Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Loan On Aadhaar Card: ବିନା କୌଣସି ଡକ୍ୟୁମେଣ୍ଟରେ ମିଳିବ ଋଣ

National

Loan On Aadhaar Card: ବିନା କୌଣସି ଡକ୍ୟୁମେଣ୍ଟରେ ମିଳିବ ଋଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Loan On Aadhaar Card: ବିନା କୌଣସି ଡକ୍ୟୁମେଣ୍ଟରେ ମିଳିବ ଋଣ

ଅର୍ଗସ ବ୍ୟୁରୋ: ଆଧାର କାର୍ଡ ମାଧ୍ୟମରେ ମିଳିବ ଋଣ, ତାହା ବି ବିନା କୌଣସି ଗ୍ୟାରେଣ୍ଟରରେ । ଆପଣଙ୍କୁ ଏକଥା ଶୁଣି ଅବିଶ୍ୱାସ ଲାଗିପାରେ କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ । ଆଧାର କାର୍ଡ ମାଧ୍ୟମରେ ଆପଣ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । ୨୦୨୦ ମସିହାରେ କୋଭିଡ୍ -୧୯ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ 'ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା' ଆରମ୍ଭ କରାଯାଇଥିଲା । ଛୋଟ ବ୍ୟବସାୟୀ ଏବଂ ଉଠାଦୋକାନୀଙ୍କୁ ଆତ୍ମନିର୍ଭରଶୀଳ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା ।


ସ୍ବନିଧି ଯୋଜନା


ସ୍ବନିଧି ଯୋଜନା ଅଧୀନରେ ଛୋଟ ବ୍ୟବସାୟୀ ଏବଂ ଉଠାଦୋକାନୀଙ୍କୁ ବିନା କୌଣସି ଗ୍ୟାରେଣ୍ଟିରେ ଆଧାର କାର୍ଡ ମାଧ୍ୟମରେ ଋଣ ମିଳିବ । ଏଥିରେ ବ୍ୟବସାୟୀମାନଙ୍କୁ ପ୍ରଥମେ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ । ଠିକ ସମୟରେ ଋଣ ପରିଶୋଧ କଲେ ପରବର୍ତ୍ତୀ ସମୟରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ବି ସଠିକ ସମୟରେ ପରିଶୋଧ କଲେ, ତାପରେ ଋଣ ପରିମାଣ ୫୦,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ତେବେ ଏହି ଋଣକୁ ୧୨ ମାସରେ କିସ୍ତିରେ ପରିଶୋଧ କରିବାକୁ ପଡିବ।


କେମିତି କରିବେ ଆବେଦନ


ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଋଣ ପାଇଁ କିପରି ଆବେଦନ କରିବେ? ଏଥିପାଇଁ ସର୍ବପ୍ରଥମେ ଆପଣଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ, ଯାହା ମାଧ୍ୟମରେ ଆପଣ କୌଣସି ସରକାରୀ ବ୍ୟାଙ୍କକୁ ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ନଚେତ୍ ଆପଣ ସିଧାସଳଖ ପୋର୍ଟାଲରେ କିମ୍ବା କୌଣସି ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କ ଆଧାର କାର୍ଡ ସହ ଆପଣଙ୍କ ମୋବାଇଲ୍ ନମ୍ବର ଯୋଡ଼ି ହୋଇଥିବା ଆବଶ୍ୟକ । କାରଣ ଯଦି ଆପଣ ଅନଲାଇନରେ ଋଣ ପାଇଁ ଆବେଦନ କରନ୍ତି, ତେବେ ଏହା ଇ-କେୱାଇସି କିମ୍ବା ଆଧାର ଯାଞ୍ଚର ଆବଶ୍ୟକତା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ସହିତ ଋଣ ନେଉଥିବା ଲୋକଙ୍କୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରୁ ଏକ ସୁପାରିଶ ପତ୍ର ଆଣିବାକୁ ପଡିବ, ଯଦ୍ୱାରା ସେମାନେ ଭବିଷ୍ୟତରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭ ପାଇପାରିବେ। ଏହା ପରେ ମୋବାଇଲ୍ ନମ୍ବର ଅପଡେଟ୍ କରିବାକୁ ଏକ ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ । ଏହା ବ୍ୟତୀତ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ହେବ ନାହିଁ । ଏହି ଯୋଜନା ଅଧୀନରେ ଋଣ ନେଇଥିବା ଲୋକଙ୍କୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ତେଣୁ ଆବେଦନ କରିବା ପୂର୍ବରୁ ପୋର୍ଟାଲରେ ଯୋଗ୍ୟତା ସ୍ଥିତି ଯାଞ୍ଚ କରିବା ଉଚିତ୍ ।


ସୁଧ କେତେ ?


ଶେଷ ପ୍ରଶ୍ନ ହେଉଛି ଏହି ଋଣ ଉପରେ କେତେ ସୁଧ ଦେବାକୁ ପଡିବ? ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି), କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ପାଇଁ ସୁଧ ହାର, ସେହି ସମୟର ହାର ଅନୁଯାୟୀ ଲାଗୁ ହେବ। ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ସାମିଲ ହୋଇନଥିବା ଅନ୍ୟ ବର୍ଗଙ୍କ ପାଇଁ ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ସୁଧ ହାର ନିର୍ଣ୍ଣୟ କରାଯିବ ।

Sponsored
How to avail loan on Aadhaar card: This section of society can benefit | Argus News