Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?

Arpita Mohanty
Browse all articles by Arpita Mohanty
·2 years ago·1 min read
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?

ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିରେ ଛୋଟମୋଟ ନେଣଦେଣ ପାଇଁ ପିନ ଏଣ୍ଟର କରିବା ଦରକାର ପଡ଼େନାହିଁ । Paytm ର ମୁଖପାତ୍ର କହିଛନ୍ତି ଯେ ଆମେ ୱାଲେଟକୁ ଏକ ଗୁରତ୍ୱପୂର୍ଣ୍ଣ ପେମେଣ୍ଟର ମାଧ୍ୟମ ଭାବେ ଦେଖୁଛୁ ଏବଂ ପେଟିଏମ ଲାଇଟ ଏହାର ଅଭିଜ୍ଞତାକୁ ଆହୁରି ବଢାଇବ ବୋଲି ଆମର ଆଶା । ଏହା ଦ୍ୱାରା ସ୍ଥାନୀୟ ଷ୍ଟୋର, ଦୋକାନ ଆଦିରେ ସବୁଦିନ ହେଉଥିବା ନେଣଦେଣ ଆହୁରି ସହଜ ହୋଇପାରିବ । NPCIର ସହଭାଗିତାରେ ଭାରତର ପ୍ରତ୍ୟେକ କୋଣରେ UPI ଇକୋସିଷ୍ଟମକୁ ବିସ୍ତାର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ସର୍ବପ୍ରଥମେ ପେଟିଏମ ଆପ ଖୋଲନ୍ତୁ ,ପରେ 'UPI ଲାଇଟ୍ ଆକ୍ଟିଭେଟ୍' ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ UPI liteରେ ବ୍ୟବହାର କରିବାକୁ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟକୁ ବାଛନ୍ତୁ। ଏବେ ଟଙ୍କା ଜମା କରିବା ପରେ ଆପଣ ସହଜରେ ଏହି ଟଙ୍କା ଦେବା ପାଇଁ UPI lite ବ୍ୟବହାର କରିପାରିବେ । UPI ଲାଇଟ୍ ୱାଲେଟରେ ଏକ ସମୟରେ 2,000 ଟଙ୍କା ଜମା କରିପାରିବେ ଏବଂ ଦିନକୁ ସର୍ବାଧିକ ଦୁଇଥର ଟଙ୍କା ଜମା କରିପାରିବେ।

ଅଧିକ ପଢ଼ନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UPI wallet | Argus News