ବିନା 'ବ୍ଲଡମନି' ରେ କେମିତି ରଦ୍ଦ ହେଲା ନିମିଷାଙ୍କ ଫାଶୀ , ଜାଣନ୍ତୁ...

Key Points
ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ
ଗ୍ରାଣ୍ଡ ମୁଫତି ମୁସଲିୟାରଙ୍କ କାର୍ଯ୍ୟାଳୟରେ ଆସିଲା ବଡ ବୟାନ
ଏବେ ଖୁବଶୀଘ୍ର ଭାରତ ଫେରିପାରନ୍ତି ନିମିଷା
ଭାରତ ପାଇଁ ବଡ ଆଶ୍ଵସ୍ତି । ଅନେକ ଦିନ ଧରି ୟେମେନରେ ଚାଲିଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଫାଶୀଦଣ୍ଡକୁ ସମ୍ପୁର୍ଣ୍ଣ ଭାବେ ରଦ୍ଦ କରାଯାଇଛି । ଭାରତୀୟ ଗ୍ରାଣ୍ଡ ମୁଫତି କାନ୍ତାପୁରମ ଏପି ଅବୁବ୍କର ମୁସଲିୟାରଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି । କିନ୍ତୁ ବର୍ତ୍ତମାନ ୟେମେନ ସରକାରଙ୍କ ପକ୍ଷରୁ ଏନେଇ ସରକାରୀ ସ୍ଥରରେ ଘୋଷଣା କରାଯାଇନାହିଁ , କିମ୍ବା ଫାଶୀ ରଦ୍ଦ ନେଇ କୌଣସି ପ୍ରେସ ରିଲିଜ ମଧ୍ୟ ବାହାର କରାଯାଇନାହିଁ । କିନ୍ତୁ ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ଆଶା କରାଯାଉଛି ।
ଗ୍ରାଣ୍ଡ ମୁଫତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ୟେମେନର ରାଜଧାନୀ ସାନାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବରୁ ମଧ୍ୟ କିଛିଦିନ ପାଇଁ ନିମିଷାଙ୍କ ମୃତ୍ୟଦଣ୍ଡ ସ୍ଥଗିତ ରହିଥିଲା । ହେଲେ ସମ୍ପୂର୍ଣ୍ଣ ଭାବେ ମୃତ୍ୟୁ ଦଣ୍ଡାଦେଶ ରଦ୍ଦ କରାଯାଇଛି । ଏହି ମାମଲାରେ ଭାରତରେ ଥିବା କେରଳର ମୁସଲିମ ଧର୍ମଗୁରୁ ଏ ପି ଅବୁବକର୍ ମୁସଲିୟାର ହସ୍ତକ୍ଷେପ କରିଥିଲେ । ନିମିଷାଙ୍କ ଫାଶୀ ରଦ୍ଦ କରିବା ପାଇଁ ସେ ୟେମେନ ସରକାରଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ତଲାଲ ଅବଦୋଙ୍କ ପରିବାର ନିମିଷାଙ୍କ ପରିବାରକୁ ବ୍ଲଡମନି ଦେଲେ ହିଁ ଫାଶୀ ଦଣ୍ଡରୁ ମୁକ୍ତି ମିଳିବ ବୋଲି କହିଥିଲେ । ହେଲେ ବର୍ତ୍ତମାନ ବିନା ବ୍ଲଡମନିରେ ଏପରି ନିଷ୍ପତ୍ତି ନିଆଯାଇଛି, ଯାହା ଭାରତୀୟଙ୍କ ପାଇଁ ଆଶ୍ଵସ୍ତିଜନକ ଖବର ବୋଲି କୁହାଯାଉଛି ।
୨୦୧୮ ମସିହାରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ନିମିଷା ଜଣେ କେରଳର ଝିଅ ହୋଇଥିବା ବେଳେ ନର୍ସ ହେବାପାଇଁ ସେ ୟେମେନ ଯାଇଥିଲେ । ସେଠାରେ ବିବାହ କରିବା ପରେ ତାଙ୍କର ବିଜନେସ ଆରମ୍ଭ କରିବାକୁ ଚାହିଁଥିଲେ । ଆଉ ଏଥିରେ ତାଙ୍କ ପାର୍ଟନର ଭାବେ ଭେଟ ହୋଇଥିବା ତଲାଲ ଅବଦୋ । ସେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ନିଜର ପତ୍ନୀ ବୋଲି କହିବାକୁ ବାଧ୍ୟ କରୁଥିଲେ । ଆଉ ନିମିଷାଙ୍କର ପାସପୋର୍ଟ ଆଉ ସବୁ ଦରକାରୀ ଜିନିଷ ନିଜ ପାଖରେ ରଖୁଥିଲେ । ହେଲେ ଏସବୁରୁ ବାହାରିବାକୁ ଚେଷ୍ଟା କରୁଥିଲେ ନିମିଷା । ସେଥିପାଇଁ ତାଙ୍କୁ ନିଶା ମେଡିସିନ ଦେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ସେପଟେ ନିଶାର ମାତ୍ରା ଏତେ ଅଧିକ ଥିଲା ଯେ ସେଥିରେ ତଲାଲ ଅବଦୋଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ସେହି କାରଣରୁ ୨୦୧୭ରୁ ଜେଲରେ ରହି ଦଣ୍ଡ ଭୋଗୁଥିଲେ ନିମିଷା । ନିମିଷାଙ୍କ ମୁକ୍ତି ପାଇଁ ପୁରା ଚେଷ୍ଟା କରିଥିଲେ ଭାରତୀୟ ସରକାର । ଏବେ ମୁସଲିମ ଧର୍ମଗୁରୁଙ୍କ ହସ୍ତକ୍ଷେପ ପରେ ନିମିଷା ଫାଶୀ ଦଣ୍ଡରୁ ମୁକ୍ତି ପାଇଛନ୍ତି