Videos
|
National

କେତେ ତାପମାତ୍ରା ସହିପାରେ ମଣିଷ ଶରୀର ଜାଣନ୍ତି କି ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେତେ ତାପମାତ୍ରା ସହିପାରେ ମଣିଷ ଶରୀର ଜାଣନ୍ତି କି ?

ଅର୍ଗସ ବ୍ୟୁରୋ:  ଭାରତର ଅନେକ ରାଜ୍ୟରେ ଭୀଷଣ ତାତି ଅନୁଭୂତ ହେଉଛି। ଉତ୍ତର ଭାରତରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ହିଟଓ୍ୱେଭ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଅନେକ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଅଧିକ ରହୁଛି। ରାଜସ୍ଥାନର ଫଲୋଦିରେ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ପହଞ୍ଚିଗଲାଣି। ଏସବୁ ଦେଖି ପ୍ରଶ୍ନ ଆସୁଛି କି ମଣିଷ ଶରୀର କେତେ ତାମପାତ୍ରା ସହିପାରିବ ? ତାପମାତ୍ରା କେତେ ଲେବୁଲ ହେବା ପରେ ମୃତ୍ୟୁ ହୋଇପାରେ।

ମଣିଷ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନ୍ହାଇଟ୍  କିମ୍ୱା ୩୭ ଡିଗ୍ରୀ ସେଲସିୟସ ପାଖାପାଖି ହୋଇଥାଏ। ଇଂଲଣ୍ଡର ରୋହମ୍ପଟନ୍ ବିଶ୍ୱବିଦ୍ୟାଳୟରେ ଏକ ରିସର୍ଚ୍ଚ ଅନୁସାରେ, ହ୍ୟୁମାନ ବଡି ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସହିପାରେ। ୪୦ ଡିଗ୍ରୀ ସେଲସିୟସ ପରେ ଶରୀର ତାପମାତ୍ରା ସହ୍ୟ କରିବାର କ୍ଷମତା ହରାଇଥାଏ। କୁହାଯାଏ କି ୪୦ ଡିଗ୍ରୀ ସେଲସିୟସ ହ୍ୟୁମାନ ବଡି ପାଇଁ ରେଡ୍‌ ସିଗନାଲ। ଏତେ ତାପମାତ୍ରାରେ ଆମ ଚର୍ମରୁ ଝାଳ ଅତି ଶୀଘ୍ର ବାଷ୍ପୀଭୂତ ହେବାକୁ ଲାଗେ ।

ଯେତେବେଳେ ଶରୀରର ତାପାମତ୍ରା ନର୍ମାଲ ଟେମ୍ପରେଚରଠାରୁ ଅଧିକ ହୋଇଯାଏ, ସେତେବେଳେ ଶରୀରର ମେଟାବୋଲିକ୍ ହାର ବହୁତ ବଢ଼ିଥାଏ। କାହିଁକିନା ଆମ ବଡିକୁ ନର୍ମାଲ ଟେମ୍ପରେଚର ମେଣ୍ଟେନ କରିବା ପାଇଁ ଅଧିକ ଏନର୍ଜି ଖର୍ଚ୍ଚ କରିବା ପାଇଁ ପଡିଥାଏ।  ଡାକ୍ତରୀ ଭାଷାରେ ଏହାକୁ 'ଉତ୍ତାପ ଚାପ ପରିଚାଳନା' କୁହାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

how much temperature can human body tolerate according | Argus News