Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ?

National

ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ?

Rashmita Mishra
Browse all articles by Rashmita Mishra
·1 year ago·2 min read
ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ?

ଅର୍ଗସ ବ୍ୟୁରୋ: ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ? ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।


ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିବ ବଡ଼ ପଦକ୍ଷେପ। ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି। ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି । ବଜେଟ୍‌ ହେଉଛି ଦେଶର ଗୋଟିଏ ବର୍ଷରେ ଆୟ ଏବଂ ବ୍ୟୟର ହିସାବ ଦେଶକୁ ଚଳେଇ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ ହୋଇଥାଏ ପ୍ରଚୁର ଅର୍ଥ । ଭାରତୀୟ ସମ୍ବିଧାନ ଧାରା ୧୧୪(୩) ଅନୁସାରେ ସଂସଦର ବିନାନୁମତିରେ ସରକାର ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିପାରନ୍ତି ନାହିଁ । ତେଣୁ ସମ୍ବିଧାନ ଧାରା ୧୧୨ ଅନୁସାରେ ପ୍ରତିବର୍ଷ ସଂସଦରେ ବଜେଟ୍‌ ଉପସ୍ଥାପନ ଏବଂ ଅନୁମୋଦନର ନିୟମ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଜେଟ୍‌ ଉପରେ ସବୁଠୁ ବେଶୀ ଆଶା ଥାଏ ଆୟକର ଦାତାଙ୍କର । ଦେଶରେ ଦରଦାମ ବୃଦ୍ଧି, ଉଚ୍ଚ ସୁଧହାର, ବିନିର୍ମାଣ କ୍ଷେତ୍ରରେ ଉତ୍ପାଦନ ହ୍ରାସ ଏବଂ ପ୍ରତିକୂଳ ବୈଶ୍ୱିକ ପରିସ୍ଥିତି ଯୋଗୁଁ ଦେଶର ଅଭିବୃଦ୍ଧି ହାର ହ୍ରାସ ଯୋଗୁଁ ସାଧାରଣ ଲୋକ ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀ ହାତରେ ଅର୍ଥ କମ୍‌ । ତେଣୁ କ୍ରୟଶକ୍ତି ଓ କିଣାକିଣି କମ୍‌ । ଚାହିଦା କମ୍‌ ହେଲେ ଯୋଗାଣ କମ୍‌ ହେବ । ଉତ୍ପାଦନ ହ୍ରାସ ସ୍ୱାଭାବିକ । ସରକାର ଏଥିପ୍ରତି ଯତ୍ନବାନ ହୋଇ କର ହାରରେ ହ୍ରାସ ଓ ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସ୍ଥା କରିପାରନ୍ତି ।


ଗୋଟିଏ ବର୍ଷରେ ସରକାରଙ୍କର ସମୁଦାୟ ଆୟ ଏବଂ ସମୁଦାୟ ବ୍ୟୟକୁ ଯଦି ଗୋଟିଏ ଗୋଟିଏ ଟଙ୍କା ଧରାଯାଏ ତାହେଲେ ସେ ଟଙ୍କା କେଉଁ ସ୍ରୋତରୁ ଆସିବ ଏବଂ କେଉଁ ବାବଦର ଖର୍ଚ୍ଚ ହେବ ତାହାର ବିବରଣୀ ହିଁ ବଜେଟ୍‌ । ଯେହେତୁ ବଜେଟ୍‌ ବ୍ୟକ୍ତିଗତ ଆୟ ଠାରୁ ଆରମ୍ଭ କରି ଦେଶର ଆୟ ଏବଂ ବ୍ୟୟ ଦେଖାଏ, ଏହା ସାଧାରଣ ଲୋକ, କର୍ପୋରେଟ ଜଗତ, ବଡ଼ ଓ ସାନ ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରଭାବିତ କରେ । ତେଣୁ ବଜେଟରୁ ଦେଶବାସୀ ବହୁତ କିଛି ଆଶା କରନ୍ତି । ୨୦୨୫- ୨୬ ବଜେଟରୁ ସାଧାରଣ ଲୋକ ଓ ଅର୍ଥନୈତିକ ବିଶାରଦ ଯାହା ଆଶା କରନ୍ତି ତାହା ଆଲୋଚନା ସାପେକ୍ଷ ।


Sponsored
How much money will be given to which department in the budget? | Argus News