Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Pahalgam Terrorist Attack: ଭାରତକୁ ପାନେ ଦେବାକୁ ଚାହୁଁଥିଲା, ହେଲେ ନିଜେ ଫସିଲା !

National

Pahalgam Terrorist Attack: ଭାରତକୁ ପାନେ ଦେବାକୁ ଚାହୁଁଥିଲା, ହେଲେ ନିଜେ ଫସିଲା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Pahalgam Terrorist Attack: ଭାରତକୁ ପାନେ ଦେବାକୁ ଚାହୁଁଥିଲା, ହେଲେ ନିଜେ ଫସିଲା !

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସତେ ଯେମିତି ବିଚଳିତ ହୋଇଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣହୁଙ୍କାର ଓ ଚେତାବନୀ ଶୁଣି ପାକିସ୍ତାନ ଡରିଯାଇଛି । ସେହି ଭୟରେ ଏବେ ପାଳ ଦଉଡ଼ି ଦେଖିଲେ ବି ପାକିସ୍ତାନ ଡରୁଛି । ଭାରତ ପାଇଁ ଆକାଶ ପଥ ବନ୍ଦ କରି ଭାରତକୁ କ୍ଷତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ, ଏବେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି । ଭାରତକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜେ ଫସିଯାଇଛି । ବାସ୍ତବରେ ଆକାଶ ପଥ ବନ୍ଦ କରି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରୁ ଇସଲାମାବାଦ ପାଉଥିବା କୋଟି କୋଟି ଟଙ୍କାର ରାଜସ୍ୱ ନିଜେ ହାତଛଡ଼ା କରିଛି। ଯାହାକି ପାକିସ୍ତାନ ପାଇଁ ଏକ ବଡ଼ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଭାରତୀୟ ବିମାନଗୁଡ଼ିକ ପାଇଁ ପାକିସ୍ତାନ ନିଜର ଆକାଶ ପଥ ବନ୍ଦ କରିଥିବାରୁ ଏବେ ସେଗୁଡ଼ିକ ଅନ୍ୟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି। ଏଥିପାଇଁ ଅଧିକ ଇନ୍ଧନ ଓ ସମୟ ଲାଗୁଛି। ଯାହାକୁ ଭାରତୀୟ ବିମାନର କ୍ଷତି ବୋଲି କୁହାଯାଇପାରେ । କିନ୍ତୁ ଏହା ଦ୍ୱାରା ପାକିସ୍ତାନର ମଧ୍ୟ ବଡ଼ କ୍ଷତି ହୋଇଛି । ପାକିସ୍ତାନ ଆକାଶ ପଥ ଦେଇ ବିମାନ ଯିବା ବେଳେ ଦେଶକୁ ମିଳୁଥିବା ଓଭର ଫ୍ଲାଇଟ ଫି’ ଇସଲାମାବାଦ ଏବେ ହରାଇ ଦେଇଛି। ଯାହାକି ପାକିସ୍ତାନ ପାଇଁ ଏକ ବଡ଼ କ୍ଷତି । ଦାରିଦ୍ର୍ୟତାର ଗତି କରୁଥିବା ଦେଶ, ଯେଉଁ ଦେଶରେ ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ, ସେହି ଦେଶ ପାଇଁ ଏହି କ୍ଷତି, ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି କୁହାଯାଇପାରେ ।



ଜଣେ ପାକିସ୍ତାନୀ ସୋଶାଲ ମିଡିଆ ୟୁଜର କହିଛନ୍ତି, ଭାରତୀୟ ବିମାନ ପାକିସ୍ତାନ ଆକାଶ ପଥ ବଦଳରେ ବେଶ ଅଧିକ ବାଟ ଅତିକ୍ରମ କରି ଯାଉଛି । ଯାହାଫଳରେ ଅଧିକ କ୍ଷତି ସହୁଛି । ଏହା ସହ ସେ କଟାକ୍ଷ କରି କହିବାକୁ ଚେଷ୍ଟା କରିଛନ୍ତି 'ପାକିସ୍ତାନ ସହ ପଙ୍ଗା ନେଲେ ଏମିତି ହୁଏ।' ସେହିପରି ପାକିସ୍ତାନ ଆକାଶ ପଥ ବନ୍ଦ କରିଥିବାରୁ ଭାରତକୁ ୫୦୦ ମିଲିୟନ ଡଲାରର କ୍ଷତି ହେବ ବୋଲି ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା।

ଏହାର ଜବାବ ଦେଇ ଜଣେ ୟୁଜର କହିଛନ୍ତି, 'ପାକିସ୍ତାନ ଏବେ ଆକାଶ ପଥ ବନ୍ଦ କରି ‘ଓଭର ଫ୍ଲାଇଟ’ ଫି’ ହରାଇଛି। ବିଶ୍ୱର ତୃତୀୟ ସର୍ବବୃହତ୍ତ ବେସାମରିକ ବିମାନ ଚଳଚଳ ଦେଶ ହେଉଛି ଭାରତ। ଭାରତୀୟ ବିମାନ ପାକିସ୍ତାନର ଆକଶ ପଥ ବ୍ୟବହାର କରୁଥିବାରୁ ଇସଲାମାବାଦକୁ ଓଭର ଫ୍ଲାଇଟ ଫି’ ଦେଉଥିଲା। କନ୍ତୁ ପାକିସ୍ତାନ ଏବେ ଏହାକୁ ହରାଇ ଦେଇଛି। ଅର୍ଥାତ ପାକିସ୍ତାନ ନିଜେ ନିଜର ଏକ ବଡ଼ କ୍ଷତି କରିଛି । ପାକିସ୍ତାନ ଏବାବଦରେ ବାର୍ଷିକ କୋଟି କୋଟି ଟଙ୍କା ବେଶ ସହଜରେ ପାଉଥିଲା। ମାନବ ଇତିହାସରେ ସାମୁହିକ ଭାବେ ଗୋଟିଏ ମାଟିରେ ଏତେ ମୁର୍ଖ ରହିଥିବା କେବେ ହେଲେ ଦେଖାଯାଇନି। ଭାରତରୁ ବିପୁଳ ସଂଖ୍ୟାରେ ବିମାନ ୟୁରୋପ ଓ ଉତ୍ତର ଆମେରିକାକୁ ଯାଇଥାଏ। ଭାରତୀୟ ବିମାନ ପାଇଁ ଆକାଶ ପଥ ବନ୍ଦ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଯେ ଏପରି ସ୍ଥିତି ସୃଷ୍ଟି ହୋଇଛି ଭାବିବା ଭୁଲ। କାରଣ ୨୦୧୯ ଜୁଲାଇ ମାସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ତା’ର ଆକାଶ ପଥକୁ ଭାରତ ପାଇଁ ବନ୍ଦ କରିଥିଲା। ଏଥିଯୋଗୁ ପାକିସ୍ତାନ ପ୍ରାୟ ୧୦୦ ମିଲିୟନ ଡଲାରର କ୍ଷତି ସହିଥିଲା। ଆକାଶ ପଥ ବନ୍ଦ ଯୋଗୁ ଦୈନିକ ୪୦୦ ବିମାନ ପ୍ରଭାବିତ ହେଉଥିଲେ। ପାକିସ୍ତାନର ବେସାମରିକ ବିମାନ ଚଳଚଳ ପ୍ରାଧିକରଣ ବା ସିଏଏ ଓ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇଇନ୍ସ ବା ପିଆଇଏକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଥିଲା।

Argus Whatsapp Channel Mobile Top
Sponsored
How Pakistan could lose millions after closing airspace for India | Argus News