Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫୁଟାଣି ମାରୁଛି ଦୁର୍ବଳ ପାକିସ୍ତାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 ଫୁଟାଣି ମାରୁଛି ଦୁର୍ବଳ ପାକିସ୍ତାନ

ପହଲଗାମ ଘଟଣାକୁ ନେଇ ଆକ୍ସନ ମୋଡରେ ଅଛି ଭାରତ। ସାରା ଦେଶରେ ପାକିସ୍ତାନ ବିରୋଧରେ ଆକ୍ରୋଶର ନିଆଁ ଜଳୁଥିବା କେତେବେଳେ ବି ପାକିସ୍ତାନରେ ପଶି ପ୍ରତିଶୋଧ ନେଇପାରେ ଭାରତ। ଉଭୟ ଦେଶ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ଧଦ୍ବାର ବୈଠକ କରିଛନ୍ତି। ତେବେ ଆସନ୍ତୁ ଏହି ପରିପ୍ରେକ୍ଷିରେ ଜାଣିବା ପାକିସ୍ତାନ ଠାରୁ କେତେ ଶକ୍ତିଶାଳୀ ଭାରତ ? ଆଉ ଦୁନିଆରେ ସେନା ଉପରେ ସବୁଠୁ ଅଧିକ ଖର୍ଚ୍ଚ କରିଥାଏ କେଉଁ ଦେଶ ?


୨୦୨୪ ର ତଥ୍ୟ ଅନୁସାରେ ଭାରତର ସେନା ଖର୍ଚ୍ଚ ପାକିସ୍ତାନ ଠାରୁ ୯ ଗୁଣ ଅଧିକ। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ଅନୁଯାୟୀ, ସାମରିକ ଖର୍ଚ୍ଚ ଦୃଷ୍ଟିରୁ ବିଶ୍ୱର ପଞ୍ଚମ ବୃହତ୍ତମ ଦେଶ ଭାରତର ସାମରିକ ଖର୍ଚ୍ଚ ୧.୬ ପ୍ରତିଶତ ବୃଦ୍ଧି ପାଇ ୮୬.୧ବିଲିୟନ ଆମେରିକୀୟ ଡଲାର ହୋଇଛି। ସମାନ ସମୟରେ ପାକିସ୍ତାନର ସାମରିକ ଖର୍ଚ୍ଚ ୧୦.୨ ବିଲିୟମ ଆମେରିକୀୟ ଡଲାର ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶ୍ବର ସର୍ବାଧିକ ସାମରିକ ଖର୍ଚ୍ଚ ତାଲିକାରେ ଆମେରିକା, ଚୀନ, ରୁଷ, ଜର୍ମାନୀ ଏବଂ ଭାରତ ରହିଛି। ଆମେରିକାର ସେନା ଖର୍ଚ୍ଚ ୨୦୨୩ ରେ ୮୮୦ ବିଲିୟନ ଡଲାର ରହିଛି। ଚୀନର ପ୍ରତିରକ୍ଷା ବେଜଟ୍‌ ୨୬୬.୮୫ ଆରବ ଡଲାର ରହିଥିଲା। ସେହିଭଳି ରୁଷର ୧୨୬ ଆରବ ଡଲାର, ଭାରତର ୭୫ ଆରବ ଡଲାର, ସାଉଦି ଆରବର ୭୪.୭୬ ଅରବ ଡଲାର ରହିଛି, ଫ୍ରାନ୍ସ ୫୫ ଅରବ ଡଲାର, ୟୁକ୍ରେନ୍ ୫୩.୭ ଅରବ ଡଲାର ରହିଛି। ବିଶ୍ବରରେ ପ୍ରତିରକ୍ଷା ଖର୍ଚ୍ଚରେ ସବୁଠୁ ଅଧିକ ଖର୍ଚ୍ଚ କରିଥାଏ ଆମେରିକା।


ବିଗତ କିଛି ବର୍ଷ ହେଲାଣି ଭାରତ ନିୟମିତ ଭାବେ ପ୍ରତିବର୍ଷ ନିଜର ସେନା ଖର୍ଚ୍ଚ ବଢାଇ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିଛି। ଆର୍ଥିକ ବର୍ଷ 2025 ରେ, ଭାରତ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୮୧ ଲକ୍ଷ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଥିଲେ। ପ୍ରତିରକ୍ଷା ବଜେଟରେ ଭାରତ ବିଶ୍ୱର ଶୀର୍ଷ ୫ ସାମରିକ ଖର୍ଚ୍ଚକାରୀ ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ।

Sponsored
How much stronger is the Indian army than Pakistan | Argus News