ବ୍ରିଜକୁ କାହିଁକି ରାତି ୧୨ଟାରେ ବନ୍ଦ କରାଯାଏ? ଏଠାକାର ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଏହି ବ୍ରିଜକୁ ଯେଉଁ ଇଂଜିନିୟର ମାନେ ତିଆରି କରିଥିଲେ, ସେମାନେ ଏକ ଚେତାବନୀ ଦେଇଥିଲେ , କି ଏହି ବ୍ରିଜ ଯେତେବେଳେ ବି ଭାଙ୍ଗିବ ସେତେବେଳେ ୧୨ଟା ବାଜିଥିବ। କିନ୍ତୁ ଇଂଜିନିୟର ମାନେ ଏହା କହିନଥିଲେ କି ତାହା ଦିନ ୧୨ଟା ନା ରାତି ୧୨ଟା। ଏହି ଦ୍ବନ୍ଦ ପାଇଁ ଯେତେବେଳେ ବି ଘଣ୍ଟାରେ ୧୨ଟା ବାଜେ ହାୱଡା ବ୍ରିଜକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଏ।
ହାୱଡା ବ୍ରିଜକୁ ନେଇ ଏହା ମଧ୍ୟ ଶୁଣିବାକୁ ମିଳେ କି ଏହାର ଏକ ଚାବି ଅଛି ଯାହା ଆଜି ପର୍ଯ୍ୟନ୍ତ ବ୍ରଟିସରସଙ୍କ ପାଖରେ ଅଛି , କିନ୍ତୁ ଏହା କେତେ ସତ ତାହାର ପ୍ରମାଣ କାହା ପାଖରେ ବି ନାହିଁ। ଲୋକଙ୍କ କହିବା ଅନୁସାରେ ସେହି ଚାବି ସାହାଯ୍ୟରେ ହାୱଡା ବ୍ରିଜକୁ ମଝିରୁ ଖୋଲି ହେବ ଯାହାଦ୍ବାରା ବଡ ବଡ ଜାହାଜ ସହଜରେ ଏହାକୁ ଅତିକ୍ରମ କରିପାରିବେ । ଯଦି ଏହା ସଠିକ୍ ହୋଇଥାଏ ତାହେଲେ ବ୍ରିଟିସରସଙ୍କୁ ମାନିବାକୁ ପଡିବ କି ସେମାନେ ସେତେବେଳେ ବି ଏହଭଳି ଉନ୍ନତ କୌଶଳ ବ୍ୟବହାର କରି ବ୍ରିଜର ନିର୍ମାଣ କରିଥିଲେ।