Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାଣନ୍ତୁ ଭାରତ ପାଖରେ ଅଛି କେତେ ? ଭାରତ ଚାହିଁଲେ କିଛି ବି କରିପାରେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜାଣନ୍ତୁ ଭାରତ ପାଖରେ ଅଛି କେତେ ? ଭାରତ ଚାହିଁଲେ କିଛି ବି କରିପାରେ

ଭାରତ ଓ ପାକିସ୍ତାନ ମଧ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା। କେତେବେଳେ ବି ଦୁଇଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ। ଏଇ ଯୁଦ୍ଧ ଭିତରେ ଏବେ ପରମାଣୁ ଅସ୍ତ୍ରକୁ ନେଇ ବଢିଛି ତର୍କବିତର୍କ। କିଏ କହୁଛି ପାକିସ୍ତାନ ପାଖରେ ଅଧିକ ପରମାଣୁ ଅସ୍ତ୍ର ରହିଛି ତ ଆଉ କିଏ କହୁଛି ଭାରତ ପାଖରେ ଅଛି ଅଧିକ ପରମାଣୁ ଯୁଦ୍ଧାସ୍ତ୍ର। କାରଣ ଯେତେବେଳେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଦିଏ ସେତବେଳେ ପାକିସ୍ତାନ ଧମକ ଦିଏ ପରମାଣୁ ଅସ୍ତ୍ରର।


ତେବେ ଆସନ୍ତୁ ଜାଣିବା କେଉଁ ଦେଶ ପାଖରେ ଅଛି କେତୋଟି ପରମାଣୁ ଯୁଦ୍ଧାସ୍ତ୍ର-


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ପାଖରେ ପାଖାପାଖି ୧୮୦ ପରମାଣୁ ଅସ୍ତ୍ର ରହିଥିବା ବେଳେ ପାକିସ୍ତାନ ପାଖରେ ୧୭୦ ଟି ପରମାଣୁ ଅସ୍ତ୍ର ରହିଛି। ସେହିଭଳି ଚୀନ ପାଖରେ ରହିଛି ୫୦୦ ଟି ପରମାଣୁ ଅସ୍ତ୍ର ରହିଥିବା ବେଳେ ଆମେରିକା ପାଖରେ ୫୨୭୭ ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ସେଥିମଧ୍ୟରୁ ୧୭୪୪ ଟି ନିୟୋଜିତ ହୋଇଥିବା ବେଳେ ଅବଶିଷ୍ଟ ବ୍ୟାକଅପରେ ରହିଛି। ରୁଷ ପାଖରେ ୫୫୮୦ ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ଯେଉଁଥିରେ ରହିଛି ବାଲେଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି। ଅନ୍ୟପଟେ ଫ୍ରାନ୍ସ ପାଖରେ ପ୍ରାୟ ୨୯୦ ଟି ପରମାଣୁ ଅସ୍ତ୍ର ଅଛି। ଏହି ଅସ୍ତ୍ରଗୁଡ଼ିକୁ ବୁଡ଼ାଜାହାଜରୁ କିମ୍ବା ବିମାନରୁ ଖସାଇ କ୍ଷେପଣାସ୍ତ୍ରରୁ ନିକ୍ଷେପ କରାଯାଇପାରିବ।


ସାଧାରଣତଃ ପରମାଣୁ ବିସ୍ଫୋରଣ ଜୀବ ଜଗତ ପାଇଁ ବହୁ କ୍ଷତିକାରକ। ଏକ ପରମାଣୁ ଅସ୍ତ୍ର ବିସ୍ଫୋରଣ ରଚିପାରେ ବିନାଶର ଇତିହାସ। ଏହାର ବିକିରଣ ସସ୍ପର୍ଶରେ ଆସିଲେ ମୃତ୍ୟୁ ହୋଇପାରେ କିମ୍ବା ଜଣେ ସାରା ଜୀବନ ପାଇଁ ପଙ୍ଗୁ ହୋଇପାରେ। ଏହାର ପ୍ରଭାବ ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପଡିଥାଏ। ଗୋଟିଏ ପରମାଣୁ ଅସ୍ତ୍ର ଗୋଟିଏ ସହରକୁ ଧ୍ୱଂସ କରିପାରେ । ହିରୋସିମା ଏବଂ ନାଗାସାକିରେ ହୋଇଥିବା ବସ୍ଫୋରଣ ଏହାର ବସୁଠୁ ବଡ଼ ଉଦାହରଣ। ୧୯୪୫ ଅଗଷ୍ଟ ୬ରେ ହିରୋସୀମା ଓ ଅଗଷ୍ଟ ୯ରେ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା । ୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ଷଲକ୍ଷ ଲୋକ ଦିବ୍ୟାଙ୍ଗ ହୋଇ ଯାଇଥିଲେ।


Sponsored
How many nuclear weapons does Pakistan have | Argus News