କେମିତି ସୁଧାରିବେ ପାନ୍ କାର୍ଡରେ ଥିବା ତ୍ରୁଟି ?

ଅର୍ଗସ ବ୍ୟୁରୋ : ପାନ୍ କାର୍ଡରେ ଯଦି କିଛି ଭୁଲ ହୋଇଛି ତାହାଲେ କେମିତି ସୁଧାରିବେ ? କାରଣ ଅନେକ ସମୟରେ ଦେଖାଯାଇଛି କି ପାନ୍ କାର୍ଡରେ କିଛି ନା କିଛି ଭୁଲ ରହିଯାଏ । ଯାହା ପାଇଁ ପରବର୍ତ୍ତୀ ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼େ । ତେବେ ଜାଣନ୍ତୁ ଏହାର ସମାଧାନ କେମିତି କରିବେ ?
ଯଦି ଆପଣ କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟ କରୁଛନ୍ତି ତେବେ ସେହି ସମୟରେ ଆପଣଙ୍କୁ ଆପଣଙ୍କର ଅନେକ ପ୍ରକାରର ପରିଚୟ ପତ୍ର ମାଗିଥାନ୍ତି । ଆଉ ଯଦି ଆପଣ ସେହି ସମୟରେ ସେହି ଡକ୍ୟୁମେଣ୍ଟ ଗୁଡିକ ଦେବାରେ ସକ୍ଷମ ନହୁଅନ୍ତି ତେବେ ଠିକ୍ରେ କାମ ହୋଇନଥାଏ । ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କାର୍ଡ, ରେସିଡେନ୍ସ ସାର୍ଟିଫିକେଟ ଏହି ସବୁ ଡକ୍ୟୁମେଣ୍ଟ ବ୍ୟତୀତ ଆହୁରି ଅନେକ ଡକ୍ୟୁମେଣ୍ଟ ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଏହିପରି ଗୋଟିଏ ପରିଚୟ ପତ୍ର ହେଉଛି ପାନକାର୍ଡ । ଯାହା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସମୟରେ, କୌଣସି ଲୋନ ନେବା ସମୟରେ ଆୟକର ରିଟର୍ଣ୍ଣ ଦାଖଲ କରିବା ପରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆବଶ୍ୟକ ହୋଇଥାଏ । ଆଉ ସେହି ସମୟରେ ପାନ କାର୍ଡରେ ନାମ, ଜନ୍ମ ତାରିଖ ନିଜର ଠିକଣାରେ କିଛି ବି ଭୁଲ ପ୍ରିଣ୍ଟ ହୋଇଥିଲେ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଏବେ ଯଦି ଏପରି କିଛି ବି ପରିସ୍ଥିତି ଆସେ ତେବେ ଆପଣ ନିଜର ପାନ୍ କାର୍ଡରେ ଥିବା ତ୍ରୁଟିକୁ ସଂଶୋଧନ କରିପାରିବେ । ତେବେ ଆସନ୍ତୁ ଜାଣିବା କେମିତି ସୁଧାରିବେ ତ୍ରୁଟି ?
ଯଦି ଆପଣଙ୍କ ପାନ କାର୍ଡରେ କୌଣସି ବି ସୂଚନାରେ ତ୍ରୁଟି ରହିଛି ତେବେ ଏହାକୁ ଆପଣ ସଂଶୋଧନ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ ଆପଣ ଏହାକୁ ଘରେ ବସି ଠିକ କରିପାରିବେ ତାହା ମଧ୍ୟ ଅନଲାଇନ ମାଧ୍ୟମରେ ।
ତେବେ ଏହା ପାଇଁ ଆପଣଙ୍କୁ ସର୍ବପ୍ରଥମେ NSDL ର ଅଫିସିଆଲ୍ ୱେବସାଇଟ୍ onlineservices.nsdl.com/paam/endUserRegisterContact.html କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ଏକ ଫର୍ମ ମିଳିବ ଯାହାକୁ ଆପଣଙ୍କୁ ପୁରଣ କରି ଦାଖଲ କରିବାକୁ ପଡିବ । ଯଦି ଆପଣ ଅନଲାଇନରେ ଏହା କରିବାକୁ ଚାହୁଁନାହାନ୍ତି ତେବେ ଆପଣ ଏହାକୁ ଅଫଲାଇନରେ ମଧ୍ୟ ଏହା କରିପାରିବେ । ସେଥିପାଇଁ ଆପଣ ନିକଟତମ ଜନସେବା କେନ୍ଦ୍ରକୁ ଯାଇ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ । ଏବଂ ସେଠାରେ ନୂତନ ପାନ କାର୍ଡ ଆବେଦନ କରି ପାନ ଡାଟା ସଂଶୋଧନ ପାଇଁ ଫର୍ମ ନେଇ ଏହାକୁ ସଠିକ ତଥ୍ୟ ସହ ସଂଶୋଧନ କରି ସେହି ଫର୍ମ ସହ ସମ୍ପୃକ୍ତ ଡକ୍ୟୁମେଣ୍ଟ ସଂଲଗ୍ନ କରି ଶେଷରେ ଏହାକୁ ଦାଖଲ କରିଦିଅନ୍ତୁ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର