Pakistan News / ପାକିସ୍ତାନ ସହ କ'ଣ ରହିଛି ଲିଙ୍କ୍ ?

Key Points
କ'ଣ ଏହି ଟିଆରଏଫ ସଂଗଠନ ? କିଏ ଚଳାଉଛି ଟିଆରଏଫ ? କାହିଁକି ମାରିଲେ ହିନ୍ଦୁ ପର୍ଯ୍ୟଟକଙ୍କୁ ? ଆଗରୁ କରିଥିଲା ଆଟାକ୍ ନା ଏଇଟା ପ୍ରଥମ ?
ପାକିସ୍ତାନ ସହ କ'ଣ ରହିଛି ଲିଙ୍କ୍ ?
ଟିଆରଏଫ ହେଉଛି ଲସ୍କର-ଏ-ତୈବାର ଏକ ଶାଖା ସଂଗଠନ। ଯାହା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନରୁ ପାଉଛି ସହାୟତା। ଭାରତର ସୁରକ୍ଷା ତଥ୍ୟ ଓ ଜମ୍ମୁକାଶ୍ମୀରରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆର୍ଥିକ ପାଣ୍ଠି ଯୋଗାଇ ଦେଉଛି ଏହି ସଂଗଠନକୁ।
୨୦୧୯ ମସିହାରେ ଜମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କାଶ୍ମୀରରେ ମୁଣ୍ଡ ଟେକିଥିଲା ଟିଆରଏଫ ବା ଦ ରେଜିଷ୍ଟେନସ ଫ୍ରଣ୍ଟ। ଶ୍ରୀନଗରରେ ଜନ୍ମଗ୍ରହଣ କରିଥିବା ଶେଖ ସଜ୍ଜାଦ ଗୁଲ୍ ସୋସିଆଲ ମିଡିଆରେ ଆରମ୍ଭ କରିଥିଲେ ଏହି ସଂଗଠନ। ଅନଲାଇନ୍ ପ୍ଲାଟଫର୍ମରେ ବିଭିନ୍ନ ହିନ୍ଦୁ ବିରୋଧୀ ପୋଷ୍ଟ କରି ମୁସଲମାନ ଯୁବପିଢିଙ୍କ ବ୍ରେନ ଓ୍ବାସ କରି ସଂଗଠନରେ ସାମିଲ କରାଯାଏ।
ସୋସିଆଲ ମିଡିଆ ଫେସବୁକ, ଟେଲିଗ୍ରାମ, ହ୍ବାଟସଆପ, ଏକ୍ସରେ ବିଭିନ୍ନ ପୋଷ୍ଟ କରି ସଦସ୍ୟ ଯୋଗାଡ କରୁଥିଲା ସଂଗଠନର ମୁଖ୍ୟ ସଜ୍ଜାଦ ଗୁଲ୍ । ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବା, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିଭିନ୍ନ ଦେଶକୁ ଅନୁପ୍ରବେଶ କରାଇବା, ନିଶା ଦ୍ରବ୍ୟ ଚୋରା ଚାଲାଣ କରିବା ଓ ବିଭିନ୍ନ ସୁରକ୍ଷାର ତଥ୍ୟ ସଂଗ୍ରହ କରି ଆଇଏସଆଇକୁ ଦେଇ ପାଏ ମୋଟା ଅଙ୍କର ଟଙ୍କା। ଧର୍ମର ଦ୍ବାହି ଦେଇ ସୃଷ୍ଟି କରନ୍ତି ଅରାଜକତା।
ଏହି ସଂଗଠନ ମୁଖ୍ୟତ କାଶ୍ମୀର ପଣ୍ଡିତ, ହିନ୍ଦୁ, ଶିଖ ଏବଂ ସାଧାରଣ ଲୋକଙ୍କୁ ଅଧିକ ଟାର୍ଗଟ କରିଥାଏ। ଇସଲାମର ଏମାନେ ଦୃଢ ସମର୍ଥକ ବୋଲି ଦାବି କରନ୍ତି। ୨୦୨୨ ମସିହାରେ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଜମ୍ମୁ ଏବଂ କାଶ୍ମୀରରେ ନିହତ ୧୭୨ ଆତଙ୍କବାଦୀଙ୍କ ମଧ୍ୟରୁ ୧୦୮ ଜଣ ପ୍ରତିରୋଧ ଫ୍ରଣ୍ଟ ସହିତ ଜଡିତ। ଏମାନେ କରିଥିବା ଆତଙ୍କବାଦୀ ଆକ୍ରମଣର ତାଲିକା ବହୁତ ଲମ୍ବା।
୨୦୧୯ରେ ଯବାନଙ୍କ ବସ୍ ଉପରେ ହୋଇଥିବା ବିସ୍ଫୋରଣରେ ଏହି ସଂଗଠନର ନାମ ସାମ୍ନାକୁ ଆସିଥିଲା। ଆତଙ୍କବାଦ କାର୍ଯ୍ୟକଳାପ ନେଇ ୨୦୨୩ ରେ ଟିଆରଏଫକୁ ନିଶିଦ୍ଧ ଘୋଷଣା କରିଥିଲା ଭାରତର ଗୃହ ବିଭାଗ। ଏହା ସହିତ ଏହାର ପ୍ରତିଷ୍ଠାତା ଶେଖ ସଜ୍ଜାଦ ଗୁଲ୍ଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ।
୨୦୨୦ ମସିହାରେ ଏହି ସଂଗଠନ ନିୟନ୍ତ୍ରଣ ରେଖା ନିକଟରେ ଗୁଳିଚାଳନା କରିଥିଲା। ଯେଉଁଥିରେ ୫ ଜଣ ଭାରତୀୟ ଯବାନ ଓ ୫ ଜଣ ଟିଆରଏଫ ଯବାନଙ୍କର ମୃତ୍ୟୁ ହୋଇଥିଲା। ୨୦୨୦ ମସିହା ଏପ୍ରିଲ ୫ ରେ କେରାନରେ ଆତ୍ମଘାତୀ ବିସ୍ଫୋରଣ କରି ଭାରତୀୟ ସ୍ପେଶାଲ ଫୋର୍ସର ୫ ଜଣ କର୍ମଚାରୀଙ୍କୁ ନିର୍ମମ ହତ୍ୟା କରିଥିଲେ।
କେବଳ ଏତିକି ନୁହେଁ ୨୦୨୦ ମେ ୩ ରେ ସିଧା ସୁରକ୍ଷା କର୍ମୀଙ୍କୁ ଦେଇଥିଲେ ଓପନ ଚ୍ୟାଲେଞ୍ଜ। ଜଣେ କର୍ଣ୍ଣେଲ, ମେଜର ଏବଂ ଏସଓଜିର ଜଣେ ଇନସପେକ୍ଟରଙ୍କ ସମେତ ୫ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ। ସମାନ ବର୍ଷ ମେ ୫ ରେ ଚାରିଜଣ ସିଆରପିଏଫ କର୍ମଚାରୀ ଓ ଜଣେ ଦିବ୍ୟାଙ୍ଗଙ୍କର ମୃତ୍ୟୁ ହୋଇଥିଲା। ଏମିତିକି ସିଆରପିଏଫ ଯବାନଙ୍କ ଠାରୁ ୨ ଟି ରାଇଫଲ ଚୋରି କରି ନେଇଥିଲେ। ପୁଣି ମେ ୨୧ ରେ ଜମ୍ମୁ-କାଶ୍ମୀର ପିପୁଲ୍ସ ପାର୍ଟି ଉପରେ ଆକ୍ରମଣ କରି ଦୁଇ ଜଣ କର୍ମଚାରୀଙ୍କୁ ହତ୍ୟା ।
୨୦୨୧ରେ ଶ୍ରୀନଗରରେ ଏକ ସ୍କୁଲରେ ପସି ଦୁଇଜଣ ଅଣ ମୁସଲମାନ ଶିକ୍ଷକଙ୍କୁ ହତ୍ୟା କରିଥିଲେ। ପୁଣି ଅକ୍ଟୋବର ୯ ରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ।
📱 Get Argus News App
✨ପାକିସ୍ତାନ ବିଶ୍ବ ଦରବାରରେ ଆତଙ୍କବାଦ ପାଇଁ ସବୁବେଳେ ନିନ୍ଦିତ ହୋଇ ଆସୁଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ବଡବଡ ଦେଶର ଟାର୍ଗେଟରେ ରହିଛି ପାକିସ୍ତାନ। ବିଶ୍ବ ଦରବାରରେ ନିଜ ଛବି ସୁଧାରିବାକୁ ନୂଆ ଗଢା ହେଉଛି ଛୋଟଛୋଟ ସଂଗଠନ।
ପାକିସ୍ତାନର ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ଗ୍ରେ ଲିଷ୍ଟରୁ ବାହାରିବା ପାଇଁ ଛୋଟ ସଂଗଠନକୁ ଯୋଗାଉଛି ଫଣ୍ଡ୍। ଆଉ ଯାହାର ଏକ ଜ୍ବଳନ୍ତ ଉଦାହରଣ ଟିଆରଏଫ। ଏବେ ଯାହାକୁ ମୂଳ ପୋଛ କରିବାକୁ ଏବେ ଟିଆରଏଫ ସଦସ୍ୟଙ୍କୁ ଘରେଘରେ ଖୋଜୁଛନ୍ତି ସୁରକ୍ଷା କର୍ମୀ।
Related Topics
Explore more stories