ଅମ୍ବାନୀ ବାହାଘର : ଶୂନ ଗଣିଗଣି ଥକିବେ

ଅର୍ଗସ ବ୍ୟୁରୋ: ସରିଛି ଦେଶର ସବୁଠାରୁ ବିଶାଳ ଏବଂ ଧନୀ ବାହାଗର। ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରାଧୀକା ମରଚାଣ୍ଟଙ୍କ ସହିତ ବିବାହ ସରିଛି। ଗତକାଲି ମୁମ୍ବାଇର ଜିଓ ୱାଲ୍ଡ କନଭେନସନରେ ଖୁବ୍ ଧୁମ୍ ଧାମରେ ଉଭୟଙ୍କ ହାତଗଣ୍ଠି ପଡିଛି। ଆଉ ଏଥିରେ ସାମିଲ ହୋଇଛନ୍ତି ଦେଶ ବିଦେଶରୁ ଅନେକ ଭିଭିଆଇପି ଗେଷ୍ଟ ସେମାନଙ୍କ ଭିତରେ ରହିଛନ୍ତି ବହୁ ନାମୀଦାମୀ ଶିଳ୍ପପତି, ହଲିଉଡ ତାରକା, ଭାରତୀୟ କ୍ରିକେଟରସ୍ ଆଉ ପୂରା ବଲିଉଡ଼। ଆଜିଠାରୁ ଅନନ୍ତ ଏବଂ ରାଧିକା ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି।
ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ସମୁଦାୟ କେତେ ଟଙ୍କା ଖର୍ଚ୍ଚ ହୋଇଛି। ଆପଣଙ୍କୁ ଶୁଣିବାକୁ ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ସବୁଠାରୁ ଶସ୍ତା ବାହାଘର ହେଉଛି ଅନନ୍ତ ଅମ୍ବାନୀଙ୍କ ବାହାଘର। ଏହାର କାରଣ ବି ଜଣାଇବୁ କି କାହିଁକି ଆମେ ଆପଣଙ୍କୁ ଏହି ତଥ୍ୟ ଦେଉଛୁ।
ଭାରତରେ ସର୍ବାଧିକ ଖର୍ଚ୍ଚ ବିବାହରେ ହୁଏ
ସାଧାରଣତଃ ଭାରତରେ ଲୋକେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହରେ କରିଥାନ୍ତି। ଲୋକେ ବେଶି ରୁଣଗ୍ରସ୍ତ ହୁଅନ୍ତି। ବିଶେଷ କରି ଝିଅଙ୍କ ପିତା। ପ୍ରଥମେ ମଣ୍ଡପ ଖର୍ଚ୍ଚ ତାପରେ ଯୌତୁକ , ଭୋଜି, ଫଟୋ/ଭିଡ଼ିଓ, ସୁନା ଆଉ ମଦ ଖର୍ଚ୍ଚ। ଦେଶରେ ବାହାଘରରେ ଏହିସବୁ ଜିନିଷ ଉପରେ ସର୍ବାଧିକ ଖର୍ଚ୍ଚ ହୋଇଥାଏ। କିନ୍ତୁ ଅମ୍ବାନୀ ପରିବାର ଏହି ବାହାଘରରେ କିଛି ରୁଣ କରିନାହାଁନ୍ତି କାରଣ ସିଏ ନିଜ ପଇସା ଖର୍ଚ୍ଚ କରିଛନ୍ତି ନା ବିଦେଶରେ ବାହାଘର କରି ଖର୍ଚ୍ଚ କରିଛନ୍ତି ଆଉ ନାହିଁ ମଦରେ ଖର୍ଚ୍ଚ କରିଛନ୍ତି। ଅମ୍ବାନୀ ବାହାଘରରେ ମଦ ନିଷେଧ। ତେଣୁ ଅମ୍ବାନୀ ପରିବାରରେ ଏହିସବୁ ଖର୍ଚ୍ଚ ହୋଇନାହିଁ।
📱 Get Argus News App
✨ଅନନ୍ତଙ୍କ ବିବାହରେ କେତେ ଖର୍ଚ୍ଚ ହୋଇଛି
ଅମ୍ବାନିଙ୍କ ସମୁଦାୟ ସମ୍ପତ୍ତି ହେଉଛି ୯୭,୬୬,୮୯,୮୧,୩୦,୦୦୦ ଯେଉଁଥିରୁ ଅନନ୍ତଙ୍କ ବାହାଘରରେ ଖର୍ଚ୍ଚ ହୋଇଛି ୫୦୦୦ କୋଟି ଯାହା ତାଙ୍କ ସମୁଦାୟ ସମ୍ପତ୍ତିର ମାତ୍ର ୦.୫ ପ୍ରତିଶତ। ଏହି ତଥ୍ୟଟି ସାମନାକୁ ଆସିବା ପରେ ଜଣେ ୟୁଜର କମେଣ୍ଟ କରିଛନ୍ତି ୫୦୦୦ କୋଟିରେ ତ ୫ଟି ପିଡ଼ୀଙ୍କ ଜୀବନ ବଦଳିଯିବ। ଆଉ ୟୁଏସରେ ୧୦ ଟି ଓସ୍କାର ପାର୍ଟି ହୋଇଯିବ।
ପ୍ରତିବର୍ଷ ଭାରତରେ ବାହାଘରରେ କେତେ ଖର୍ଚ୍ଚ ହୁଏ
ସୂଚନା ଅନୁଯାୟୀ ପ୍ରତିବର୍ଷ ଭାରତରେ ୧ କୋଟି ବାହାଘର ହୁଏ। ଆଉ ପ୍ରତିବର୍ଷ ବାହାଘରରେ ୭୫ ବିଲିୟନ ଡଲାର ଖର୍ଚ୍ଚ ହୁଏ। ଭାରତରେ ଏକ ପଞ୍ଚମାଂଶ ଲୋକ ଏକ ବାହାଘରରେ ଜୀବନଯାକର ସଂଚୟ କରିଥିବା ସବୁ ପୁଞ୍ଜିକୁ ଖର୍ଚ୍ଚ କରିଦେଇଥାନ୍ତି। ଏହାପଛର ମାନସିକ ଚିନ୍ତାଧାରା ହେଉଛି ବାହାଘର ଜୀବନରେ ଥରେ ହୁଏ ସେଥିପାଇଁ ଧୁମଧାମରେ ହେବା ଦରକାର , ସମାଜ କଣ କହିବ? ଆଜିକାଲି ଆଉ ଏକ ନୂଆ କାରଣ ହେଉଛି କି ନିଜ ବାହାଘର ଭିଡିଓ ବଲିଉଡ଼ ଫିଲ୍ମର ବାହାଘରକୁ ମ୍ୟାଚ କରୁଥିବା ଦରକାର।
ଏକ ଧନୀ ପରିବାର ଆଉ ମଧ୍ୟବିତ୍ତ ପରିବାରର ବାହାଘରରେ ପାର୍ଥକ୍ୟ ହେଉଛି ସେମାନେ ତାଙ୍କ ସମୁଦାୟ ସମ୍ପତ୍ତିର ମାତ୍ର କିଛି ଅଂଶ ବାହାଘରରେ ଖର୍ଚ୍ଚ କରୁଥିବାବେଳେ ଆମ ଭଳି ସାଧାରଣ ପରିବାର ନିଜର ସବୁକିଛି ଗୋଟିଏ ବାହାଘରରେ ଲଗାଇଦିଅନ୍ତି। ତେବେ ଆପଣ ଏ ଖର୍ଚ୍ଚରୁ ନିଜକୁ ଦୂରେଇ ପାରିବେ ଯଦି ଆପଣ କୌଣସି ଶିଳ୍ପପତ୍ତି କି ବଲିଉଡ଼ ତାରକାଙ୍କ ବିବାହ ଦେଖି ପ୍ରଭାବିତ ନହେବେ।
ଅଧିକ ପଢନ୍ତୁ ଭାରତ ଖବର